BCCI ର Shocking ପ୍ଲାନ, ନୂଆ ବର୍ଷରେ ନୂଆ ବର୍ଷରେ ନଜର ଆସିବ ଟୀମ ଇଣ୍ଡିଆ, ଦଳରୁ Rohit Sharma ଙ୍କ ଛୁଟି ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଗତ 9 ବର୍ଷ ଧରି ଆଇସିସି ଟ୍ରଫି ପାଇଁ ଅପେକ୍ଷା କରିଥିବା ଟିମ ଇଣ୍ଡିଆରେ ଏବେ ନୂଆ ଏବଂ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ । ନୂଆବର୍ଷ ଅର୍ଥାତ ୨୦୨୩ ହେବାକୁ ଆଉ ମାତ୍ର ଅଳ୍ପ ଦିନ । ଚର୍ଚ୍ଚା ହେଉଛି ଏହି ସମୟ ଭାରତୀୟ ଟିମ ପାଇଁ ନିର୍ଣ୍ଣାୟକ ପ୍ରମାଣିତ ହୋଇପାରେ । ବିସିସିଆଇ ସବୁ ଫର୍ମାଟ ପାଇଁ ଭିନ୍ନ ଧରଣର ପ୍ଳାନ କରିବା ପରେ ଏବେ କାମ କରୁଛି ।

ଏଥିପାଇଁ ସବୁ ଫର୍ମାଟ ପାଇଁ ଅଲଗା ଟିମ ଅଲଗା ଲିଡର ଏଭଳି କି ରଣନୀତି ମଧ୍ୟ ଅଲଗା ରହିବ । ରିପୋର୍ଟ ଅନୁଯାୟୀ ନୂଆବର୍ଷରେ ଟିମ ଇଣ୍ଡିଆକୁ ମିଳିପାରେ ନୂଆ ଚୟନ ସମିତି । ଏହାପରେ ନୂଆ ଚୟନ ସମିତିର ଦାଇତ୍ଵ ରହିବ ଯେ ସବୁ ଫର୍ମାଟ ପାଇଁ ଟିମ ଇଣ୍ଡିଆ କୁ ନୂତନ ଭାବରେ ପ୍ରସ୍ତୁତ କରିବା । ଫଳ ସ୍ୱରୂପ ଭାରତୀୟ ଟିମରେ ନିକଟ ଭବିଷ୍ୟତରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ସେପଟେ ରୋହିତ ଶର୍ମା ଏବେ ଟିମ ଇଣ୍ଡିଆର ସବୁ ଫର୍ମାଟ ପାଇଁ ଅଧିନାୟକ ରହିଛନ୍ତି । ମାତ୍ର ଫିଟନେସ ତଥା ମ୍ୟାନେଜମେଣ୍ଟ ପାଇଁ ସେ ଲଗାତାର ଭାବରେ ବ୍ରେକ ନେଉଛନ୍ତି । ଏହା ଭିତରେ ଆହାତ ର ମଧ୍ୟ ସେ ଶିକାର ହୋଇଛନ୍ତି । ଏହିସବୁ ଭିତରେ ନୂଆ ଚୟନ ସମିତି ଆସିବା ମାତ୍ରେ ତାଙ୍କ ରୋଲ ମଧ୍ୟ ସ୍ପଷ୍ଟ ହୋଇଯିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ।

ଟିମ ଇଣ୍ଡିଆ ପ୍ରାୟ ଏକ ଦଶକରୁ ଆଇସିସି ଟ୍ରଫି ପାଇଁ ଅପେକ୍ଷାରେ ରହିଛି । ମହେନ୍ଦ୍ର ସିଂ ଧୋନୀ ଙ୍କ ନେତୃତ୍ଵରେ ଶେଷଥର ପାଇଁ ଟିମ ଇଣ୍ଡିଆ ୨୦୧୩ ରେ ଚ୍ୟାମ୍ପିୟନ ଟ୍ରଫି ଜିତିଥିଲା । ହେଲେ ଏହା ପରଠାରୁ ଆଇସିସି ଟ୍ରଫି ଉପରେ ଭାରତ କବଜା କରିପାରିନାହିଁ । ଏହାକୁ ନେଇ କ୍ରିକେଟ ପ୍ରେମୀ ଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି ଯେ ବର୍ତ୍ତମାନ ୨୦୨୩ ରେ ନୂଆ ଟିମ କେଉଁ କେଉଁ କ୍ରିକେଟର କୁ ନେଇ ଗଢାହେବ ।

ରୋହିତ ଶର୍ମା ଟିମ ରୁ ବାଦ ପଡିବାକୁ ନେଇ ରୋହିତ ଙ୍କ ଫ୍ୟାନ୍ସ ମାନଙ୍କ ମନରେ ଅସନ୍ତୋଷତା ପ୍ରକାଶ ପାଇଛି । କିନ୍ତୁ ଯାହା ବିସିସିଆଇ ର ନିଷ୍ପତ୍ତି ହେବ ତାହାକୁ ସମସ୍ତେ ଗ୍ରହଣ କରିବେ । ଆଗକୁ ଭାରତ ପାଇଁ ଉନ୍ନତ ମାନର ପ୍ରଦର୍ଶଣ କରି ଗୌରବ ଆଣିବେ ବୋଲି ସମସ୍ତଙ୍କର ଆଶା ରହିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *