ଦେଖନ୍ତୁ ଲୋକପ୍ରିୟ କମେଡିଆନ Pragyan ଙ୍କ ବାହାଘର ଓ ହାତଗଣ୍ଠି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ବହୁତ ବିବାହ ଦେଖିବାକୁ ମିଳୁଛି ସେ ସାଧାରଣ ଲୋକ ହୁଅନ୍ତୁ କିମ୍ବା କୌଣସି ସେଲିବ୍ରେଟି ସମସ୍ତେ ବିବାହ ବନ୍ଧନରେ ବାନ୍ଧି ହେଉଥିଲେ ଏବଂ ଖୁସି ଖୁସି ନିଜର ଆଗାମୀ ଜୀଵନ ର ସୁଖ କାମନା କରୁଥିଲେ ତେବେ ଏହି କରୋନା ପାଇଁ କିଛି ମାତ୍ରା ରେ ଅଙ୍କୁଶ ଲଗା ଦିଆ ଯାଇଛି କିନ୍ତୁ ତଥାପି କିଛି କିଛି ବାହାଘର ଆଦି ହେଉଛି ।

ତେବେ ସିନେମା, ଟେଲିଭିଜନ ଏବଂ ୟୁଟ୍ୟୁବ୍‌ରେ ହାସ୍ୟାଭିନେତା ଭାବେ ସଫଳତାର ଶିଖରରେ ଥିବା ପ୍ରଜ୍ଞା ରଞ୍ଜନ ଖଟୁଆ ନିଜ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଥିଲେ ସୋସିଆଲ୍‌ ମିଡିଆରେ ତାଙ୍କ ଏକ ଫଟୋ ଏବଂ ରିଙ୍ଗ୍‌ ସେରିମନି କେକ୍‌ କଟା ଭିଡିଓ ଭାଇରାଲ୍‌ ହେଉଥିଲା । ଯେଉଁଥିରେ ଅଭିନେତ୍ରୀ ସୁନନ୍ଦା, ଅଭିନେତା ତଥା ପ୍ରଜ୍ଞାଙ୍କ ଯୋଡ଼ିଦାର ଶଙ୍କର ଏବଂ ପ୍ରଜ୍ଞା ନିଜେ ଅଛନ୍ତି । ପଛରେ ରିଙ୍ଗ୍‌ ସେରିମନି ପୋଷ୍ଟର୍‌ ମରାଯାଇଛି ।

ତେବେ ନୂଆ ବର୍ଷରେ ଦର୍ଶକଙ୍କୁ ବାର୍ତ୍ତା ଦେବା ଅବସରରେ ଶଙ୍କର ଆମକୁ କହିଥିଲେ, ମୋ ସାଙ୍ଗ ଚଳିତ ବର୍ଷ ବିବାହ କରିବାକୁ ଯାଉଛି । ଭଗବାନ ତା’ର ଆଗାମୀ ଜୀବନ ସୁଖମୟ କରନ୍ତୁ । ଯଦି ଏସବୁ କଥା ସତ ହୋଇଥାଏ ତେବେ ପ୍ରଜ୍ଞା ତାଙ୍କର ପୁରୁଣା ବନ୍ଧୁ ସୁନନ୍ଦାଙ୍କୁ ବିବାହ କରିବେ । ଉଭୟେ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ସେଥିପାଇଁ ତାଙ୍କର ଏହି ରିଙ୍ଗ୍‌ ସେରିମନି ଉତ୍ସବରେ ମହାବିଦ୍ୟାଳୟରେ ପ୍ରାକ୍ତନ ଅଧ୍ୟକ୍ଷ ତଥା ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ନବୀନ ପରିଡ଼ା, ନିର୍ଦ୍ଦେଶକ ଓ ଅଭିନେତା ମିହିର ସ୍ୱାଇଁ ଯୋଗଦେଇ ଉଭୟଙ୍କୁ ଆଶୀର୍ବାଦ କରିଥିଲେ ।

ତେବେ ପ୍ରଜ୍ଞା ଓଡ଼ିଶା ର ଘରେ ଘରେ ଅତି ପରିଚିତ । ହାସ୍ୟ ଅଭିନେତା ଭାବରେ ସେ ଜଣେ ସୁପରିଚିତ ଚେହେରା । ସୁନନ୍ଦା ମଧ୍ୟ ଜଣେ ସିରିଆଲ ଅଭିନେତ୍ରୀ ଅଟନ୍ତି । ସେ ଅନେକ ସିରିଆଲ ରେ ମଧ୍ୟ ନଜର ଆସିଛନ୍ତି ବର୍ତ୍ତମାନ ସେ ଅପରାଜିତା ଧାରାବାହିକରେ ନଜର ଆସୁଛନ୍ତି । ତେବେ ଦୁହେଁ ଆଜି ବିବାହ କରିଥିଲେ ଏବଂ ତାଙ୍କର ଏହି ବିବାହ ର କିଛି ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।

ତେବେ ସୁନନ୍ଦା ନାଲି ରଙ୍ଗର ଲେହେଁଗା ପିନ୍ଧିଥିବା ବେଳେ ପ୍ରଜ୍ଞା ବର ବେଶ ରେ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ତେବେ ଦୁହିଁଙ୍କ ସିନ୍ଦୁର ପିନ୍ଧା ,ହାତ ଗଣ୍ଠି ଆଦି ଅନେକ ସବୁ ମୁହୂର୍ତ୍ତର ଫୋଟୋ ଏବଂ ଭିଡିଓ ଦେଖିବାକୁ ମିଳୁଛି ଏବଂ ଦୁହିଁଙ୍କ ଯୋଡି ମଧ୍ୟ ଖୁବ ସୁନ୍ଦର ଲାଗୁଛି । ତେବେ ଦୁହିଁଙ୍କ ଆଗାମୀ ଜୀଵନ ସୁଖମୟ ହେଉ ବୋଲି ଭଗବାନ ଙ୍କ ନିକଟରେ ପାର୍ଥନା କରୁଛୁ । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *