‘ମୁଁ ତୃପ୍ତିକୁ ହାରିବାକୁ ଦେବିନି…ମୁଁ ଲଢ଼ିବି ମୋ ତୃପ୍ତି ପାଇଁ…’ ସ୍ତ୍ରୀ ତୃପ୍ତି ଓ ଶଶୁରଙ୍କ ସମର୍ଥନରେ ବାବୁଶାନ୍ କଣ କହିଲେ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ନିଜ ସ୍ତ୍ରୀ ତୃପ୍ତି ପାଇଁ ଲଢ଼ିବେ ବାବୁସାନ । କାହିଁକି ନା ସମୟ ଆସି ଯାଇଛି ଠିକ କୁ ଠିକ ଏବଂ ଭୁଲ କୁ ଭୁଲ ଭାବରେ ଗ୍ରହଣ କରିବାର । ସେଥିପାଇଁ ସେ ଏହାର ଯଥେଷ୍ଟ ପୂର୍ବରୁ ଗୋଟିଏ ଭିଡିଓ କରି ଓଡ଼ିଶା ବାସୀ ଙ୍କୁ ଭୁଲ ମାଗିବା ସହିତ ପରିଷ୍କାର କରି ଦେଇଛନ୍ତି ଯେ, ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀ ଙ୍କ ଦେହରେ କେହି ହାତ ଦେଇ ପାରିବେ ନାହିଁ । ନଚେତ ମାଷ୍ଟର ବାବୁସାନ ମହାନ୍ତି ଙ୍କ ରୁପ ସମସ୍ତେ ଦେଖିବେ ।

ଆଉ ଏହାର ଦୁଇ ଦିନ ପରେ ହିଁ ପହଞ୍ଚି ଗଲେ ତାଙ୍କ ପିଲାଦିନ ର ସାଙ୍ଗ ପ୍ରକୃତି ଏବଂ ଦେଇ ଦେଲେ କଟକ ହାଇକୋର୍ଟ ଏବଂ ଭୁବନେଶ୍ୱର କୋର୍ଟ ରେ କେସ ଏବଂ ଏହା ସହିତ ୫କୋଟି ଟଙ୍କାର ମାନହାନୀ ମକଦ୍ଦମା । ତେବେ ବାବୁସାନ ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ, ନିଜ ସ୍ତ୍ରୀ ଙ୍କ ସହିତ ସେ ଠିଆ ହୋଇଥିଲେ ଅଛନ୍ତି ଏବଂ ସବୁବେଳେ ରହିବେ । ନିଜ ଭୁଲ ର ପ୍ରାୟଶ୍ଚିତ ମଧ୍ୟ ସେ କରିଛନ୍ତି ।

ତେବେ ପ୍ରକୃତି ଙ୍କୁ ତୃପ୍ତି ଭୁଲ ମାଗିବାର ପ୍ରଶ୍ନ ହିଁ ଉଠୁ ନାହିଁ । ଯଦି ପ୍ରକୃତି ଆଇନ ର ଖେଳ ଖେଳି ଷ୍ଟଣ୍ଟ ଦେଖାଇ ଜାଣିଛନ୍ତି ତେବେ ବାବୁସାନ ମଧ୍ୟ ସେହି ଷ୍ଟଣ୍ଟ କୁ ଚେକ୍ମେଣ୍ଟ ଦେଇ ଜାଣିଛନ୍ତି । ନିଜ ସ୍ତ୍ରୀ ଙ୍କ ସହିତ ସେ ଠିଆ ହେବେ । ତାଙ୍କ ସହିତ ତାଙ୍କର ବାପା ଓ ମାଆ ଙ୍କ ଆଶୀର୍ବାଦ ବି ରହିଛି ଯେ, ବାବୁସାନ ନିଜ ସ୍ତ୍ରୀ ଙ୍କୁ କେତେ ଭଲ ପାଆନ୍ତି । ଏହା ସହିତ ଧର୍ମ ର ଏହି ଯୁଦ୍ଧରେ କିଭଳି ନିଜ ସ୍ତ୍ରୀ ଙ୍କ ସାଥ ହିଁ ଦେବେ ।

ତେବେ ବାବୁସାନ ଭିଡିଓ ମାଧ୍ୟମରେ କହିଛନ୍ତି ଯେ,” କିଛି ଦିନ ତଳେ ଏକ ଘଟଣା ଘଟିଥିଲା । ଯେଉଁ କାରଣରୁ ମୁଁ ସମଗ୍ର ଓଡ଼ିଶା ବାସୀ ଙ୍କୁ କ୍ଷମା ମାଗୁଛି । ମୋ ସ୍ତ୍ରୀ ଓ ଶ୍ୱଶୁର ଙ୍କ ନାଁ ରେ ଗୋଟିଏ କେସ ହୋଇଛି । ତାଙ୍କ ପରିବାର ବହୁତ କଷ୍ଟ ମଧ୍ୟ ପାଇଛି । ମୁଁ ପ୍ରୋମିସ କରୁଛି ତାଙ୍କର କୌଣସି କ୍ଷତି ହେବାକୁ ଦେବି ନାହିଁ ଏବଂ ଏଭଳି ଭୁଲ କେବେବି ହେବ ନାହିଁ । ”


ତେବେ ଏହି ମାମଲା ଭବିଷ୍ୟତ ରେ କେଉଁ ରୂପ ଧାରଣ କରିବ ତାହା କେବଳ ସମୟ ହିଁ କହିବ । ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *