ମାତ୍ର 23 ବର୍ଷ ବୟସରେ ପରିବାର ର ବୋଝ ପାଇ ଝିଅରୁ ପୁଅ ହେଲେ , ପରିବାରକୁ ପୋଷିବା ପାଇଁ ସାଜିଲେ ପରିବା ବ୍ୟାପାରି ! ଅଞ୍ଜନା

ନମସ୍କାର ବନ୍ଧୁଗଣ । ପରିବାର ର ବୋଝ ପାଇଁ ଝିଅରୁ ହେଲି ପୁଅ ,ପରିବାର ପୋଷିବା ପାଇଁ ପୁଅ ସାଜି ପରିବା ବିକୁଛି ” ଅଞ୍ଜନା । ହଁ ଦର୍ଶକବନ୍ଧୁ  23 ବର୍ଷର ଅଞ୍ଜନା ଏହି ବୟସରେ ଯୁବତୀମାନେ ନିଜକୁ ସଜବାଜ କରି ହସଖୁସିରେ ଜୀବନକୁ ଅତିବାହିତ କରନ୍ତି । ମାତ୍ର ଅଞ୍ଜନାଙ୍କ ଜୀବନ ସବୁ ଝିଅମାନଙ୍କ ଠାରୁ ଭିନ୍ନ ଧରଣର ଅଟେ । କାରଣ ପରିବାରର ଗୁଜୁରାଣା ମେଣ୍ଟାଇବା ପାଇଁ ସେ ଗାଡିରେ ପନିପରିବା ଧରି ଅନେକ ବାଟ ବୁଲି ବୁଲି ବ୍ୟାପାର କରନ୍ତି ।

ତାଙ୍କ ମନରେ ବି ଅନ୍ୟ ଝିଅମାନଙ୍କ ପରି ଜୀବନ କାଟିବାକୁ ଇଛା ଥର କିନ୍ତୁ ସେ ନିଜକୁ ପୁଅ ଭଳି ସଜାଇ ରଖିଥାନ୍ତି । ତାଙ୍କ ମତାନୁସାରେ ଏଭଳି ନିଜକୁ ସଜାଇବା ଦ୍ଵାରା ଅନ୍ୟର କୁନଜରରୁ ବଞ୍ଚିତ ରୁହନ୍ତି । ସେ ଭୁବନେଶ୍ବରରୁ ବ୍ରହ୍ମପୁର ଏକଲା ରାତିରେ ଆସନ୍ତି ।ଏଣୁ ସେ ନିଜକୁ ଏଭଳି ରଖିବାକୁ ପସନ୍ଦ କରୁଥିବା କହିଛନ୍ତି ।

ଅଷ୍ଟମ ଶ୍ରେଣୀରେ ସେ ପାଠପଢା ବନ୍ଦ କରିଦେଇଥିଲେ   ପ୍ରଥମେ ଘରେ ରହୁଥିବା ବାପାମା ଓ ଦୁଇ ଭଉଣୀଙ୍କ ପାଇଁ ରାଜମେସ୍ତ୍ରୀଙ୍କ ପାଖରେ କାମ କରିବା ଆରମ୍ଭ କରିଥିଲେ   । ଇଟା ସିମେଣ୍ଟ କାମରେ ଦିନସାରା ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ଅନେକ ସମୟରେ ସେ କାନ୍ଦନ୍ତି ମାତ୍ର ବାପାମା ‘ଙ୍କ ପାଇଁ ନିଜକୁ ସାହସ ଏକଜୁଟ କରନ୍ତି  । ଅଞ୍ଜନାଙ୍କ ବଡ ଭାଇ ଟିଏ ଥିଲେ ମାତ୍ର ସେ ପ୍ରେମ ବିବାହ କରି ଘରୁ ବାହାରକୁ ପଳେଇଛନ୍ତି  ।

ସେ କାନ୍ଦି କାନ୍ଦି କହୁଛନ୍ତି କି ଆଜି ମୋ ଭାଇ ଥାନ୍ତା ବୋଧେ ହୁଏ ସାହାଯ୍ୟ ର ହାତ ରହିଥାନ୍ତା । ମାତ୍ର ସେ ଥିଲେ ବି ମୁଁ ବାପାମା ‘  ଙ୍କ ପାଇଁ କରିଥାନ୍ତି । କାରଣ ମୋ ମତରେ କେବଳ ପୁଅ ପିଲାମାନେ ବାପାମା ‘ଙ୍କୁ ଦେଖିବା କଥା ଏହା ମୁଁ ମାନେ ନାହିଁ । ତେଣୁ ମୁଁ ନିଜର ଅଲଗା ପରିଚୟ ସୃଷ୍ଟି କରିବାକୁ ଇଛା କରିଛି ଏଣୁ କରୋନା ପରେ ପରେ ମୁଁ ହେବେ ଦେଖିଲି ପନିପାରିବା ବ୍ୟବସାୟ ଭଲ ହେଉଛି ।

ସେଥିପାଇ ମୁଁ ଫାଇନାନ୍ସ ରେ ଗାଡି ଟିଏ  କିଣି ପନିପରିବା ବିକ୍ରି କରିବା ଆରମ୍ଭ କରିଥିଲି । ଏବେ ମୁଁ ଲୋକମାନଙ୍କ ମୁଖରେ ବାପାମା’ ଙ୍କୁ ଏମିତି ଝିଅ ପାଇଛୁ ଯିଏ ଝିଅ ନୁହେଁ ପୁଅ କହିବା ଶୁଣି ମୋତେ ବହୁତ ଭଲ ଲାଗେ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ  କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ  ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *