Train ରେ କିଲୋମିଟର ପିଛା ଲାଗିଥାଏ କେତେ ଲିଟର Diesel ? କଣ ଆପଣ ଜାଣିଛନ୍ତି କି ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବୁଲିବାକୁ ନିଶ୍ଚିତ ଭାବରେ ପସନ୍ଦ କରୁଥିବେ । ତେବେ ଆପଣ କେବେ ନା କେବେ ଟ୍ରେନ ରେ ନିଶ୍ଚିତ ଯାତ୍ରା କରିଥିବେ ତେବେ ଟ୍ରେନରେ ଭାରତର ଅନେକ ଲୋକ ଯାତ୍ରା କରିଥାନ୍ତି । କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ବିକଳ୍ପ ବୋଲି ମନାଯାଏ । ଏହା ଖୁବ କମ ସମୟରେ ଆମକୁ ସଠିକ ସ୍ଥାନରେ ପହଞ୍ଚାଇଥାଏ । ତେବେ ସାଇକେଲ କିମ୍ବା ଅନ୍ୟାନ୍ୟ କୌଣସି ଗାଡ଼ି ଭଳିଆ ଏହା ମନ ଇଚ୍ଛା ବେକ୍ର ମାରି ରହିଯାଏନି ।

ଏହା ସମସ୍ତଙ୍କୁ ଜଣା ଯେ ଟ୍ରେନ କେବଳ ଷ୍ଟେସନରେ ହିଁ ରହିଥାଏ । ତାହା ବି କିଛି ମିନିଟ୍ ମାତ୍ର କେବଳ ଯାତ୍ରୀଙ୍କୁ ନେବା ପାଇଁ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ ଯେ ସବୁବେଳେ ଚାଲୁଥିବା ଏହି ଟ୍ରେନରେ ଦିନକୁ କେତେ ଲିଟର ତେଲ ବା ଡିଜେଲ ଖର୍ଚ୍ଚ ହେଉଥିବ । କାରଣ ତେଲ ଦରର ମହଙ୍ଗା ଯୁଗରେ ଏହାର ଉତ୍ତର ଜାଣିବା ମଧ୍ୟ ଜରୁରୀ । ତେବେ ଆଜି ଆମେ କହିବୁ ଏହାକୁ ନେଇ ସମସ୍ତ ତଥ୍ୟ ।

ଆମେ କିଲୋମିଟର ପିଛା ଆବଶ୍ୟକ ପଡୁଥିବା ଡିଜେଲ ସମ୍ପର୍କରେ କହିବୁ । ଯାହା ହୁଏତ ଆପଣ ପ୍ରଥମରୁ କେବେ ଜାଣିନଥିବେ । ତେବେ କଣ ଆପଣ ଜାଣିଛନ୍ତି କି ୧ କିଲୋମିଟର ଚାଲିବା ପାଇଁ ଟ୍ରେନକୁ କେତେ ଲିଟର ଡିଜେଲ ଆବଶ୍ୟକ ପଡିଥାଏ । ହୁଏତ ଜାଣିନଥିବେ ଏବେ ଏହାର ଉତ୍ତର ଆମେ ଆପଣଙ୍କୁ ଦେବାକୁ ଯାଉଛି । ତେବେ ଯାତାୟତରେ ଟ୍ରେନ ଆମ ଜୀବନରେ ଏକ ବଡ ଭୂମିକା ନେଇଥାଏ । ତେବେ ଆପଣ କେବେ ଜାଣିଛନ୍ତି କି ୧ ଲିଟର ଡିଜେଲରେ ଟ୍ରେନ୍ କେତେ କିଲୋମିଟର ଯାଇପାରିବ ।


ବଦଳୁଥିବା ସମୟ ସହ ସବୁ କିଛି ବଦଳିଥାଏ । ଆପଣ ଜାଣିରଖନ୍ତୁ ଭାରତୀୟ ରେଲୱେ ୩ଟି ଟାଙ୍କିରେ ଚାଲିଥାଏ । ଯେଉଁଥିରେ ପ୍ରଥମରେ ୫୦୦୦ ଲିଟର ଓ ଦ୍ୱିତୀୟରେ ୫୫୦୦ ଲିଟର ଓ ତୃତୀୟରେ ୬୦୦୦ ଲିଟର ଡିଜେଲ୍ ରହିବାର କ୍ଷମତା ରହିଛି । ସୂଚନା ଅନୁସାରେ ଆଗରୁ କୋଇଲାରେ ଟ୍ରେନ୍ ଚାଲୁଥିଲା କିନ୍ତୁ ଭାରତୀୟ ରେଲୱେ ଏବେ ଡିଜେଲ୍ ଇଞ୍ଜିନ୍ ଛାଡି ବିଦ୍ୟୁତ ଇଞ୍ଜିନ୍ ଚଲେଇବା ଆରମ୍ଭ କରିଦେଲାଣି ।

ତେବେ ଡିଜେଲ୍ ଇଞ୍ଜିନ୍ ରେ ଲୋଡ୍ ହିସାବରେ ପ୍ରତି କିଲୋମିଟର ଆଭରେଜ୍ ଜଣାପଡିଥାଏ । ଯଦି ଗାଡି ୨୪ ଟି ଡବା ହୋଇଥାଏ ତେବେ ପ୍ରତି ୬ ଲିଟରରେ ୧ କିଲୋମିଟର ଆଭରେଜ୍ ଦେଇଥାଏ । ଯଦି ୧୨ ଟି ଡବାର ପାସେଞ୍ଜର ଗାଡି ହେଇଥିବ ତେବେ ୧ କିଲୋମିଟର ର ଆଭରେଜ୍ ୬ ଲିଟର ଡିଜେଲ୍ ହେବ । କାରଣ ପାସେଞ୍ଜର ଗାଡି ସବୁ ଷ୍ଟେସନ୍ ରେ ରହିଥାଏ ।


ସେଥିପାଇଁ ବ୍ରେକ୍ ଲଗାଇଲେ କିମ୍ବା ସ୍ପିଡ୍ ବଢେଇଲେ ଡିଜେଲ୍ ଖର୍ଚ୍ଚ ହେଇଥାଏ । ସେମିତି ଏକ୍ସପ୍ରେସ୍ ଗାଡିଲେ ୪.୫ ଲିଟର ତେଲରେ ୧ କିଲୋମିଟର ଯାଇଥାଏ । ଆଶା କରୁଛୁ ଏବେ ଆପଣ ଏହି ପ୍ରଶ୍ନର ସବୁ ଉତ୍ତର ଜାଣି ସାରିଥିବେ । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *