‘ଏମିତି ବି ଗୋଟେ ଦିନଥିଲା ପାଣିରେ ବିସ୍କୁଟ ବୁଡ଼େଇ ଖାଇ ଦିନ କାଟିଛି, ସେଦିନର କଥା ମନେ ପଡିଲେ ମୋର…’: Odia Toka Muna and Chitralekha

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧନ ତମେ ଏଥର ସବୁ ଦିନ ଘରକୁ ମଦ ପିଇକି ଆସିବ । କାରଣ ସେଦିନ ମଦ ପିଇକି ଆସିଥିଲା ଘରର ସବୁ କାମ କରିଦେଇଥିଲ । ତେବେ ଏହା ଆମେ କହୁନାହିଁ ବଂର ସୋସିଆଲ ମିଡିଆରେ ଏହି ଡାଇଲଗ କହି ବହୁତ ଫେମସ ହୋଇଥିବା ଯୋଡି ହେଉଛନ୍ତି ମୁନ୍ନା ଓ ଚିତ୍ରଲେଖା । ତେବେ ମୁନ୍ନା ଓ ଚିତ୍ରଲେଖାଙ୍କର ଗଣ ମାଧ୍ୟମ ସାମ୍ନାରେ ଦେଇଥିବା ପ୍ରତିକ୍ରିୟା ବିଷୟରେ ଚାଲନ୍ତୁ ଆଲୋଚନା କରିନେବା ।

ମୁନା ଓ ଚିତ୍ରଲେଖା ଯିଏ ଟିକଟକ ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ ଓ ଯୂଟ୍ଯୂବ ଭଳି ସୋସିଆଲ ମିଡିଆସାଇଡରେ ନିଜର ପ୍ରତିଭା ଦ୍ଵାରା ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯାହାଙ୍କୁ ଓଡିଶାର ଲୋକଙ୍କର ବହୁ ଭଲ ପାଇବା ମଧ୍ୟ ମିଳିପାରିଛି । ତେବେ ମୁନାଙ୍କ କହିବା ଅନୁଯାଇ ଦିନ ଥିଲା ମୋ ପାଖରେ ସେହି ସମୟରେ ଯେତେବେଳେ ପଇସା ନଥାଏ । ମୁଁ ବିସ୍କୁଟକୁ ପଣିରେ ବୁଡେଇ ଖାଇ ଖାଇ ଭିଡିଓ ବନେଇକି ଯାଏ ।

ପ୍ରଥମେ ପ୍ରଥମେ ମୋ ଭିଡିଓରେ ୧୦୦, ୨୦୦ ଏଭଳି ଲାଇକ ଆସୁଥିଲା । ହେଲେ ଭିଡିଓ ବନାଇବାର ନିଶା ମୋତେ ଏମିତି ଘାରିଗଲା । ଯେ ମୋତେ ଯେତେ ଯାହା ଷ୍ଟ୍ରଗଳ କରିବାକୁ ପଡୁ । ମୁଁ ଭିଡିଓ ବନେଇବା ଜାରୀ ରଖିଲି । ତେବେ ସେହି ସମୟରେ ମୋ ନୂଆ ନୂଆ ଭିଡିଓରେ ଚିତ୍ରଲେଖା ମୋ ସମୟରେ ଡୁୟେଟ କରୁଥିଲେ । ସେହି ଭିଡିଓ ଗୁଡିକ ବି ଭଲ ଲାଇକ୍ ଯାଏ । ତାପରେ ଏମିତି ମୋ ଭିଡିଓରେ ଚିତ୍ରଲେଖା ଡୁୟେଟ କରୁ କରୁ ତାଙ୍କ ମୋ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏହାରି ମଧ୍ୟରେ ମୋର ଆଉ ଚିତ୍ରଲେଖାଙ୍କର ଭିଡିଓ ମଧ୍ୟ ଧୀରେ ଧୀରେ କରି ବହୁତ ଭାଇରାଲ ହୋଇଗଲା । ଲୋକଙ୍କର ଏତେ ମାତ୍ରାରେ ଆମ ଦୁହିଙ୍କୁ ଭଲ ପାଇବା ଦେଖି ବହୁତ ଖୁସି ଲାଗୁଛି । ତେବେ ଅପର ପକ୍ଷରେ ଚିତ୍ରଲେଖାଙ୍କ କହିବା ଅନୁଯାଇ ମୁନାଙ୍କ ସହିତ ଘରେ ବସି ଡୁୟେଟ କରୁ କରୁ ତାଙ୍କ ସହିତ ଲାଇଭରେ ଭିଡିଓ ବନେଇବା ପ୍ରଥମେ ପ୍ରଥମେ ମୋ ପାଇଁ କଷ୍ଟହେଇଯାଉଥିଲା ।

କାରଣ ଘରେ କଣ କହିକି ଜୀବି ବୋଲି ବହୁତ ଟେନସନ ଲାଗୁଥିଲା । ତାପରେ ଏମିତି ଭିଡିଓ କରୁ କରୁ ସବୁ ଲୋକ ଧୀରେ ଧୀରେ ଆମକୁ ଜାଣିବାକୁ ପାଇଥିଲେ । ତାପରେ ଆମ ଦୁହିଙ୍କ ପ୍ରେମ ସମ୍ପର୍କକୁ ଆମେ ଘରେ ଆସି ଜଣେଇଥିଲୁ । ତାପରେ ବହୁ କଷ୍ଟରେ ଘରେ ବାହାଘର ପାଇଁ ରାଜି ହୋଇଥିଲେ । ତେବେ ଏହିଭଳି ଭାବେ ସବୁଦିନ ପାଇଁ ମୁନା ଓ ଚିତ୍ରଲେଖାଙ୍କ ଯୋଡି ଭଲରେ ରହୁ ବୋଲି ଆମର ଶୁଭକାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *