ଆଗରୁ ଆମର ଭୟ ଥିଲା ,ସେଥିପାଇଁ ଆମେ ସାଧନା କରୁଥିଲୁ …. କିନ୍ତୁ ଆଜିକାଲିର କଥା ଅଲଗା ! ସିରିୟାଲ ଅଭିନେତ୍ରୀ ବେବି ପ୍ରଧାନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଗରୁ ଆମର ଭୟ ଥିଲା ,ସେଥିପାଇଁ ଆମେ ସାଧନା କରୁଥିଲୁ , କିନ୍ତୁ ଆଜିକାଲିର କଥା ଅଲଗା । ଆପଣଙ୍କ ପ୍ରିୟ ସିରିୟାଲ ଅଭିନେତ୍ରୀ ବେବି ପ୍ରଧାନ ସୋସିଆଲ ମିଡିଆରେ ଏଭଳି କିଛି କହିଛନ୍ତି । ବେବି ପ୍ରଧାନ ବହୁ ପୁରୁଣା ସିରିୟାଲ ଅଭିନେତ୍ରୀ ଅଟନ୍ତି ଯାହାକୁ ନେଗେଟିଭ ରୋଲ କୁ ଆପଣମାନେ ଖୁବ୍ ପସନ୍ଦ କରିଛନ୍ତି ।

ତେବେ ସେ ତାଙ୍କ ପ୍ରାରମ୍ଭିକ ବ୍ୟକ୍ତିଗତ ଅନୁଭବ ଗୁଡାକୁ ଦର୍ଶକମାନଙ୍କ ସହ ବାଣ୍ଟିଛନ୍ତି । ବେବି ପ୍ରଧାନଙ୍କ କହିବା ଅନୁସାରେ ଆଜି କୁ 25 ବର୍ଷ ହେଉଛି ସେ ସିରିୟାଲ ଓ ସିନେମାରେ ଅଭିନୟ କରିଆସୁଛନ୍ତି । ଗାଁ ରୁ ସହରକୁ  ଯାତ୍ରା ଏତେ ସହଜ ନ ଥିଲା କିନ୍ତୁ କରିବାର ଜିଜ୍ଞାସା ତାଙ୍କୁ ଏ ପର୍ଯ୍ୟନ୍ତ ନେଇକିଆସିଛି । ସେ ପାଠପଢାରେ ବହୁତ ଭଲ ଥିଲେ ବାଣୀବିହାରରେ ସେ ପିଜି ପଢୁଥିବା ବେଳେ ଦୁହିତା ସିରିୟାଲ କରୁଥିଲେ ।

ଏଣୁ କରି ତାଙ୍କୁ କଲେଜ ଯିବା ପାଇଁ ସମୟ ହେଉନଥିଲା । ମାତ୍ର ତାଙ୍କ ସାଙ୍ଗସାଥିମାନେ ନୋଟ୍ ଲେଖି ବସ୍ ର୍ରେ ତାଙ୍କ ନିକଟକୁ ପଠାଉଥିଲେ । ଏଭଳି ଭାବରେ ସ୍ମାତକ ଓ ଫିଜି ସଂପୂର୍ଣ୍ଣ କରିଥିଲେ  । ତେଣୁ ସେ ଆଜି ଯାହା ବି ଅଛନ୍ତି ତାହା କେବଳ ତାଙ୍କ ଚେଷ୍ଟା ନୁହେଁ ବରଂ ସାଙ୍ଗସାଥି ଓ ପରିବାରର ସହଯୋଗ ଦ୍ଵାରା ହିଁ ସାଧ୍ୟ ହୋଇଛି ।

ମୁଁ ଯେବେ ପ୍ରଥମେ ସିରିୟାଲରେ ଅଭିନୟ କରିବା ପାଇଁ ରାଜମିଶ୍ରିଙ୍କ ପାଖକୁ ଯାଇଥିଲେ ଏବଂ ମୋର କଥାବାର୍ତ୍ତା ଶୈଳୀରୁ ହିଁ ସେ ମୋତେ ପସନ୍ଦ କରିଦେଇଥିଲେ ଏବଂ ସିରିୟାଲରେ ଅଭିନୟ କରିବାକୁ ଚୟନ କରିନେଇଥିଲେ  । ଆମ ବେଳେ ଆମେ ଭୟ କରୁଥିଲୁ ତେଣୁ ଭକ୍ତି କରି ସାଧନା କରୁଥୁଲୁ , କିନ୍ତୁ ଆଜିକାଲିର କଳାକାରମାନେ ପୂର୍ବ ଅଭିନୟ ଘୋଷା କହିବାକୁ କହିଲେ ଭୁଲିଯାଆନ୍ତି ।

ମୁଁ କରିଥିବା ସିରିୟାଲର ଈଶିତା ନାଁ ରେ ପ୍ରାୟତ ଲୋକେ ମୋତେ ଚିହ୍ନିଥାନ୍ତି । ମୁଁ ମୋ ସିରିୟାଲ ମୋ ସରକାରୀ ଚାକିରୀ ଛାଡିଛି କିନ୍ତୁ ଏଥିପାଇ କେବେ ବି ପଶ୍ଚାତାପ କରିନି  । କାରଣ ମୁଁ ଆଜି ବେବି ପ୍ରଧାନ ନାଁ କୁ  କମେଇଛି ମୁଁ ବାହାରକୁ ଗଲେ ଲୋକେ ମୋତେ ସେହି ନାଁ ରେ ଡାକନ୍ତି । ଏଭଳି କେତେକ ବିଷୟ କହିଛନ୍ତି ଅଭିନେତ୍ରୀ ବେବି ପ୍ରଧାନ। ଏହି ଖବବାର କୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।   

Leave a Reply

Your email address will not be published. Required fields are marked *