ରାଣୀପଣ୍ଡାଙ୍କ ଜୀବନର ନିଚ୍ଛକ କଥାକୁ ନେଇ ହୋଇଛି ଏ ଯାତ୍ରା, ଦେଖନ୍ତୁ କଣ କହିଲେ ଯାତ୍ରା କମେଡିଆନ

ବନ୍ଧୁଗଣ ନମସ୍କାର, ତେବେ ଯେତେବେଳେ ଯାତ୍ରା କଥା ଆସେ ସେତେବେଳେ କମେଡିଆନ ଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ଥାଏ । କାହିଁକି ନା ନିଜର ଛୋଟଛୋଟ ଡାଇଲଗ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥାନ୍ତି କମେଡିଆନ ମାନେ । ନିହାତି ଭାବରେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ର କମେଡିଆନ ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ନାଟକ ରେ ଦେଖିଥିବେ । ବର୍ତ୍ତମାନ ସେ ରାନୀ ପଣ୍ଡା ଙ୍କ ଜୀବନ ଆଧାରିତ ନାଟକ ରେ ଅଭିନୟ କରୁଛନ୍ତି ।

ଯେଉଁ ନାଟକ ର ନାଁ ହେଉଛି, ‘ଘୋଡ଼ା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢ଼ିବ ରାନୀ ପଣ୍ଡା” । ଏଥିରେ ସେ କମେଡିଆନ ଭୂମିକା ରେ ଅଛନ୍ତି । ତେବେ ଏହି ନାଟକ କୁ ନେଇ ସେ ନିଜର କଣ ମନ୍ତବ୍ୟ ରଖିଛନ୍ତି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ତାଙ୍କର କହିବାନୁଯାୟୀ, ଏହି ନାଟକ ଟି ବହୁତ ସୁନ୍ଦର ହୋଇଛି । ସମ୍ପୂର୍ଣ୍ଣ ନିଛକ କାହାଣୀ ରାନୀ ପଣ୍ଡା ଙ୍କ ଜୀବନ କାହାଣୀ ଉପରେ ଆଧାରିତ ନାଟକ ହୋଇଛି ।

ଏହି ନାଟକ ତିଆରି ନିମନ୍ତେ ସେ ପ୍ରଯୋଜକ ମୁକ୍ତିକାନ୍ତ ସାମଲ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ନାଟକ କୁ ଦେଖିବା ନିମନ୍ତେ ସେ ଦର୍ଶକ ମାନଙ୍କୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଆସନ୍ତୁ ଏହି ନାଟକ କୁ ଦେଖନ୍ତୁ ଏବଂ ଏହାକୁ ଉପଭୋଗ କରନ୍ତୁ । ତେବେ ଏହି ନାଟକ ରେ ସେ ଯେଉଁ ଚରିତ୍ର ପାଇଛନ୍ତି ସେଥିରେ ସେ ପ୍ରଥମେ ରାନୀ ପଣ୍ଡା ଙ୍କୁ ଆଣି ମାଳିସାହି ରେ ବିକି ଦେଇଛନ୍ତି ।

ଗାଁ ରେ ହିରୋଇନ କରିବାର ପ୍ରତିଶୃତି ଦେଇ ଭୁବନେଶ୍ୱର କୁ ଆଣି ତାଙ୍କୁ ମାଳିସାହି ରେ ବିକ୍ରି କରି ଦେଇଛନ୍ତି । ଏହା ଏକ ଆକର୍ଷଣୀୟ ପାର୍ଟ ଅଟେ ଯାତ୍ରା ର ଯାହା ଦର୍ଶକ ନ ନିଶ୍ଚିତ ଭାବରେ ପସନ୍ଦ ଆସିବ ବୋଲି ସେ କହିଛନ୍ତି । ତେବେ ସେ ଅଭିନୀତ ସବୁ ନାଟକ ଗୁଡ଼ିକ ମଧ୍ୟ ରୁ ଏହି ନାଟକ ଟି ଅଧିକ ଆଦୃତ ଲାଭ କରିଛି ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ନାଟକ ଦେଖିବା ନିମନ୍ତେ ଦର୍ଶକ ହାଉସଫୁଲ ହୋଇ ଯାଇଛନ୍ତି । ଏହି ନାଟକ ରେ ଅଭିନୟ କରିବାକୁ ମଧ୍ୟ ଅଧିକ ଆଗ୍ରହ ଲାଗୁଛି । ତାଙ୍କ ସହିତ ଅନ୍ୟ କଳାକାର ମାନେ ମଧ୍ୟ ଏଥିରେ ଅଭିନୟ କରିବା ନିମନ୍ତେ ଚାର୍ମ ରହୁଛନ୍ତି । ଏହି ନାଟକ ସମ୍ପୂର୍ଣ୍ଣ ରୂପରେ ସୁପରହିଟ ହୋଇଛି । ଏହାର ମୁଖ୍ୟ ଚରିତ୍ର ରେ ଅଛନ୍ତି ରାନୀ ପଣ୍ଡା । ତେବେ ଏହି ନାଟକ ନିହାତି ଭାବରେ ଦର୍ଶକ ମାନଙ୍କୁ ବେଶ ଆଦୃତ କରିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *