ICC Tournament ରେ କେମିତି ହିସାବ ହୁଏ ରନ୍ ରେଟ ? ଯାହା ବଡ ବଡ ଟୀମ କୁ ବିଦା କରିପାରେ…ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟି-ଟ୍ୱେଣ୍ଟି ବିଶ୍ୱକପ ଶେଷ ପର୍ଯ୍ୟାୟ ରେ ପହଁଚିଲା । ଆଉ କିଛି ମ୍ୟାଚ ବାକି ଥିବା ବେଳେ ତିନୋଟି ଦଳ ସେମି ଫାଇନାଲ୍ ଟିକେଟ ହାତେଇ ସାରିଲେଣି । ଏବେ ସେମି ଫାଇନାଲ୍ ରେସ ରେ ଆଉ ଗୋଟିଏ ସ୍ଥାନ ବାକି ରହିଛି । ଆଉ ଏହି ଟିକେଟ କିଏ ହାତେଇବ ତାହା ଗ୍ରୁପ ୨ ରେ ହେବାକୁ ଥିବା ବଳକା ମ୍ୟାଚ ର ଫଳାଫଳ ସ୍ଥିର କରିବ । କାରଣ ଗ୍ରୁପ ୨ ରୁ ଏବେ ଆଫଗାନିସ୍ତାନ, ଭାରତ ଓ ନ୍ୟୁଜଲ୍ୟାଣ୍ଡ ସେମି ଫାଇନାଲ୍ ରେସ ରେ ରହିଛନ୍ତି ।

ଯଦି ଆଫଗାନିସ୍ତାନ ନ୍ୟୁଜଲ୍ୟାଣ୍ଡ କୁ ହରାଉଛି ତେବେ ଭାରତ ପାଇଁ ସେମି ଫାଇନାଲ୍ ଖେଳିବାର ସମ୍ଭାବନା ସୃଷ୍ଟି ହେବ । କିନ୍ତୁ ଏଥିପ୍ରତି ନାମ୍ବିଆ ବିପକ୍ଷ ରେ ଭାରତ କୁ ନିଶ୍ଚିତ ବିଜୟ ଆଵଶ୍ୟକ । ଏଭଳି ସ୍ଥଳେ ଉପୋରକ୍ତ ୩ଟି ଟିମ୍ ର ପଏଣ୍ଟ ସମାନ ରହିବ । ତେଣୁ ରନ୍ ରେଟ୍ ଆଧାର ରେ ସେମି ଫାଇନାଲ୍ ଟିକେଟ ମିଳିବ । କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଏହି ରନ୍ ରେଟ୍ କଣ ଏବଂ ଏହା କିଭଳି ହିସାବ କରାଯାଏ ?

ଆଇସିସି ଯେତେବେଳେ ଏକାଧିକ ଟିମ୍ କୁ ନେଇ ଟୁର୍ନାମେଣ୍ଟ ଆୟୋଜନ କରେ ସେତେବେଳେ ରନ୍ ରେଟ୍ ର ଗୁରୁତ୍ୱ ଦେଖିବାକୁ ମିଳିଥାଏ । ଖାସ କରି ଏବେ ଟି-ଟ୍ୱେଣ୍ଟି ଫର୍ମାଟ ରେ ରନ୍ ରେଟ୍ ର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି । କାରଣ ପଏଣ୍ଟ ସମାନ ଥାଇ ସୁଦ୍ଧା ଚଳିତ ବିଶ୍ୱକପ ସେମି ଫାଇନାଲ୍ ରେସ ରୁ ବିଦା ହୋଇଛି ଦକ୍ଷିଣ ଆଫ୍ରିକା । କାରଣ ରନ୍ ରେଟ୍ ରେ ପଛୁଆ ରହିବା ଦଳ କୁ ମ-ହ-ଙ୍ଗା ପଡ଼ିଛି । ସାଧାରଣତଃ କୌଣସି ଦଳ ର ରନ୍ ରେଟ୍ ହିସାବ କରିବାକୁ ମ୍ୟାଚ ର ଦୁଇଟି ପାଳି ରେ ଟିମ୍ ର ପ୍ରଦର୍ଶନ ଦେଖିଵାକୁ ପଡ଼ିଥାଏ ।

ବ୍ୟାଟିଂ କରୁଥିବା ବେଳେ ଟିମ କେତେ ଓଭର ଖେଳିଲା ଓ କେତେ ରନ୍ କଲା ଏବଂ ବୋଲିଂ ସମୟ ରେ କେତେ ଓଭର ରେ କେତେ ରନ୍ ବ୍ୟୟ କଲା ସେହି ଆଧାର ରେ ରନ୍ ରେଟ୍ ହିସାବ କରାଯାଏ । ଅର୍ଥାତ ନେଟ ରନ୍ ରେଟ ହିସାବ ପାଇଁ ଟିମ ର ମୋଟ ସ୍କୋର/ଟିମ୍ ଖେଳିଥିବା ଓଭର- ମୋଟ ରନ୍ ବ୍ୟୟ/ ମୋଟ ଓଭର ବ୍ୟୟ କୁ ହିସାବ ରେ ନିଆ ଯାଇଥାଏ । ପ୍ରତି ମ୍ୟାଚ ପରେ ରନ୍ ରେଟ୍ ବଦଳି ଯାଇଥାଏ ଏବଂ ଏହା ପରେ ଟିମ୍ ର ସମ୍ପୂର୍ଣ୍ଣ ସ୍ଥିତି ବଦଳି ଯାଇଥାଏ ।

Leave a Reply

Your email address will not be published. Required fields are marked *