‘ମୁଁ ରଚନା ବାନାର୍ଜୀଙ୍କ ସ୍ୱର, ମୁଁ କେବ ବି ଭାବି ନଥିଲି ମୁଁ ଦିନେ ରଚନାଙ୍କ ପାଇଁ…’ ଦେଖନ୍ତୁ ଅଭିନେତ୍ରୀ Rakhi Das ଙ୍କ ସହ ଏହି Exclusive Interview

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନଙ୍କୁ ଆମେ କହିବାକୁ ଚାହିଁବୁ ଯେ, ଚଳଚ୍ଚିତ୍ର ହେଉ କିମ୍ବା ମଞ୍ଚ କଳାକାର ହେଉ ତଥା ରେଡ଼ିଓ ଜକି ଭାବରେ କାମ କରିବା ସହିତ ସେ ଜଣେ ଓଡିଶୀ ଏବଂ ଛଉ ନୃତ୍ୟଶିଳ୍ପୀ ଅଟନ୍ତି । ତାଙ୍କର ଅଭିନୟ ଆପଣ ମାନଙ୍କ ମନରେ ନିଶ୍ଚିତ ଭାବରେ ଏକ ସ୍ୱତନ୍ତ୍ର ଛାପ ଟିଏ ତିଆରି କରିଥିବ ଏବଂ ସେ ଜଣେ ଡବିଂ ଆର୍ଟିଷ୍ଟ୍ ଅଟନ୍ତି । ପରଦା ପଛରେ ରହି ମଧ୍ୟ ଆପଣ ମାନଙ୍କ ମନକୁ ତାଙ୍କ ସ୍ୱର ନିଶ୍ଚିତ ଭାବରେ ଛୁଇଁ ଥିବ ।


ତେବେ ସେହି ଅଭିନେତ୍ରୀ ଜଣକ ଅନ୍ୟ କେହି ନୁହେଁ ବରଂ ସେ ହେଉଛନ୍ତି ରାକ୍ଷୀ ଦାସ । ତେବେ ଓଡ଼ିଆ ଭାସ୍କର ସହ ଜଡ଼ିତ ଏକ ଇଣ୍ଟରଭ୍ୟୁ ରେ ରାକ୍ଷୀ ନିଜର ପରିଚୟ ପ୍ରଦାନ କରିଛନ୍ତି । ଆସନ୍ତୁ ତାଙ୍କ ଜୀବନୀ ସମ୍ବନ୍ଧରେ ଜାଣିବା । ତେବେ ଅଭିନେତ୍ରୀ ରାକ୍ଷୀ ଦାସ ଇଣ୍ଟରଭ୍ୟୁ ରେ କହିଛନ୍ତି ଯେ, ଚାଇଲ୍ଡ ଆର୍ଟିଷ୍ଟ୍ ଭାବରେ ସେ ଓଡ଼ିଶାର ପ୍ରଥମ ମେଗା ଧାରାବାହିକ “ଆହୁତି” ରେ କାମ କରିଥିଲେ ।

ଏହା ଦୂରଦର୍ଶନ ରେ ପ୍ରସାରିତ ହେଉଥିଲା । ଏହାପରେ ସେ ଅନେକ ଧାରାବାହିକ ରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ପ୍ରଫୁଲ୍ଲ ମହାନ୍ତି ଅଧିକ ସୁଯୋଗ ପ୍ରଦାନ କରିଥିଲେ । ସେ ସ୍ଵୟଂ ଜଣେ ରେଡ଼ିଓ ଜକି ଅଟନ୍ତି । ତାଙ୍କର ପ୍ରିୟ ସୋ ଥିଲା ‘ଡାଏରି ଅଫ ଏ ହାଉସ ୱାଇଫ’ । ତାଙ୍କ ପରିବାର ସମ୍ବନ୍ଧରେ ସେ କହିଥିଲେ ଯେ, ତାଙ୍କ ସହିତ ପତି ବିଭୁକିଶୋର, ତାଙ୍କର ତିନି ପୁଅ ଓ ବୋଉ ଅଛନ୍ତି ଏବଂ ତାଙ୍କ ଝିଅ ବାହାରେ ରହି ପାଠ ପଢ଼ୁଛି ।

ସେ କହିଛନ୍ତି ଯେ, ଧାରାବାହିକ ଅପେକ୍ଷା ତାଙ୍କୁ ସିନେମା ରେ ବେଶୀ ଆନନ୍ଦ ମିଳେ । ସେ ଡବିଂ କରିଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ରଚନା ବାନାର୍ଜୀ ଅନ୍ୟତମ । ଏହି ବିଷୟ ରେ ସେ କେବେବି ଭାବି ନଥିଲେ ଯେ, ତାଙ୍କର ଏଭଳି ସୁଯୋଗ ମିଳିବ । ଓଲିଉଡ ର ଦିଗଜ୍ଜ ଅଭିନେତା ହର ପଟ୍ଟନାୟକ ମଧ୍ୟ ତାଙ୍କୁ ଫିଲ୍ମ ରେ ଡବିଂ କରିବାର ସୁଯୋଗ ଦେଇଥିଲେ ।

ତେବେ ସେ କହିଛନ୍ତି ସେ ଆଜି ଯେଉଁ ସ୍ଥାନରେ ଅଛନ୍ତି ସେଥିପାଇଁ ବହୁତ ଲୋକଙ୍କ ଆଶୀର୍ବାଦ ଓ ଭଲ ପାଇବା ରହିଛି । ଲୋକଙ୍କ ଆଶୀର୍ବାଦ ଏବଂ ତାଙ୍କର ଚେଷ୍ଟା ଆଜି ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇ ପାରିଛି । ଏହା ସହିତ ସବୁଠାରୁ ବଡ଼ ଶ୍ରେୟ ସେ ନିଜ ବାପା ଓ ମାଆ ଙ୍କୁ ଦେଇଛନ୍ତି । ବର୍ତ୍ତମାନ ରାକ୍ଷୀ ଅନେକ ଧାରାବାହିକ ରେ ମାଆ ଭୂମିକା ରେ ମଧ୍ୟ ନଜର ଆସୁଛନ୍ତି ଏବଂ ଏବେବି ସେ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଅଛନ୍ତି । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ରାକ୍ଷୀ ଦାସ କିପରି ଲାଗନ୍ତି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *