ଭଲ ଲୋକମାନେ କାହିଁକି ଅଧିକ ଦୁଃଖ ପାଇଥାନ୍ତି…? Motivational speech

ଭଲ ଲୋକ ମାନେ ସବୁବେଳେ କାହିଁକି ଦୁଃଖରେ ରହିଥାନ୍ତି ? ହଁ ବନ୍ଧୁଗଣ ଭଲ ଲୋକମାନେ ସବୁବେଳେ ଦୁଃଖ କଷ୍ଟରେ କଣ ପାଇଁ ରହିଥାନ୍ତି ଏହି କଥା ଅନେକକ ମନକୁ ପ୍ରାୟତଃ ଆସିଥାଏ । ତେବେ ଏମିତିକା ପ୍ରଶ୍ନ ଥରେ ସ୍ଵାମୀ ବିବେକାନନ୍ଦଙ୍କୁ ମଧ୍ୟ ଆସିଥିଲା । ତାପରେ ସ୍ଵାମୀ ବିବେକା ନନ୍ଦ ରାମକୃଷ୍ଣ ପରମ ହଁସଙ୍କୁ ଏହି ବିଷୟରେ ପଚାରି ବୁଝିଥିଲେ । ତେବେ ଏହାର ଉତ୍ତର ଦେବାକୁ ଯାଇ ରାମକୃଷ୍ଣ ପରମ ହଁସ କହିଥିଲେ ।

ଯେ ହୀରାକୁ ରଗଡିଲା ପରେ ହିଁ ସେ ଚମକି ଉଠିଥାଏ । ସୁନାକୁ ଶୁଦ୍ଧ ହେବା ପାଇଁ ନିଆଁରେ ପକାଇଯାଇଥାଏ । ତେଣୁ ସେହିପରି ଭଲ ଲୋକ ମାନେ ଦୁଃଖ ପାଇନଥାନ୍ତି । ସେମାନଙ୍କୁ କେତେକ ଖରାପ ପରୀକ୍ଷାର ସାମ୍ନା କରିବାକୁ ପଡିଥାଏ । ଯାହା ଦ୍ଵାରା ସେ ଜୀବନକୁ ଭଲ ଭାବେ ବୁଝିପାରିବେ । ଏଥିସହ ଜୀବନରେ ଭଲରେ ଚଳିବା ପାଇଁ ଉଚିତ ମାର୍ଗ ମଧ୍ୟ ପାଇପାରିବେ ।

ହେଲେ ଭଗବାନ ସବୁବେଳେ ହିଁ ଭଲ ଲୋକଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ପକାଇ ରଖିଥାନ୍ତି । ତାପରେ ସ୍ଵାମୀ ବିବେକାନନ୍ଦ ପୁଣି ଥରେ ରାମକୃଷ୍ଣଙ୍କୁ ପଚାରି ଥିଲେ । ଯେ ମୋ ଜୀବନରେ ଏତେ ସବୁ କାମ ଭରି ହୋଇରହିଛି । ଯେ ମୁଁ ନିଜ ପାଇଁ ମଧ୍ୟ ସମୟ ବାହାର କରିପାରୁ ନାହିଁ । ଏହାର ଉତ୍ତରରେ ଗୁରୁ କହିଥିଲେ ।

ଯେ ଜୀବନରେ ଅନେକ କାମ ତ ଭରି ହୋଇ ରହିବ । ହେଲେ ତୁମକୁ ନିଷ୍ପତ୍ତି ନେବାକୁ ହେବ । ଯେ ତୁମ ପାଇଁ କେଉଁ କାମ ଜରୁରୀ ଓ କେଉଁ କାମ ଜରୁରୀ ନୁହେଁ । ତୁମ ପାଇଁ ଯେଉଁ କାମ ଜରୁରୀ ଅଟେ । ତୁମେ ସେହି କାମ କରିବା ପାଇଁ ନିଜର ସମୟ ବାହାର କରିବ । ପୁଣି ଥରେ ସ୍ଵାମୀ ବିବେକାନନ୍ଦ ତାଙ୍କ ଗୁରୁଙ୍କୁ ପଚାରି ଥିଲେ । ଯେ ଏ ଜୀବନ ଏତେ ଜଟିଳ କଣ ପାଇଁ ଅଟେ ।

ତେବେ ଏହାର ମଧ୍ୟ ଗୁରୁ ଉତ୍ତର ଦେବାକୁ ଯାଇ କହିଥିଲେ । ଜୀବନରେ କଣ ଭଲ ଓ କଣ ଖରାପ ତାହାକୁ ବିଶ୍ଳେଷଣ କରିବା ବନ୍ଦ କରିଦିଅ । କାରଣ ଏହା ଅଧିକ ଭାବିବା ଦ୍ଵାରା ଜୀବନ ବହୁତ ଜଟିଳ ହୋଇଯାଇଥାଏ । ତେଣୁ ତୁମେ ନିଜ ଜୀବନକୁ ଖୁସିରେ ବିତାଇବାକୁ ଚେଷ୍ଟା କର ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ଦ୍ଵାରା ଜଣାନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *