ପିଲାଙ୍କ ଫୋନ ନିଶା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କଣ କରିବେ ? Dr Nirmal Kumar Mohakud

ବନ୍ଧୁଗଣ, ମୋବାଇଲ ର ପରିଣାମ ସ୍ୱରୂପ ୧୦ ରୁ ୧୫ ପ୍ରତିଶତ ପିଲା ଯେଉଁମାନେ ସ୍କୁଲରେ ଚଷମା ପିନ୍ଧିକି ଆସୁଛନ୍ତି । ମାତ୍ର ପିଲା ମାନଙ୍କର ୩ ଟି ବିକାଶ ଭଲ ଭାବରେ ହେବା ଦରକାର ଯଥା ମାନବିକ ବିକାଶ, ବୌଦ୍ଧିକ ବିକାଶ, ଶାରୀରିକ ବିକାଶ । ମାତ୍ର ଆମ୍ଭେ କଣ କରୁଛେ ? ମାତ୍ର ଆମ୍ଭେ ମାନସିକ ବିକାଶ କୁ ଗୋଟେ ମୋବାଇଲ ମଧ୍ୟରେ ସୀମିତ ରଖିଲୁ, ଶାରୀରିକ ବିକାଶ ହେଲା କାରଣ ସେ ଖାଲି ଖାଇଲା, ଏଥିପାଇଁ ଯେ ମୋବାଇଲ ଦେଖିଲେ ସେ ଖାଇ ଦେଉଛି ଏବଂ ବୌଦ୍ଧିକ ବିକାଶ ଆଦୌ ନାହିଁ ।

ମାତ୍ର ଆଜିଭଳି ଦିନରେ ୧୦୦ ଟଙ୍କା ରୋଜଗାର କରିବା ବହୁତ କଷ୍ଟ । ଆଉ ଏହି ପରିସ୍ଥିତି ରେ ଯଦି ଆମ୍ଭେ ପିଲାଙ୍କୁ ବୌଦ୍ଧିକ ବିକାଶ ସଠିକ ନ କରାଇବା ତେବେ ସେ କେବଳ ମୋବାଇଲ ମଧ୍ୟରେ ସୀମିତ ରହିବ । ଏହାଦ୍ଵାରା ସେମାନେ କାହା କଥା ଶୁଣିବେ ନାହିଁ ।

ଏଠିସେଠି ବସିଥିବେ ତଥା ନିଜ ଦୁନିଆରେ ସେମାନେ ନିଜେ ରହିଥିବେ । ଏହାକୁ ନେଇ ପିଲା ମାନଙ୍କ ମଧ୍ୟରେ ବହୁତ ଆଗ୍ରେସିଭ ବ୍ୟବହାର ମଧ୍ୟ ଦେଖାଯାଉଅଛି । ଏହାର କାରଣ ହେଉଛି ଫୋନ ରେ ଅଧିକାଂଶ ଗେମ ଫାୟାରିଙ୍ଗ ରିଲେଟେଡ । ଏବଂ ବିଭିନ୍ନ କାର୍ଟୁନ ଦେଖି ତାଙ୍କ ଚିନ୍ତାଧାରା ଆହୁରି ଅଲଗା ପ୍ରକାରର ହେଇଯାଉଛି । କାର୍ଟୁନ ଦେଖି ସେମାନେ ନିଜକୁ ନିଜେ କାର୍ଟୁନ ଭଳି ବିହେଭ କରୁଛନ୍ତି ।

ମାତ୍ର ପିଲା ଯଦି ନିଜେ କିଛି ଭୁଲ କରୁଛି ତେବେ ମାତା ପିତା କହୁଛନ୍ତି ଆମ ପିଲା ବର୍ତ୍ତମାନ ଛୋଟ ଅଛି ତ କିଛି କହିଦେଉଛି । କିନ୍ତୁ ସେମାନେ ଜାଣି ପାରୁନାହାଁନ୍ତି ଯେ ଉଚିତ ଶିକ୍ଷା ନ ଦେଇ ସେମାନେ ନିଜ ପିଲାଙ୍କୁ ଖରାପ କରୁଛନ୍ତି । ଏହା ସହିତ ପିଲାଟି ଖରାପ ଆଡକୁ ଯିବା ପାଇଁ ସେମାନେ ଆହୁରି ବାଟ ବାହାର କରୁଛନ୍ତି । କିନ୍ତୁ ଆପଣଙ୍କୁ ଏହା ପରିବର୍ତ୍ତନ କରିବାକୁ ହେବ । ବାପା ଅଫିସ ରୁ ଆସିଲେ ପିଲା ଯେତେ ଥକିଥିଲେ ମଧ୍ୟ ତାଙ୍କ ସହିତ ଟିକିଏ ସମୟ ବ୍ୟତୀତ କରିବାର ଅଛି । ତାଙ୍କୁ ଗପ କହିବାର ଅଛି ତାଙ୍କୁ ନେଇ ବାହାରେ ବୁଲାଇବାର ଅଛି ।

ମା ଯେତେ ସମୟ ପାଉଛନ୍ତି ପିଲାଙ୍କ ସହିତ ଖେଳିବାର ଅଛି । ସମୟ ପାଇଲେ ପିଲାଙ୍କୁ ନେଇ ପାର୍କ କୁ ଜାଆନ୍ତୁ । ଏହା ସହିତ ଅନ୍ୟ ମାନଙ୍କ ସହିତ ମିଶାନ୍ତୁ । ପଡିଶା ଘରେ ଯେଉଁ ପିଲା ଅଛନ୍ତି ତାଙ୍କ ସାଙ୍ଗରେ ତାଙ୍କୁ ଟିକିଏ ଖେଳିବାକୁ ଦିଅନ୍ତୁ । ମନେ କରି ଅଧିକ ସମୟ ମୋବାଇଲ ଫୋନ ସେମାନଙ୍କୁ ଦିଅନ୍ତୁ ନାହିଁ ଏହାଦ୍ଵାରା ସେମାନଙ୍କର ଆଖି ମଧ୍ୟ ଖରାପ ହୋଇଥାଏ ।

ଏଣୁ ଛୋଟ ବୟସରୁ ହିଁ ସେମାନଙ୍କୁ ଚଷମା ପିନ୍ଧିବାକୁ ପଡିଥାଏ । ତେବେ ବନ୍ଧୁଗଣ ଆପଣ ଏହି ବିଶେଷ କଥା ମାନଙ୍କର ଧ୍ୟାନ ରଖନ୍ତୁ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *