ସରପଞ୍ଚଙ୍କ ଦରମା କେତେ ଓ ଯୋଗ୍ୟତା କଣ ? ସମସ୍ତେ ନିଶ୍ଚୟ ଜାଣି ରଖିବା ଦରକାର !

ନମସ୍କାର ବନ୍ଧୁଗଣ ତେବେ ଆସନ୍ତା ମାସ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମହୋଲ ସରଗରମ ହୋଇ ଉଠିଛି । ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି । ସବୁ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି । ତେବେ କଣ ଆପଣ ଜାଣନ୍ତି କି ସରପଞ୍ଚ ହେବା ପାଇଁ କି ଯୋଗ୍ୟତା ଦରକାର? ପଞ୍ଚାୟତ ହାତେଇବା ପାଇଁ ସରପଞ୍ଚଙ୍କର ଯୋଗ୍ୟତା କଣ ଥିବା ଦରକାର ?

ସରପଞ୍ଚଙ୍କର କାମ ସବୁ କଣ ରହିଛି? ଏବଂ ସରପଞ୍ଚ କିଭଳି ନିର୍ବାଚିତ ହୁଅନ୍ତି? ଏବଂ ସରପଞ୍ଚଙ୍କର ଦରମା କେତେ? ତେବେ ଆସନ୍ତୁ ଜାଣିବା ସରପଞ୍ଚଙ୍କ ବିଷୟରେ ସମସ୍ତ ତଥ୍ୟ । ଗ୍ରାମ ପଞ୍ଚାୟତ କିପରି ଗଠିତ ହୁଏ? ୨୦୦୦ ରୁ ୬୦୦୦ ଜନସଂଖ୍ୟା ଲୋକଙ୍କୁ ନେଇ ଗ୍ରାମ ପଞ୍ଚାୟତ ଗଠିତ ହୋଇଥାଏ । ଗ୍ରାମ ପଞ୍ଚାୟତରେ ମୁଖ୍ୟତଃ ତିନୋଟି ପଦବୀ ଥାଏ । ୧) ସରପଞ୍ଚ ୨) ନାଏବ ସରପଞ୍ଚ ୩) ୱାର୍ଡମେମ୍ବର ।

ତେବେ ସରପଞ୍ଚ ହେବାପାଇଁ ତାଙ୍କୁ ୨୧ ବର୍ଷ ହୋଇଥିବା ଦରକାର । ଭୋଟର ତାଲିକାରେ ତାଙ୍କର ନାମ ଥିବା ଦରକାର । କୁଷ୍ଠ ବା ଯକ୍ଷ୍ମା ରୋଗରେ ସେ ଆକ୍ରାନ୍ତ ହୋଇନଥିବେ । ସେ ଦେବାଳିଆ ହୋଇନଥିବେ । ସେ ପଞ୍ଚାୟତର ୱାର୍ଡମେମ୍ବର ହୋଇନଥିବେ । ଏବଂ ଯେଉଁ ପାର୍ଥି ସରପଞ୍ଚ ପଦବୀ ପାଇଁ ଚୟନ ହୋଇଛନ୍ତି ସେ ସରକାରୀ କର୍ମଚାରୀ ହୋଇନଥିବେ । ନିର୍ବାଚନ ଆଇନ୍ ଦ୍ଵାରା ଦଣ୍ଡିତ ହୋଇନଥିବେ ।


ତେବେ ସରପଞ୍ଚଙ୍କର ଦୁଇ ପ୍ରକାରର କାର୍ଯ୍ୟ ଥାଏ । ବାଧ୍ୟତାମୂଳକ ଏବଂ ଇଛାଧିନ । ବାଧ୍ୟତାମୂଳକ କାର୍ଯ୍ୟରେ ରାସ୍ତା ନିର୍ମାଣ ଓ ତାର ରକ୍ଷଣାବେକ୍ଷଣ, ରାସ୍ତାରେ ଆଲୋକ ବ୍ୟବସ୍ଥା, ସର୍ବସାଧାରଣ ପାଇଁ ଜଳ ଯୋଗାଣ, ଜନ୍ମ ମୃତ୍ୟୁ ଓ ବିବାହ ପଞ୍ଜିକରଣ, ହାଟ ପ୍ରତିଷ୍ଠା ଓ ଯାନିଯାତ୍ରା କରିବା ଏସମସ୍ତ କାର୍ଯ୍ୟ ସରପଞ୍ଚଙ୍କର ବାଧ୍ୟତାମୂଳକ କାର୍ଯ୍ୟ ଅଟେ ।


ଗ୍ରାମର ଜଙ୍ଗଲ ସୁରକ୍ଷା, ପାଠାଗାର ପ୍ରତିଷ୍ଠା କରିବା, କୃଷି, ମେଳା ଆଦି ପରିଚାଳନା କରିବା, ଗାଧୁଆ ଘାଟ ନିର୍ମାଣ କରିବା, ନିଶା ନିବାରଣ କାର୍ଯ୍ୟ ଏସମସ୍ତ କାର୍ଯ୍ୟ ସରପଞ୍ଚଙ୍କର ଇଛାଧିନ କାର୍ଯ୍ୟର ଅନ୍ତର୍ଭୁକ୍ତ । ତେବେ ସାମ୍ବିଧାନିକ ନିୟମ ଅନୁସାରେ ଜଣେ ସରପଞ୍ଚ ମାସିକ ୨୫୦୦ ଟଙ୍କା ପାଇଥାନ୍ତି । ତେବେ ଏହା ଉପରେ ଆପଣ ଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *