ବାବୁଶାନଙ୍କ ପାଇଁ ବର୍ଷିଲେ Anubhav Mohanty, ହଠାତ live ଆସି କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଓଲିଉଡ୍‌ ଅଭିନେତା ବାବୁଶାନ ମହାନ୍ତି ଏବଂ ସ୍ତ୍ରୀ ତୃପ୍ତି ଶତପଥୀଙ୍କ ପରିବାରିକ ବିବାଦର ସମାଧାନ କରିବାକୁ କରାଯାଉଛି ଉଦ୍ୟମ । କାରଣ ଆଜି ଘନିଷ୍ଠ ସହଯୋଗୀ ରବି ମିଶ୍ର ତୃପ୍ତିଙ୍କ ସତ୍ୟ ନଗର ଘରେ ପହଞ୍ଚିଥିଲେ । ଏହା ପରେ ପ୍ରାୟ ଘଣ୍ଟାଏ ଧରି ତୃପ୍ତିଙ୍କ ପରିବାର ସହ ଆଲୋଚନା କରିଥିବା ଜଣାପଡ଼ିଛି । ତେବେ ଖୁବ୍‌ଶୀଘ୍ର ସମାଧାନର ବାଟ ବାହାରିବ ବୋଲି ରବି ମିଶ୍ର ଗଣମାଧ୍ୟମକୁ କହିଛନ୍ତି ।


ଅନ୍ୟପଟେ, ଚେନ୍ନାଇରୁ ଫେରିବା ପରେ ଗୁରୁବାର ପ୍ରଥମ ଥର ପାଇଁ ବାବୁଶାନ ଘରର ବାଲକୋନିରୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ଏହା ସହ ସେ କହିଥିଲେ ଯେ, ଠିକ୍‌ ସମୟରେ ଠିକ୍‌ କଥା କହିବି । ଏବେ ମୁଁ ମୋ ପରିବାର ସହ ଖୁସିରେ ଅଛି । ଅପରପକ୍ଷେ, ବାବୁସାନ୍‌ଙ୍କ ମା’ ଅପରାଜିତା ମହାନ୍ତି କହିଥିଲେ, ଦେହ ଅସୁସ୍ଥ ଥିବାରୁ ଏବେ କିଛି କହିବେ ନାହିଁ । କିଛି ଦିନ ସମୟ ଦିଅନ୍ତୁ ।

ତେବେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ସେ ଜଣେ ଭଲ ଅଭିନେତା ହେବା ସହିତ ଭଲ ରାଜନେତା ମଧ୍ୟ , ଅନୁଭବ ନିଜ ଅଭିନୟ ବେଶ୍ ଲୋକ ପରିଚିତ । ଅନୁଭବ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଥିଲେ । ଉଭୟ ସୁଟିଂ ସେଟ ରୁ ଭଲ ପାଇ ବିବାହ କରିଥିଲେ ନିଜ ଇଚ୍ଛା ଅନୁଯାୟୀ । ବିବାହ ର କିଛି ଦିନ ବେଶ୍ ହସ ଖୁସି ରେ ରହିବା ପରେ ଉଭୟ କିଛି ବିବାଦ ପାଇଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।

ଉଭୟ ଙ୍କ ବିବାଦ କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ଉଭୟ ଙ୍କ ସମାଧାନ ହୋଇ ନାହିଁ । ଉଭୟ ବେଳେ ବେଳେ ନିଜ ବିବାଦ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବନ୍ଧୁଗଣ କହିବାକୁ ଗଲେ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ବେଶ୍ ଚର୍ଚ୍ଚା ରହି ଥାଆନ୍ତି । ଆପଣ ମାନେ ଜାଣିଥିବେ ଯେ ଉଭୟ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଖବର ଆସିଥାଏ ।

ତେବେ ବର୍ତ୍ତମାନ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି ତେବେ ଏହି ଭିଡିଓ ରେ ଅନୁଭବ କହୁଛନ୍ତି ଯେ ସମସ୍ତ ଜୀବନ ରେ କିଛି ବ୍ୟକ୍ତିଗତ କଥା ଅଛି କିଏ କହୁଥାଏ ତ ଆଉ କିଏ ମନ ରେ ରଖି ଦିଏ । କିଛି ଲୋକ ଅଛନ୍ତି ଯେଉଁ ମାନେ କି ଏହାକୁ ନେଇ ଆନନ୍ଦ ନେବା କୁ ଚାହାଁନ୍ତି । ସତ୍ କଣ ନ ଜାଣି ମିଛ କେବେ ହେଲେ ପ୍ରଚାର୍ କରନ୍ତୁ ନାହିଁ କାରଣ ଯାହା ଉପରେ ତାହା ବିତି ଥାଏ ଓ ବିତୁଛି କେବଳ ସେହି ଲୋକ ଟି ହିଁ ଜାଣିଥିବ ।

ତେଣୁ ସବୁବେଳେ ଯେଉଁ କଥା ଆପଣ ଜାଣି ନାହାଁନ୍ତି ତାକୁ ବଢ଼େଇ ଚଢ଼େଇ ଲେଖନ୍ତୁ କିମ୍ବା ପ୍ରଚାର କରନ୍ତୁ ନାହିଁ । ଏହା ଦ୍ୱାରା ସେମାନଙ୍କ ଜୀବନରେ ଅନେକ ପ୍ରଭାବ ମଧ୍ୟ ପଡ଼ିଥାଏ ଲୋକମାନେ ଡିପ୍ରେସନ ଙ୍କୁ ମଧ୍ୟ ପଳାନ୍ତି ତେଣୁ କାହା ବିଷୟରେ ଲେଖିବା କିମ୍ବା କହିବାକୁ ହେଲେ ବହୁତ ଭାବି ଚିନ୍ତି କରିବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *