ଯଦି Rahul Gandhi ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ କଣ ରହିବ ପ୍ରଥମ ନିଷ୍ପତ୍ତି ? ଛାତ୍ର ଛାତ୍ରୀଙ୍କ ପ୍ରଶ୍ନର ଉତ୍ତରରେ କଣ କହିଲେ Rahul, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଯଦି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ପ୍ରଥମ କାମ କ’ଣ କରିବେ ? ଏହି ପ୍ରଶ୍ନ ଆପଣଙ୍କର ମନରେ ଭିତରେ ବି ଆସୁଥିବ । ତାମିଲନାଡୁ ମୁଲଗୁମୁଦୁର ସେଣ୍ଟ ଜୋସେଫ୍‌ ସ୍କୁଲ୍ ପିଲାମାନଙ୍କ ମନରେ ଏହି ପ୍ରଶ୍ନ ଉଠିଥିଲା । ଆଉ ସେମାନେ ରାହୁଲ ଗାନ୍ଧୀଙ୍କୁ ସିଧା ସିଧା ଏହି ପ୍ରଶ୍ନ ପଚାରି ଦେଲେ । ପ୍ରଶ୍ନ ଶୁଣି ରାହୁଲ ଗାନ୍ଧୀ କ’ଣ ଜବାବ ଦେଲେ ଆସନ୍ତୁ ଜାଣିନେବା ।

ନିକଟର ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତରେ ଯାଇଥିଲେ । ଏହି ସମୟରେ ସେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରିବା ସହିତ ମୁଲଗୁମୁଦୁର ସେଣ୍ଟ ଜୋସେଫ୍‌ ସ୍କୁଲ୍ ପିଲାମାନଙ୍କୁ ଭେଟି ତାଙ୍କ ସହିତ ଆଲୋଚନା କରିଥିଲେ । ଏହାର କିଛିଦିନ ପରେ ସ୍କୁଲ୍ ପିଲା ଦିଲ୍ଲୀ ବୁଲିବାକୁ ଆସି ରାହୁଲ ଗାନ୍ଧୀଙ୍କ ବାସଭବନ ଯାଇ ତାଙ୍କୁ ସାକ୍ଷାତ କରିଥିଲେ । କଂଗ୍ରେସ ସାଂସଦ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ବାସଭବନରେ ପିଲାମାନଙ୍କ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ।

ଯାହାର ଭିଡିଓ ଟ୍ୱି-ଟ୍‌ ରେ ଶେ-ୟା-ର କରିଛନ୍ତି ରାହୁଲ । ଏଥିରେ ସ୍କୁଲ୍‌ ପିଲାମାନଙ୍କ ସହିତ ଆସିଥିବା ଜଣେ ବ୍ୟକ୍ତି କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହିତ ଏ ଦିଗରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଆଉ ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ସ୍କୁଲ୍ ପିଲାଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ସେହି ପ୍ରଶ୍ନ କରିଥିଲେ ଯେ ଆପଣ ପ୍ରଧାନମନ୍ତ୍ରୀ ହେଲେ ପ୍ରଥମ ନିର୍ଦ୍ଦେଶ କ’ଣ ଦେବେ ?

ପ୍ରଶ୍ନ ଶୁଣିବା ପରେ ରାହୁଲ ଗାନ୍ଧୀ ତୁରନ୍ତ ଏହାର ଜବାବ ଦେଇଥିଲେ । ମହିଳାଙ୍କ ସଂ-ରକ୍ଷ-ଣ ବ୍ୟବସ୍ଥା କରିବି ବୋଲି ରାହୁଲ ଉତ୍ତର ଦେଇଥିଲେ । ଏଥି ସହିତ ରାହୁଲ କହିଥିଲେ ଯେ ମୋତେ ଯଦି କେହି ପଚାରିବେ ଯେ ଆପଣ ପିଲାମାନଙ୍କୁ କେଉଁ ଗୋଟିଏ ଜିନିଷ ଶିଖାଇବେ । ତେବେ ମୁଁ ତାଙ୍କୁ ବିନମ୍ରତା ଶିଖାଇବି ବୋଲି କହିବି । କାରଣ ବିନମ୍ର ହେଲେ ଆପଣଙ୍କର ଚିନ୍ତାଧାରାର ବିକଶିତ ହୋଇଥାଏ ।


ଏହା ପରେ ରାହୁଲ୍ ପିଲାମାନଙ୍କୁ ରାତ୍ରୀ ଭୋଜନ ସମ୍ପର୍କରେ ପଚାରିବାରୁ ସେମାନଙ୍କର ସାଙ୍ଗରେ ଆସିଥିବା ନେତୃତ୍ୱ ମଣ୍ଡଳୀ କୌଣସି ନା କୌଣସି ବ୍ୟବସ୍ଥା କରିବେ ବୋଲି କହିଥିଲେ । ଏହା ପରେ ରାହୁଲ ଗାନ୍ଧୀ ଅତିଥିମାନଙ୍କୁ ଛୋଲେ ଭଟୁରେ ଖାଇବାକୁ ଅନୁରୋଧ କରିବା ସହିତ ସେମାନଙ୍କ ସହିତ ରାତିରେ ଛୋଲେ ଭଟୁରେ ଖାଇଥିଲେ । ରାହୁଲ ପିଲାମାନଙ୍କ ସହିତ ଆଲୋଚନା କରୁଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପିଲାମାନଙ୍କକୁ ସାକ୍ଷାତ କରିଥିଲେ ।

ଏହି ଭିଡିଓକୁ ରାହୁଲ ଟ୍ୱି-ଟ୍ କରିବା ସହିତ ଲେଖିଥିଲେ ପିଲାମାନଙ୍କ ସହିତ ଦେଖା କରିବା ପରେ ରାହୁଲ ଗାନ୍ଧୀ ଙ୍କ ଦୀପାବଳି ଖାସ୍ ହୋଇଗଲା । ସଂସ୍କୃତିର ସଂଗମ ଆମ ଦେଶର ସବୁଠାର ଶକ୍ତି । ଆଉ ଆମକୁ ଏହାକୁ ସଂରକ୍ଷିତ କରି ରଖିବା ଦରକାର ।

Leave a Reply

Your email address will not be published. Required fields are marked *