କିଡନୀ ପାଇଁ କାଳ ଅଧିକ ପ୍ରୋଟିନ ! Kidney କୁ ସୁସ୍ଥ ରଖିବା ହେଲେ ମାଣିବାକୁ ପଡିବ ଏହି ସବୁ ନିୟମ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କିଡନୀ ପାଇଁ କାଳ ଅଧିକ ପ୍ରୋଟିନ ! କିଡନୀ ମନୁଷ୍ୟ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଆଭ୍ଯନ୍ତରୀଣ ଅଙ୍ଗ ମଧ୍ୟରୁ ଏକ ବିଶେଷ ଅଙ୍ଗ ହୋଇଥାଏ । ଯାହା କି ଶରୀରର ବହୁ ବିଧ କାର୍ଯ୍ୟ କରିବାରେ ପ୍ରଧାନ ଭୂମିକା ନେଇଥାଏ । ତେବେ ସେହିପରି କିଡନୀ ସମ୍ପର୍କିତ ଅନେକ କିଛି ତଥ୍ୟ ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିନେବା । କିଡନୀ ଖରାପ ଥିବା ବା କିଛି ମାତ୍ରରେ ଡାମେଜ ହୋଇଯାଇଥିବା କିଡନୀ ରୋଗୀଙ୍କୁ ଅଧିକ ମାତ୍ରାରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଜମାରୁ ମଧ୍ୟ ଉଚିତ ନୁହେଁ ।

କୌଣସି ମଧ୍ୟ ଖାଦ୍ୟକୁ ଶରୀର ପାଇଁ ଆବଶ୍ୟକ ହେଉଥିବା ମାତ୍ରା ଠାରୁ ଅଧିକ ଖାଇବା ଦ୍ଵାରା ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ସେହିପରି ତେବେ ଡାକ୍ତରଙ୍କ କହିବା ମୁତାବକ ପ୍ରୋଟିନ ଯୁକ୍ତ ଖାଦ୍ୟ ଯାହା ସବୁ ଅଛି । ତାହା ଶରୀର ପାଇଁ ତ ବହୁତ ହିଁ ଭଲ ହୋଇଥାଏ । ଦରକାର ଠାରୁ ଏହା ସେବନ କରିବା ମଧ୍ୟ ଅନୁଚିତ । କିଡନୀ ଡାମେଜ ହୋଇଥିବାର କିଛି ସଂକେତ ବିଷୟରେ ଚାଲନ୍ତୁ ଆଲୋଚନା କରିନେବା ।

ପରିସ୍ରା ଅଧିକ ଥର ହେବା, ପରିସ୍ରା ପୁରା କରିମିଯିବା, ପରିସ୍ରାର ରଙ୍ଗ ବଦଳିଯିବା, ପରିସ୍ରା ଫେଣ ଯୁକ୍ତ ଓ ଦୁର୍ଗନ୍ଧ ହୋଇବା । ଶରୀର ଆଗ ଅପେକ୍ଷା ଅଧିକ ଥକ୍କା ଅନୁଭବ କରିବା । ପେଟ ଓ ପିଠି କାଟିବା, ବାନ୍ତି ଲାଗିବା ଓ ଭୋକ ନଲାଗିବା । ପେଟ ଫୁଲିବା ସହିତ ଓଜନ କମିଯିବା । ଚର୍ମ ନାଲି ପଡିଯିବା । ବ୍ୟକ୍ତିର ଏକାଗ୍ରତା ମଧ୍ୟ କମି କମି ଯିବା । ଏହା ଛଡା କିଡନୀ ପରୀକ୍ଷା କରିବା ପାଇଁ କେଉଁ ସବୁ ଟେଷ୍ଟ କରାଯାଏ ତାହା ଜାଣିନେବା ?

ହିମୋଗ୍ଲୋବିନ, କ୍ରିଏଟିନୀନ, ୟୁରିଆ, ସୋନୋଗ୍ରାଫୀ, ପରିସ୍ରା ଯାଞ୍ଚ କରିବା । ଶରୀରରେ ସୋଡିୟମ ଓ ପୋଟାସିୟମ ମାତ୍ରା ଚେକ କରିବା । ବ୍ୟକ୍ତି ଯଦି ନିଜର ଲାଇଫଷ୍ଟାଇଲକୁ ବିଶ୍ରୂଙ୍ଖଳିତ ଭାବରେ ବଞ୍ଚୁଛି । ତେବେ ତାହାକୁ ପରିବର୍ତ୍ତନ ମଧ୍ୟ କରିବାକୁ ପଡିବ । ଯେପରି ସାମାନ୍ୟ କୌଣସି ଶରୀରର ଯନ୍ତ୍ରଣା ପାଇଁ ବାରମ୍ବାର ପେନ୍ କିଲର ଖାଅନ୍ତୁନୀ ।

ମଧ୍ୟପାନ ଓ ଧୃମପାନ ଭଳି ଖରାପ ଜିନିଷରୁ ନିଜକୁ ନିବୃତ୍ତ ରଖିବା । ଡାଇବେଟିସ ହୋଇଥିଲେ, ଏହାକୁ ନିୟନ୍ତ୍ରଣରେ ରଖନ୍ତୁ । ତେବେ କିଡନୀକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ । ସୁସ୍ଥକର ଖାଦ୍ୟ ଖାଇବା ସହ ଦିନକୁ ୨ ରୁ ୩ ଲିଟର ପାଣି ନିହାତି ଭାବରେ ସେବନ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *