କେଉଁ କାରଣରୁ ଦ୍ରୌପଦୀ କୁକୁର ମାନଙ୍କୁ ଏପରି ଅଭିଶାପ ଦେଇଥିଲେ ? କ’ଣ ରହିଥାଇ ପାରେ ଏହା ପଛର କାରଣ ?

ଦ୍ରୌପଦୀ କଣ ପାଇଁ କୁକୁର ମାନଙ୍କୁ ଅଭିଶାପ ଦେଇଥିଲେ ? ତେବେ ବନ୍ଧୁଗଣ ଏହି କାହାଣୀଟି ବହୁତ ପ୍ରାଚୀନ ତଥା ମହାଭାରତ କାଳର ଅଟେ । ଯେତେବେଳେ ଅର୍ଜୁନ ଦ୍ରୌପଦୀଙ୍କୁ ବିବାହ କରି ତାଙ୍କ ଘରକୁ ଆଣିଥିଲେ । ସେତେବେଳେ ଅର୍ଜୁନଙ୍କ ମା’ ଅଜାଣତରେ ଅର୍ଜୁନଙ୍କୁ କହିଦେଇଥିଲେ କି । ଯାହା ବି ଆଣିଛ ସବୁ ଭାଇ ସମାନ ଭାଗ କରି ତାହାର ଉପୋଭୋଗ କରିବେ । ତାପରେ ମାତା କୁନ୍ତୀଙ୍କ କଥାର ମାନ ରଖିବାକୁ ଯାଇ ସବୁ ଭାଇ ମାନେ ଦ୍ରୌପଦୀଙ୍କୁ ବିବାହ କରିଥିଲେ ।

ତେବେ ପାଣ୍ଡବ ମାନଙ୍କ ମଧ୍ୟରେ ଏହା ମଧ୍ୟ ନିର୍ଦ୍ଧାରଣ ହୋଇଥିଲା । ଦ୍ରୌପଦୀ ପ୍ରତ୍ଯେକ ବର୍ଷ କେଉଁ ଜଣେ ପାଣ୍ଡବଙ୍କ ସହ ସମୟ ବିତାଇବେ । ତେବେ ଯେତେବେଳେ ଦ୍ରୌପଦୀ କାହା ସହିତ ସମୟ ବିତାଉଥିବେ । ସେତେବେଳେ ସେହି କକ୍ଷକୁ ଅନ୍ୟ କେହି ଯେପରି ଯାଇପାରିବେ ନାହିଁ । ଯେତେବେଳେ କେଉଁ ପାଣ୍ଡବ ଦ୍ରୌପଦୀଙ୍କ କକ୍ଷକୁ ଯାଉଥିଲେ । ସେତେବେଳେ ସେ ନିଜ ଚରଣ ପାଦୁକା ଦ୍ଵାର ସମ୍ମୁଖରେ ରଖିକରି ଯାଉଥିଲେ ।

ଯାହା ଦେଖି ଅନ୍ୟ କେଉଁ ପାଣ୍ଡବ ସେହି କକ୍ଷକୁ ଯିବେ ନାହିଁ । ଥରେ ଜଣେ ପାଣ୍ଡବ ନିଜର ପାଦୁକା ଦ୍ଵାର ବାହାରେ ରଖି ଦେଇ ଦ୍ରୌପଦୀଙ୍କ ସହ ସମୟ ବିତାଉଥିଲେ । ସେତେବେଳେ ସେଠାକୁ ଏକ କୁକୁର ଆସି ଖେଳି ଖେଳି ପାଣ୍ଡବ ଦ୍ଵାର ପାଖରେ ଖୋଲିକି ଯାଇଥିବା ଚରଣ ପାଦୁକାକୁ ସାଥିରେ ନେଇଯାଇଥିଲା ।

ସେହି ସମୟରେ ଅନ୍ୟ ଏକ ପାଣ୍ଡବ ଦ୍ଵାର ସାମ୍ନାରେ କୌଣସି ପାଦୁକା ନ ଥୁଆ ହୋଇଥିବାର  ଦେଖି କକ୍ଷ ଭିତରେକୁ ପ୍ରବେଶ କରିଯାଇଥିଲେ । ତାପରେ ସେହି କକ୍ଷରେ ଦ୍ରୌପଦୀଙ୍କ ସହ ଅନ୍ୟ ପାଣ୍ଡବ ଥିବା ଦେଖି ସେ ଲଜ୍ଜିତ ହୋଇଯାଇଥିଲେ । ତାପରେ ଦ୍ରୌପଦୀ ଓ ତାଙ୍କ ସହ ସମୟ ବିତାଉଥିବା ପାଣ୍ଡବ ମଧ୍ୟ କ୍ରୋଧ ବଶତଃ ଭୀମକୁ ପଚାରିଥିଲେ । ଦ୍ଵାର ପାଖରେ ପାଦୁକା ଥିବା ଦେଖି ମଧ୍ୟ କିଭଳି ଭାବେ ତୁମେ କକ୍ଷ ଭିତରକୁ ପ୍ରବେଶ କରିପାରିଲ !

ଏହାପରେ ଭୀମ ଉତ୍ତରରେ କହିଥିଲେ ଦ୍ଵାର ପାଖରେ କୌଣସି ବି ପାଦୁକା ଥୁଆଯାଇ ନାହିଁ । ତାପରେ ପାଦୁକା ଖୋଜିବାରେ 2 ପାଣ୍ଡବ ଲାଗିପଡିଲେ । ତାପରେ ଖୋଜୁ ଖୋଜୁ ଏକ କୁକୁର ଜଙ୍ଗଲ ମଧ୍ୟକୁ ଯାଇ ସେହି ପାଦୁକା ସହ ଖେଳିବାରେ ବ୍ୟସ୍ତ ଅଛି । ତାପରେ ଏହି ସବୁ କଥାକୁ ନେଇ ଦ୍ରୌପଦୀ ବହୁତ କ୍ରୋଧିତ ହୋଇଯାଇଥିଲେ । ସେଥିପାଇଁ ସେ କୁକୁରକୁ ଅଭିଶାପ ଦେଇ କହିଥିଲେ ।

ମୁଁ ଆଜି ଯେଉଁ କାରଣ ପାଇଁ ଲଜ୍ଜିତ ହୋଇଗଲି । ସେହିପରି କୁକୁର ଯେତେବେଳେ ସହବାସ କରୁଥିବ । ତାହାକୁ ପୁରା ଦୁନିଆ ଦେଖିବ । ତେବେ ଠାରୁ କୁକୁର ମାନେ ଖୋଲାରେ ସହବାସ କରିଥାନ୍ତି । ଯାହାକୁ ପୁରା ଦୁନିଆ ଦେଖିଥାଏ । ତେବେ ପୋଷ୍ଟଟି କିପରି ଲାଗିଲା ? ଆମକୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *