Urine ଇନଫେକ୍ସନ କାହିଁକି ହୁଏ ? ଏଥିରୁ ଆପଣ କିପରି ବଞ୍ଚିବେ ? ଦେଖନ୍ତୁ କଣ କୁହନ୍ତି Dr Manas Ranjan Pradhan

ନମସ୍କାର ବନ୍ଧୁଗଣ ତେବେ ୟୁରିନ ଇନଫେକ୍ସନ କୁ ଓଡିଆରେ ମୂତ୍ର ମାର୍ଗ ସଂକ୍ରମଣ ବୋଲି କହିଥାଉ । ପରିସ୍ରା ତିଆରି ହେଲା ପରେ ଗୋଟିଏ ୟୁନାରି ବ୍ଲାଡାର ରହିଥାଏ ବା ପରିସ୍ରା ଥଳି ସେଠାରେ ପରିସ୍ରା ଜମା ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ପାଇପ ମାଧ୍ୟମରେ ବାହାରକୁ ଆସିଥାଏ ତା ମଧ୍ୟରେ ଯଦି ବ୍ୟାକ୍ଟେରିଆ ମାନେ ପଶି ଏହାର ସଂକ୍ରମଣ ଘଟାନ୍ତି ତାହାକୁ ଆମେ ୟୁରିନ ସଂକ୍ରମଣ ବୋଲି କଗିଥାଉ ।

ତେବେ ଆମ ଶରୀରରେ ଯେତେ ଦ୍ୱାର ରହିଛି ସବୁଥିରେ ଜିବାଣୁ ମାନ ରହିଥାନ୍ତି । ତେଣୁ ପରିସ୍ରା ରାସ୍ତାରେ ମଧ୍ୟ ଜୀବାଣୁ ରହିଥାନ୍ତି । କୌଣସି ବ୍ୟକ୍ତିଙ୍କ ଠାରେ କୌଣସି କାରଣରୁ ରୋଗପ୍ରତିରୋଧକ ଶକ୍ତି କମ ହୋଇଯାଏ ତେବେ ଜୀବାଣୁ ଗୁଡିକ ପରିସ୍ରା ନଳୀ ପଶି ବିଭିନ୍ନ ପ୍ରକାର ଲକ୍ଷଣ ପରିପ୍ରକାଶ କରିଥାନ୍ତି । ଫିମେଲ ମାନଙ୍କ କ୍ଷେତ୍ରରେ ନିଜ ମଳଦ୍ୱାରରୁ ଜୀବାଣୁ ମାନେ ଯାଇ ପରିସ୍ରା ନଳୀ ରେ ଇନଫେକ୍ସନ କରିଥାନ୍ତି ।

ତେଣୁ ପରୁଷ ମାନଙ୍କ ଆପେକ୍ଷା ମହିଳା ମାନଙ୍କ ଠାରେ ଅଧିକ ହୁଏ କାରଣ ଝାଡା ରାସ୍ତା ଓ ପରିସ୍ରା ରାସ୍ତା ପାଖାପାଖି ହୋଇଥାଏ । ଯେଉଁ ମହିଳା ମାନେ ପରିସ୍ରାକୁ ବହୁତ ସମୟ ହୋଲ୍ଡ କରି ରଖିଥାନ୍ତି ସେମାନଙ୍କ ଠାରେ ମଧ୍ୟ ପରିସ୍ରା ଇନଫେକ୍ସନ ହେବାର ଅଧିକ ଚାନ୍ସ ଥାଏ । ଏହାଛଡା ଯେଉଁ ମାନଙ୍କର ଛାଡା କଠିନ ହୁଏ ବା ଛାଡା ପରିସ୍କାର ହୁଏ ନାହିଁ ସେମାନଙ୍କ ଠାରେ ମଧ୍ୟ ୟୁରିନ ଇନଫେକ୍ସନ ହେବାର ଚାନ୍ସ ଅଧିକ ଥାଏ ।

ତେବେ ୟୁରିନ ଇନଫେକ୍ସନର ବହୁତ କମ ଲକ୍ଷଣ ହେଉଛି ପରିସ୍ରାରେ ଜଳାପଡା , ବାରମ୍ୱାର ପରିସ୍ରା ଲାଗିବା , ଜ୍ୱର ହେବା , ତଳିପେଟରେ ଯନ୍ତ୍ରଣା ହେବା , କିଛି କ୍ଷେତ୍ରରେ ପରିସ୍ରାରେ ରକ୍ତ ଆସିଥାଏ । ମେଜର କେସ୍ ରେ ଅର୍ଥତ୍ ଯେଉଁମାନଙ୍କର କିଡିନୀ ଇନଫେକ୍ସନ ହୋଇଯାଇଥାଏ । ତେବେ ସେହି ଲୋକ ମାନଙ୍କୁ ବାନ୍ତି ହୋଇଥାଏ , ପିଠିରେ ବ୍ୟଥା , ଜ୍ୱର ବହୁତ ଜୋର ଆସିଥାଏ ଏବଂ ବେଳେ ବେଳେ ପେସେଣ୍ଟ ଅଚେତ ମଧ୍ୟ ହୋଇ ଯାଇଥାଏ ।

ତେବେ ଯଦି ପରିସ୍ରା ଜଳାପଡା ହେଉଛି ତଳିପେଟ ଯନ୍ତ୍ରଣା ହେଉଛି ବା ଜ୍ୱର ଆସୁଛି ବା ବାନ୍ତି ହେଉଛି ସେତେବେଳେ ଆପଣ ଘରେ ଚିକିତ୍ସା ନକରି ଡକ୍ଟରଙ୍କ ପରାମର୍ଶ ନେବା ଉଚିତ । ନରମାଲି ୟୁରିନ ଇନଫେକ୍ସନ ମାନଙ୍କରେ ଟାବଲେଟ୍ ଦିଆଯାଇଥାଏ । ମହିଳା ମାନଙ୍କୁ ୩ରୁ ୫ ଦିନ ଟାବ୍ଲେଟ୍ ଦିଆଯାଏ ଏବଂ ପୁରୁଷ ଲୋକ ମାନଙ୍କ କ୍ଷେତ୍ରରେ ୧୦ ରୁ ୧୪ ଦିନ ପର୍ଯ୍ୟନ୍ତ ଦିଆଯାଏ ।


ତେବେ ପ୍ରଥମେ ସଫା ସୁତରା ରହିବା ଅତ୍ୟନ୍ତ ଜରୁରୀ ଅଟେ । ଯେଉଁ ମାନଙ୍କୁ ବାରମ୍ୱାର ଇନଫେକ୍ସନ ହେଉଛି ସେମାନଙ୍କୁ ସର୍ବଦା ସତର୍କ ହୋଇ ଚଳିବା ଉଚିତ୍ । ଯେମିତି ଅପରିଷ୍କାର ଟଏଲେଟ ୟୁଜ କରନ୍ତୁ ନାହିଁ । ପରିସ୍ରା ସ୍ଥାନରେ ସାବୁନ ୟୁଜ କରନ୍ତୁ ନାହିଁ । ଇଣ୍ଟରକ୍ରସ ପରେ ୟୁରିନ ପାସ କରି ଶୋଇବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *