ପେଟ କମାଇବା ପାଇଁ କଣ ଖାଇବେ ? Dietician Niharika Dash

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ମୋଟାପଣର ଶିକାର ହେଉଛନ୍ତି । ତେବେ ବନ୍ଧୁଗଣ ଶରୀରରେ ଅଧିକ ଚର୍ବି ଜମା ହେବା ଦ୍ଵାରା ଶରୀର ବହୁତ ଅସୁନ୍ଦର ଦେଖାଯାଇଥାଏ ଏହା ସହିତ ଅନେକ ରୋଗ ଶରୀରରେ ଘର କରିଥାଏ । ବନ୍ଧୁଗଣ ମୋଟାପଣକୁ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାରର ୱାର୍କଆଉଟ ଓ ଉପଚାର କରିଥାନ୍ତି ।

ହେଲେ ଆଜି ଆମେ ଆପଣ ମାନଙ୍କୁ ମୋଟାପଣ କମାଇବାର ସଠିକ ଡାଏଟ ବିଷୟରେ କହିବାକୁ ଯାଉଛୁ ଯାହା ନିଶ୍ଚୟ କାମ ଦେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସାଧାରଣତଃ ଲୋକମାନେ ଭୁଲ ଜୀବନ ଶୈଳୀ ଓ ଭୁଲ ଖାଦ୍ୟ ପେୟ ହେତୁ ମୋଟାପଣର ଶିକାର ହୋଇଥାନ୍ତି ।

ଯେଉଁ ମାନେ କେବଳ ବସିକି କାମ କରିଥାନ୍ତି, ଠିକ ସମୟରେ ଖାଦ୍ୟ ଖାଇ ନଥାନ୍ତି, ଯୋଗ ଓ ବାୟମ ଆଦି କରି ନଥାନ୍ତି ଏବଂ ଅଖାଦ୍ୟ ଖାଇଥାନ୍ତି ସେମାନେ ଏହି ମୋଟାପଣର ଶିକାର ହୋଇଥାନ୍ତି । ବନ୍ଧୁଗଣ ବେଳେବେଳେ ଆମ ଶରୀରରେ ଯେତିକି ନ୍ୟୁଟ୍ରିଏଣ୍ଟ ଦରକାର ଯଦି ଅଧିକ ତା ଠାରୁ ଅଧିକ ମିଳିଥାଏ ତା ହେଲେ ତାହା ଆମ ଶରୀରରେ ଫ୍ୟାଟ ଆକାରରେ ଜମା ହୋଇଯାଏ ।

ଯେଉଁ ମାନେ କେବଳ ବସିକି କାମ କରୁଛନ୍ତି ସେମାନେ ୧୬୦୦ କ୍ୟାଲେରୀର ଖାଦ୍ୟ ଖାଇ ପାରିବେ ଏହା ସହ ସେମାନେ ବେଲି ଫ୍ୟାଟ ବାୟମ କରିବା ନିହାତି ଆବଶ୍ୟକ । ଅନେକ ପ୍ରକାରର ଯୋଗ ଅଛି ଆପଣ ଘରେ ରହି କରିପାରିବେ ସୂର୍ଯ୍ୟ ନମସ୍କାର ବି କରିପାରିବେ । ଯଦି କିଛି ବି କରିବା ପାଇଁ ଚାହୁଁ ନାହାନ୍ତି ତା ହେଲେ ପ୍ରତ୍ୟକ ଦିନ ୩୦ ରୁ ୪୦ ମିନିଟ କେବଳ ଚାଲନ୍ତୁ ।

ଚାଲିବା ଦ୍ଵାରା ମଧ୍ୟ ଆପଣଙ୍କ ଶରୀରର ମେଟାବଲିଜମ ବଢିଥାଏ ଯାହାଦ୍ୱାରା ଆପଣଙ୍କ ଚର୍ବି କମି ଥାଏ । ଆପଣ ମାନେ ୭୦ ପ୍ରତିଶତ ଡାଏଟ ଓ ୩୦ ପ୍ରତିଶତ ଯୋଗ କରିଲେ ଆପଣଙ୍କ ବେଲି ଫ୍ୟାଟ ନିଶ୍ଚୟ କମିଯିବ । ବନ୍ଧୁଗଣ ସକାଳେ ଉଠିବା ପରେ ଆପଣ ଅଳ୍ପ ଉଷୁମ ପାଣିରେ ଏକ ଚାମଚ ମେଥି ନହଲେ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ । ଏହାର ୨୦ ମିନିଟ ପରେ ଆପଣ କଦଳୀ କିମ୍ବା ଆପେଲ୍ ଖାଇ ଯୋଗ ଓ ବାୟମ କରନ୍ତୁ ।

ବ୍ରେକଫାଷ୍ଟରେ ଆପଣ ଓର୍ଟ୍ସ, ମାଣ୍ଡିଆ, ଛତୁଆ, ରାଗି ଇଟିଲି ଓ ଘର ତିଆରି ଫଳ ରସ ଆପଣ ନେଇ ପାରିବେ । ଲଞ୍ଚରେ ରୁଟି କି ଭାତ ସବୁବେଳେ ମିଶେଇକି ଖାଇବେ ନାହିଁ । ଯଦି ହେଇପାରିବ ରୁଟି ଖାନ୍ତୁ ଭାତର କ୍ଵାଣ୍ଟିଟି ଆମେ ଠିକ ଭାବରେ ନେଇ ନଥାଉ ନଚେତ ଆପଣ ରୁଟି କିମ୍ବା ଭାତ ଖାଇପାରିବେ  । ସନ୍ଧ୍ୟା ସମୟରେ ଆପଣ ଗ୍ରୀନ ଟି ନେଇ ପାରିବେ ନଚେତ ଏଗ ୱ୍ହାଇଟ ନେଇପାରିବେ । ଏହା ସହିତ ଆପଣ ଫଳ ବି ଖାଇପାରିବେ । ରାତିରେ ଡାଲି, ଡାଲମା, ସନ୍ତୁଳା, ମାଛ, ଚିକେନ ଓ ଅଣ୍ଡା ଖାଇପାରିବେ ।

Leave a Reply

Your email address will not be published. Required fields are marked *