ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗୁପ୍ତ ରହସ୍ୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ…ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀଳା ଯେଉଁପରି ଭାବରେ ରହସ୍ୟମୟ ଠିକ ସେହିଭଳି ତାଙ୍କ ଶ୍ରୀମନ୍ଦିର ମଧ୍ୟ ଅନେକ ଅଲୌକିକ ରହସ୍ୟରେ ପରିପୂର୍ଣ୍ଣ । ନୀଳାମୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଈଷାରା ବିନା ଏହି ଜଗତର ପତ୍ରଟିଏ ମଧ୍ୟ ହଲି ନଥାଏ । ଆଜିର ଆଧୁନିକ ମଣିଷ ଟେକ୍ନୋଲୋଜିରେ ଯେତେ ଉନ୍ନତି କରିଥିଲେ ମଧ୍ୟ ଶ୍ରୀମନ୍ଦିରର ଅନେକ ଗୁମରକୁ ବୁଝିବା ଆମ ପକ୍ଷେ ସମ୍ଭବ ନୁହେଁ ।

ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ଥିବା ଶ୍ରୀମନ୍ଦିରର ରତ୍ନା ଭଣ୍ଡାର ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଓ କୌତୁକଳ ସୃଷ୍ଟି କରିଛି । କଣ ରହିଛି ଏହି ରତ୍ନ ଭଣ୍ଡାରରେ କଣ ପାଇଁ ବିଶେଷଜ୍ଞ ମାନେ ଆଜି ପର୍ଯ୍ୟନ୍ତ ଏହି ସଂପୂର୍ଣ୍ଣ ରତ୍ନ ଭଣ୍ଡାରକୁ ଖୋଲିବା ପାଇଁ ଅସମର୍ଥ । ଭିତର ଭଣ୍ଡାରକୁ ଖୋଲିବା ପାଇଁ କାହିଁକି କେହି ସାହାସ କରୁ ନାହାନ୍ତି ସବୁଠାରୁ ବଡ କଥା ହେଉଛି ରତ୍ନ ଭଣ୍ଡାରର ଚାବି ହଜିଲା କିପରି ।

ବନ୍ଧୁଗଣ ସତରେ କଣ ରତ୍ନ ଭଣ୍ଡାର ଭିତରୁ ଅନେକ ସାପର ଗର୍ଜନ ଶୁଣିବାକୁ ମିଳିଥାଏ ତେବେ ଆସନ୍ତୁ ଜାଣିବା ରତ୍ନା ଭଣ୍ଡାର ବିଷୟରେ । ବନ୍ଧୁଗଣ ପୁରୀରେ ଯେତେବେଳେ ଶ୍ରୀମନ୍ଦିର ନିର୍ମାଣ କରାଗଲା ସେହି ସମୟରେ ମହାପ୍ରଭୁଙ୍କ ପାଇଁ ଏକ ରତ୍ନ ଭଣ୍ଡାର ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଯେତେବେଳେ କୌଣସି ରାଜା ରାଜ୍ୟ ବିଜୟ ପରେ ମହାପ୍ରଭୁଙ୍କୁ ରତ୍ନ ଅଳଙ୍କାର ଦାନ କରୁଥିଲେ ସେହି ସମୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ସେସବୁକୁ ଗଚ୍ଛିତ କରି ରଖା ଯାଉଥିଲା ।

ସେତେବେଳେ ଓଡିଶାରେ ଧନ ରତ୍ନ ଭରପୁର ହୋଇ ରହିଥିଲା ଏବଂ ସେତେବେଳେ କେତେକ ବିଦେଶୀ ଆକ୍ରମଣକାରୀ ମାନେ ଶ୍ରୀମନ୍ଦିରକୁ ଲୁଣ୍ଠନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏପରିକି କଳା ପାହାଡ  ଭଳି ଅନେକ ଦୁଷ୍ଟ ଆକ୍ରମଣକାରୀ ମାନେ ଅନେକ ଥର ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ଧନ ରତ୍ନ ଲୁଣ୍ଠନ କରି ନେଇଯାଇଥିଲେ । ହେଲେ ବନ୍ଧୁଗଣ ଆଜି ମଧ୍ୟ ସେହି ରତ୍ନ ଭଣ୍ଡାର ଶ୍ରୀମନ୍ଦିର ଭିତରେ ରହିଛି ।

ଶେଷ ଥର ପାଇଁ ୨୦୧୮ ମସିହାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ଖୋଲା ଯାଇଥିଲା । ହେଲେ ବନ୍ଧୁଗଣ ରତ୍ନ ଭଣ୍ଡାରକୁ ଖୋଲିବା ପରେ ଏକ ବଡ ବିବାଦ ସୃଷ୍ଟି ହୋଇଥିଲା । କାରଣ ଦୀର୍ଘ ୪୦ ମିନିଟ ଧରି ରତ୍ନ ଭଣ୍ଡାରର ଯାଞ୍ଚ ପରେ ଯେତେବେଳେ ଅଧିକାରୀ ମାନେ ବାହାରକୁ ଆସିଲେ ସେତେବେଳେ ଶୁଣିବାକୁ ମିଳିଲା ଯେ, ସେମାନେ ରତ୍ନ ଭଣ୍ଡାରର କେବଳ ବାହାର ଗୃହକୁ ଯାଞ୍ଚ କରି ଭିତର ଭଣ୍ଡାରକୁ ନଖୋଲି ବାହାର ଭଣ୍ଡାରର ଝରକାରୁ କେବଳ ଭିତର ଭଣ୍ଡାରକୁ ଦେଖିଛନ୍ତି ।

ବନ୍ଧୁଗଣ ରତ୍ନ ଭଣ୍ଡାରରେ ୭ଟି ଗୃହ ରହିଛି ମାତ୍ର ସବୁ ଗୃହକୁ ଆଜି ପର୍ଯ୍ୟନ୍ତ ଖୋଲା ଯାଇ ପାରିନାହିଁ । କେବଳ ତିନୋଟି ଗୃହ ହିଁ ଆଯ ପର୍ଯ୍ୟନ୍ତ ଖୋଲା ଯାଇଛି । ତା ହେଲେ ବନ୍ଧୁଗଣ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସହ ଜଡିତ ଏହି ସବୁ ରହସ୍ୟମୟ କଥା ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *