ଆମେରିକାରେ ପ୍ରକୃତିର ତାଣ୍ଡବ ରୂପ, ଏମିତି ଜଳ ପ୍ରଳୟ ଆଗରୁ କେବେ ବି ଦେଖି ନଥିବେ….ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଆମେରିକାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୂର୍ବ ଭାଗରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବନ୍ୟା ଯୋଗୁଁ ପାଖାପାଖି ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ବନିଛି । ଫସିଥିବା ଲୋକଙ୍କର ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଅଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଅଛି ପୀଡିତଙ୍କୁ ଉଦ୍ଧାର କରିବା ନିମନ୍ତେ ସପ୍ତାହେ ସମୟ ଲାଗିପାରେ ବୋଲି kentucky ଅଞ୍ଚଳର ଗଭର୍ନର କହିଛନ୍ତି ।

ପୂର୍ବ kentucky ଅଞ୍ଚଳର କିଛି ସ୍ଥାନରେ ଗତ ୪୮ଘଣ୍ଟାରେ ୨୦ ରୁ ୨୭ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ହେଲିକପ୍ଟର ଏବଂ ବୋର୍ଡ ସାହାର୍ଯ୍ୟରେ ଉଦ୍ଧାରକାରୀ ଦଳ ତରଫରୁ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ତେବେ ବନ୍ୟାରେ ବୁଡିଲା ଦୁବାଇ ସହର । ଏହା ସହିତ ଏଠାରେ ଭାସିଯାଇଅଛି କାର ଏବଂ ଭାଙ୍ଗିଯାଇଛି ଘର ।

ସବୁବେଳେ ନିଜର ଉଚ୍ଚ ଅଟାଳିକା, ଧନୀ ବାସିନ୍ଦା ଏବଂ ସୁନା ଅଳଙ୍କାର ପାଇଁ ଦୁନିଆକୁ ଆକର୍ଷିତ କରୁଥିବା ଦୁବାଇର ବର୍ତ୍ତମାନ ସ୍ଥିତି ବହୁତ ଦୟନୀୟ । ତେବେ ମରୁଭୁମି ସହରରେ ଏବେ ଆସିଛି ପ୍ରଳୟଙ୍କାରୀ ବନ୍ୟା । ବର୍ଷା ପାଣିରେ ଉବୁଡୁବୁ ହେଉଛି ସୁନାର ସହର ଦୁବାଇ । ଯୁଆଡେ ଦେଖିବେ ସିଆଡେ କେବଳ ପାଣି ହିଁ ପାଣି । ରାସ୍ତା ଉପରେ ଲହଡୀ ଭାଙ୍ଗୁଛି ବନ୍ୟାପାଣି ।

ପକା ଚିକ୍କଣ ରାସ୍ତା ମଧ୍ୟ ସମୁଦ୍ର ପରି ଭ୍ରମ ସୃଷ୍ଟି କରୁଛି । କେଉଁଠି ରାସ୍ତା ଧୋଇ ହୋଇଛି ତ ପୁଣି କେଉଁଠି ଭାସୁଛି ଶହ ଶହ ଦାମୀ କାର । ତେବେ ପ୍ରାୟ ୭୦ ବର୍ଷ ପରେ ଦୁବାଇ ରେ ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି । ୟୁଏଇର ରାସଅଲ ଖେମାହ, ସାରାଜାହା, ଫୂଜାରା ଏବଂ ଦୁବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

ସ୍ଥିତି ଏଭଳି ହୋଇଛି ଯେ ଲୋକମାନେ ଘରଦ୍ଵାର ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସହର ସହିତ ଯୋଗାଯୋଗ ବିଚ୍ଛିନ୍ନ ମଧ୍ୟ ହୋଇଛି । ସହରର ପ୍ରବେଶ ପଥ ପାଣିରେ ଧୋଇ ହୋଇଛି । ସାରାଜାହାଁ ଏବଂ ଫୁଜେରିଆରେ ପ୍ରାୟ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଅଛି ।

ସେପଟେ ପାଣି ଭିତରୁ ୯୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଅଛି । ତେବେ ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା ସମୁଦାୟ ୭ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *