Yogi Adityanath ଙ୍କୁ ତାଙ୍କ ଭଉଣୀ କଲେ ଏମିତି ଭାବୁକ ଅପିଲ, କହିଲେ ‘ଥରେ ମାତ୍ର ଆସି ମା’କୁ….’

ନମସ୍କାର ବନ୍ଧୁଗଣ ତେବେ ଦେଶର ସବୁଠୁ ଅଧିକ ଜନସଂଖ୍ୟା ରାଜ୍ୟ, ଉତ୍ତର ପ୍ରଦେଶର ଲଗାତାର ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ଉତ୍ତରଖଣ୍ଡର ପୋଡୀ ଗାଡୱାଲ ଜିଲ୍ଲାର ପଞ୍ଚୁର ଗାଁରେ ୧୯୭୨ ମସିହା ଜୁନ ୫ରେ ଜନ୍ମ ନେଇଥିଲେ ଅଜୟ ବିଷ୍ଟ, ଆଜିର ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କ ଠାରୁ ଛଅ ବର୍ଷ ସାନ ତାଙ୍କ ଭଉଣୀ ଶଶି । ଏକ ସାଧାରଣ ପରିବାରରେ ଭାଇ-ଭଉଣୀଙ୍କ ମଧ୍ୟରେ ଯେପରି ଭଲ ପାଇବା ଏବଂ ସମ୍ପର୍କ ରହିଥାଏ, ଠିକ୍ ସେହିପରି ଯୋଗୀ ଏବଂ ତାଙ୍କ ଭଉଣୀ ସମ୍ପର୍କ ।


ମାତ୍ର ୧୪ ବର୍ଷ ବୟସରେ ଯୋଗୀଙ୍କ ଭଉଣୀ ଶଶିଙ୍କ ବିବାହ ହୋଇଥିଲା । ଏପଟେ ଯୋଗୀ ଆଦିତ୍ୟନାଥ ନିଜକୁ ରାମ ମନ୍ଦିର ଆନ୍ଦୋଳନରେ ସାମିଲ କରିଥିଲେ । ଏଠି ମହନ୍ତ ଅବୈଦ୍ୟ ନାଥଙ୍କ ସହ ତାଙ୍କର ସମ୍ପର୍କ ବଢେ । ତାଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଗୁରୁଦୀକ୍ଷା ଗ୍ରହଣ କରି ତାଙ୍କ ଶିଷ୍ୟ ହେଲେ ଯୋଗୀ । ତେବେ ଅବୈଦ୍ୟନାଥ ଯୋଗୀଙ୍କୁ ଘର ଲୋକଙ୍କ ସହ କଥା ହୋଇ ଆସିବାକୁ  କହିଥିଲେ ।

ଯୋଗୀ ଘରେ ପହଞ୍ଚି କହିଥିଲେ, ମୁଁ ଗୋରଖପୁରରେ ରହିବି । ଲୋକଙ୍କ ସେବା କରିବି । ପିତା ଆନନ୍ଦ ବିଷ୍ଟ ସିଂ ପୁଅର କଥାକୁ ଠିକରେ ବୁଝିପାରି ନଥିଲେ । କିନ୍ତୁ ରାଜି ହୋଇ ଯାଇଥିଲେ । ମାଆ ଭାବିଥିଲେ ପୁଅ ଚାକିରି କରିବାକୁ ଯାଉଛି । କିନ୍ତୁ କିଛି ଦିନ ପରେ ପୁଅ ସନ୍ୟାସୀ ହୋଇଥିବା ଜାଣି ଚିନ୍ତାରେ ପଡିଥିଲେ । ଗରିବ ଘରେ ବିବାହିତ ଶଶି ଶାଶୂଘରେ ନିଜର ସଂସାର ଆରମ୍ଭ କରିଥିଲେ ।


ଦିନେ ହଠାତ ଜାଣିବାକୁ ପାଇଥିଲେ ତାଙ୍କ ବଡ ଭାଇ ସାଧୁ ହୋଇଛନ୍ତି । ଦୀର୍ଘ ପରେ ଶିଶ ଜାଣିବାକୁ ପାଇଥିଲେ ଯେ ତାଙ୍କ ଭାଇ ଗୋରଖପୁର ପୀଠର ମହନ୍ତ ହୋଇଛନ୍ତି । ଚାଷ ଏବଂ ପଶୁ ପାଳି ପରିବାର ଚଳାଇବା ସମ୍ଭବ ନଥିଲା । ଶେଷରେ ଶଶି ନିଜ ସ୍ୱାମୀ ପୁରନ ସିଂ ପାୟଲଙ୍କ ସହ ମିଶି ଗାଁର ପ୍ରସିଦ୍ଧ ମାଆ ପାର୍ବତୀ ମନ୍ଦିର ନିକଟରେ ଫୁଲ ଏବଂ ପ୍ରସାଦର ଦୋକାନ ଖୋଲିଥିଲେ ।

ଶିଶଙ୍କ ଘରଠାରୁ ଏହା ପ୍ରାୟ ଅଢେଇ କିଲୋମିଟର ଦୂର । ମନ୍ଦିର ନିକଟରେ ଥିବା ପ୍ରାୟ ୭୦ ଦୋକାନ ମଧ୍ୟରୁ ଗୋଟିଏ ଯୋଗୀଙ୍କ ସାନ ଭଉଣୀଙ୍କର । ଶଶିଙ୍କ ତିନୋଟି ସନ୍ତାନ । ଦୁଇଟି ପୁଅ ଏବଂ ଗୋଟିଏ ଝିଅ । ତେବେ ୨୦୧୭ରେ ହଠାତ ଦିନେ ଶଶିଙ୍କ ଦୋକାନ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଇନ ଲାଗିଥିଲା । ଶଶି କିଛି ବୁଝିପାରୁ ନଥିଲେ । ଶଶିଙ୍କ ସ୍ୱାମୀ ପୁରନ କହିଥିଲେ, ଯୋଗୀ ୟୁପିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସମସ୍ତେ ତାଙ୍କ ସାନ ଭଉଣୀଙ୍କୁ ଖୋଜିଖୋଜି ଏଠାରେ ପହଞ୍ଚିଛନ୍ତି ।


ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ନିଜ ମୁଖ୍ୟମନ୍ତ୍ରୀ ଭାଇଙ୍କ ଠାରୁ କିଛି ସାହାଯ୍ୟର ଆଶା ରହିଛି କି ପ୍ରଶ୍ନର ଉତ୍ତର ଶଶି କହିଥିଲେ, ‘ମୁଁ ମୋ ଜୀବନରେ ଖୁସି ଅଛି । ମୋତେ କିଛି ଆବଶ୍ୟକ ନାହିଁ । ଭାଇ ଲୋକଙ୍କ ସେବା କରୁ ଏବଂ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେଉ, ଏହା ହିଁ ମୋର କାମନା । ତେବେ ଏହି ସମୟରେ ଶଶି ନିଜ ଦୁଃଖ ବି କହିଥିଲେ । ଶଶି କହିଥିଲେ ୩୦ ବର୍ଷରୁ ତାଙ୍କୁ ରାକ୍ଷୀ ବାନ୍ଧିପାରି ନାହିଁ ।

ପ୍ରତିଥର ରାକ୍ଷୀ ପଠାଏ କିନ୍ତୁ କୌଣସି ଜବାବ ଆସେ ନାହିଁ । ସନ୍ୟାସୀ ଜୀବନ ଯୋଗୁଁ ବ୍ୟକ୍ତିଗତ ସମ୍ପର୍କରୁ ସେ ମୁକ୍ତ ହୋଇଯାଇଛନ୍ତି । ୨୦୧୭ରେ ନିର୍ବାଚନୀ ପ୍ରଚାର ସମୟରେ ସେ ଋଷିକେଶ, ୟମରେଶ୍ୱର ଏବଂ ରାୟବାଲା ଆସିଥିଲେ । ଏହି ସମୟରେ ନିଜ ଗାଁ ପଞ୍ଚୁରୀରେ ଆସିଥିଲେ । ଶେଷ ଥର ପାଇଁ ସେଠି ଭେଟ ହୋଇଥିଲା’ । ଶଶି କହିଥିଲେ, ସେ ଅଧିକ କଥା ହୁଅନ୍ତି ନାହିଁ । ବାସ ମୁରୁକି ହସି କେମିତି ଅଛି ପଚାରିଥିଲେ । ପିଲାମାନଙ୍କ ସମୟ ବିତାଇଥିଲେ ।

ସେ କହିଥିଲେ ପରିଶ୍ରମ କର, ରୋଜଗାର କରି ଚଳ । ଆମେ ମଧ୍ୟ ଏଥିରେ ବିଶ୍ୱାସ କରୁ । ତେବେ ସେ କହିଛନ୍ତି କି ମାଆ ନିଜ ପୁଅ ଅଜୟଙ୍କୁ ବହୁତ ଖୋଜୁଛନ୍ତି ଯଦି ସମ୍ଭବ ତେବେ ଥରୁ ଟିଏ ମାଆଙ୍କୁ ଦେଖା କରିବା ପାଇଁ ଆସନ୍ତୁ । ତେବେ ଆପଣ ଙ୍କୁ କଣ ଲାଗୁଛି ଆଦିତ୍ୟନାଥ ନିଜ ମାଆଙ୍କୁ ଭେଟିବା ପାଇଁ ଯିବେ ନା ନାହିଁ । ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *