‘ତୁ ଚପଲରେ ମାରିଲୁ..ମୁଁ ଗାଡି ମଡ଼ାଇଦେଲି ! ମୁଁ ମୋ ଅପମାନର badla ନେଲି…’ ଟ୍ରକ ଡ୍ରାଇଭରଙ୍କ ଭୟଙ୍କର କାଣ୍ଡ ଶୁଣିଲେ ଛାତି ଥରିବ…

ନମସ୍କାର ବନ୍ଧୁଗଣ ତେବେ ପ୍ରତିହିଂସା ଓ ପ୍ରତିଶୋଧ ପାଇଁ ମାଆ-ଝିଅଙ୍କ ଜୀବନ ଯାଇଛି । ଟ୍ରକ ଚଢ଼ାଇ ସେମାନଙ୍କୁ ହତୟଆ କରିଛି ଟ୍ରକ ଡ୍ରାଇଭର । ସାଇଡ୍ ମାରିବା ଓ ରାସ୍ତାରେ ଅଶ୍ଳୀଳ ଇଙ୍ଗିତ ଦେବା ପରେ ଯେତେବେଳେ ମାଆ-ଝିଅ ଏହାର ପ୍ରତିବାଦ କଲେ ଏବଂ ରାସ୍ତାରେ ମାଡ଼ ମାରିଲେ, ତାକୁ ଗ୍ରହଣ କରିପାରିନଥିଲା ନରହନ୍ତା ଡ୍ରାଇଭର । ସ୍କୁଟିରେ ଯାଉଥିବା ମାଆ-ଝିଅଙ୍କ ଉପରେ ଟ୍ରକ ଚଢ଼ାଇ ହତୟଆ କରିବା ପରେ ଦୁର୍ଘଟଣାର ରୂପ ଦେବା ପାଇଁ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର ।


ତେବେ ଫିଲ୍ମର ଭୟାନକ କାହାଣୀ ଭଳି ସତ କାହାଣୀ ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକ ନିକଟରେ । କ୍ଷଣିକ ରାଗ କେତେ ବିଭତ୍ସ ହୋଇପାରେ, ମଣିଷକୁ କିପରି ନରହନ୍ତା ବନାଇଦିଏ, ତାହା ହିଁ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣାରେ । ପ୍ରତିିଶୋଧ ପାଇଁ ହତୟଆକାଣ୍ଡ ଘଟାଇବା ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର କରିଥିଲା ଟ୍ରକ ଡ୍ରାଇଭର ।

୫୩ ନମ୍ବର ଜାତୀୟ ରାଜପଥ । ବୁଧବାର ପ୍ରାୟ ସଂଧ୍ୟା ୫ଟା । କେନ୍ଦ୍ରାପଡ଼ାରେ ଏକ ଶୁଦ୍ଧକ୍ରିୟା ସାରି ଫେରୁଥିଲେ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ପତ୍ନୀ ଶ୍ରିତିକା ଓ ତାଙ୍କ ଝିଅ ସୋନାଲି ଚକ୍ରବର୍ତ୍ତୀ । ମାଆ-ଝିଅ ସ୍କୁଟିରେ ଫେରୁଥିବା ବେଳେ ଚଣ୍ଡିଖୋଲରୁ ତାଙ୍କୁ ପିଛା କରିଥିଲା ଏକ ଟ୍ରକ । ବିଭିନ୍ନ ପ୍ରକାର ଅଶ୍ଳୀଳ ଇଙ୍ଗିତ ମଧ୍ୟ ଦେଉଥିଲା ଟ୍ରକ ଡ୍ରାଇଭର ଅମର ସ୍ୱାଇଁ ।

ଡ୍ରାଇଭରର ଆଚରଣକୁ ପ୍ରତିବାଦ କରି ଆରୁହା ନିକଟରେ ଟ୍ରକକୁ ଅଟକାଇ ଥିଲେ ମାଆ-ଝିଅ । ସ୍କୁଟିକୁ ଟ୍ରକ ଆଗରେ ରଖି ଡ୍ରାଇଭର ଅମର ସ୍ୱାଇଁଙ୍କ ଉପରକୁ ଜୋତା ଫିଙ୍ଗିଥିଲେ ସୋନାଲି । ଉଭୟ ମାଆ-ଝିଅ ଡ୍ରାଇଭରକୁ ମାଡ଼ ମାରିବା ସହ ମୋବାଇଲରେ ତାର ଫଟୋ ଉଠାଇ ଥିଲେ। ତେବେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଯୋଗୁଁ ଚୁପ୍ ରହି ଯାଇଥିଲା ଡ୍ରାଇଭର ଅମର ସ୍ୱାଇଁ ।  ହେଲେ ତା ମନରେ ଜଳୁଥିଲା ପ୍ରତିହିଂସାର ନିଆଁ । ରାଗରେ ରକ୍ତ ଚାଉଳ ଚୋବାଉଥିଲା ଅମର ।

କଥା କଟାକଟି ବେଳେ ଧମକ ମଧ୍ୟ ଦେଇଥିଲା, ମାଆ-ଝିଅଙ୍କୁ ମାରି ନଈରେ ଫିଙ୍ଗି ଦେବ । ସେତେବେଳେ ଏହି କଥାକୁ କେହି ଗୁରୁତ୍ୱ ଦେଇନଥିଲେ । ଏପରିକି ମାଆ ଶ୍ରିତିକା-ଝିଅ ସୋନାଲି ମଧ୍ୟ ସେମାନଙ୍କ ଘରକୁ ସ୍କୁଟିରେ ଚାଲି ଯାଇଥିଲେ । କାହାରିକୁ ଜଣାନଥିଲା, ମୃତ୍ୟୁ ସେମାନଙ୍କୁ ପିଛା କରୁଛି । ତେବେ ଅଭିଯୁକ୍ତ ଡ୍ରାଇଭର ଅମର ସ୍ୱାଇଁ ମାଆ-ଝିଅଙ୍କ ସହ ପାଟିତୁଣ୍ଡ ହେବା ପରେ ପ୍ରତିଶୋଧ ନେବା ପାଇଁ ମାତ୍ର କେଇ ମିନିଟ ଭିତରେ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର ।


ଶ୍ରିତିକା ଓ ସୋନାଲି ଯାଉଥିବା ସ୍କୁଟିକୁ ଟ୍ରକରେ ପିଛା କଲା ଅମର । ସେମାନଙ୍କ ଟପି ଯାଇ ସୁରକ୍ଷିତ ସ୍ଥାନରେ ଅପେକ୍ଷା କଲା । ସ୍କୁଟି ଆଗକୁ ଯିବା ମାତ୍ରେ ବାଁ ପଟେ ସେମାନଙ୍କ ଉପରକୁ ଚଢ଼ାଇଦେଲା ଟ୍ରକ । ଚାହୁଁ ଚାହୁଁ ଦୁଇ ଜଣ ରାସ୍ତାର ଆରପଟେ ଛଟିକି ପଡ଼ିଲେ । ଚୁରମାର ହୋଇଗଲା ସ୍କୁଟି । ମାଆ-ଝିଅଙ୍କୁ ହତୟଆ କରି ଟ୍ରକକୁ ଆଗକୁ ନେଇ ଓଲଟାଇ ଦେଲା ଅମର । ଦୁର୍ଘଟଣାର ରୂପ ଦେବା ପାଇଁ କରିଥିଲା ଯୋଜନା ।

ସତ କିନ୍ତୁ ଲୁଚି ରହିନଥିଲା । ଡ୍ରାଇଭର ଅମର ସ୍ୱାଇଁକୁ ଗିରଫ କରିଛି ଜେନାପୁର ପୁଲିସ । ବଡ଼ଚଣା ଡାକ୍ତରଖାନାରେ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ସେମାନଙ୍କ ଅନ୍ତିମ ସକ୍ରାର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନରହନ୍ତା ଡ୍ରାଇଭର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *