ଏବେ ରାଜ୍ୟରେ ଚାଲିଛି କେଉଁ ସରକାର ? 5T ନା 5P ସରକାର ? ଦେଖନ୍ତୁ କଣ ଅଟେ ଏହି 5P…

ବନ୍ଧୁଗଣ ନମସ୍କାର, ତେବେ ରାଜ୍ୟ ରେ ଏବେ ଚାଲିଛି କାହା ସରକାର?5T ନା 5P ର ସରକାର?ସବୁ କ୍ଷମତା ଏବେ 5P ଙ୍କ ପାଖରେ । ରାଜ୍ୟ ରେ ବି ବେଶ ପାୱାରଫୁଲ 5P । ରାଜ୍ୟ ଶାସନ କ୍ଷମତା ଏବେ ଏମାନଙ୍କ ହାତରେ । କହିବାକୁ ଗଲେ ଏମାନେ ହିଁ ଚଳାଉଛନ୍ତି ସବୁକିଛି । ଆପଣ 5T କଥା ଶୁଣିଥିବେ କିନ୍ତୁ 5P ର କଥା କଣ? ତେବେ ଆମେ କହୁଛୁ ଭିକେ ପାଣ୍ଡ୍ୟାନ, ପିନାକୀ ମିଶ୍ର, ପ୍ରିତିରଞ୍ଜନ ଘଡେଇ, ପ୍ରତାପ ଦେବ ଏବଂ ରାଜ୍ୟ ସଭା ଶଂସଦ ସସ୍ମିତ ପାତ୍ର ଙ୍କ ବିଷୟରେ । ପ୍ରଥମ ରେ ଅଛନ୍ତି

ଭିକେ ପାଣ୍ଡ୍ୟାନ । ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ । ରାଜ୍ୟ ର ଅନ୍ୟତମ କ୍ଷମତା କେନ୍ଦ୍ର । ସଚିବ ଏବଂ ମନ୍ତ୍ରୀ ମାନେ ତାଙ୍କ କଥାକୁ ଗୁରୁତ୍ୱ ର ସହିତ ଗ୍ରହଣ କରନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଅତି ପାଖ ଲୋକ । ରାଜ୍ୟ ଶାସନ ରେ ତାଙ୍କର ଅଖଣ୍ଡ କ୍ଷମତା । ସରକାର ଙ୍କ ସବୁ ନିଷ୍ପତ୍ତି ରେ ସେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ବିଜେଡ଼ି ର ନେତା ମାନେ ମଧ୍ୟ ତାଙ୍କୁ ଖୁବ ମାନନ୍ତି ।

ଲୋକସଭା ସାଂସଦ ପିନାକୀ ମିଶ୍ର ଦିଲ୍ଲୀ ଦରବାରରେ ବିଜେଡ଼ି ର ଛବି । ସରକାର ଙ୍କ ସଙ୍କଟ ମୋଚକ । ଶ୍ରୀମନ୍ଦିର କରିଡର କୁ ନେଇ ଯେତେବେଳେ ମାମଲା ସୁପ୍ରିମକୋର୍ଟ ରେ ପହଂଚିଲା ସେତେବେଳେ ପିନାକୀ ବାବୁ କଳା କୋର୍ଟ ପିନ୍ଧି ସରକାର କୁ ଡିଫେଣ୍ଡ କରିଲେ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ମଧ୍ୟରେ ସେତୁ ଭଳି କାମ କରୁଛନ୍ତି ।

ପିନାକୀ ବାବୁ । ରାଜ୍ୟ ସରକାର ଙ୍କ ଟାଣୁଆ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ । ଦିନକୁ ଦିନ ବିଜେଡ଼ି ର ସାଂଗଠନିକ ପ୍ରଣବ ପ୍ରକାଶ ଦାସ ପାୱାରଲେସ ହେଉଥିବା ବେଳେ ପାୱାରଫୁଲ ହେଉଛନ୍ତି ପ୍ରିତୀରଞ୍ଜନ ଘଡେ଼ଇ । ଏବେ ପାୱାର କରିଡର ରେ ତାଙ୍କ ପାୱାର କୁ ନେଇ ବେଶ ଚର୍ଚ୍ଚା ।

ଯାଜପୁର ରାଜନୀତି ରେ ମଧ୍ୟ ପ୍ରୀତି ଙ୍କ ପତିୟରା ବଢୁଛି । ଆଳି ବିଧାୟକ ପ୍ରତାପ ଦେବ । ରାଜ୍ୟ ସରକାର ଙ୍କ ଶିଳ୍ପ ଓ ଶକ୍ତି ମନ୍ତ୍ରୀ । କ୍ଷମତା କେନ୍ଦ୍ର ର ପାଖ ଲୋକ । ବିରୋଧୀ ଙ୍କୁ ରୋକଠୋକ ଜବାବ ଦେବା ଏବଂ କଟାକ୍ଷ କରିବାରେ ବେଶ ମାହୀର । ଅନେକ ସମୟରେ ଦଳ ଏବଂ ସରକାର ଙ୍କ ପାଇଁ ସୁରକ୍ଷା କବଚ ଭଳି କାମ କରୁଛନ୍ତି ।

ରାଜ୍ୟ ସଭା ଶଂସଦ ସସ୍ମିତ ପାତ୍ର । ରାଜ୍ୟ ସଭା ରେ ବିଜେଡ଼ି ର ନେତା । ଦଳ ରେ ଅମର ପଟନାୟକ ଓ ପ୍ରଶାନ୍ତ ନନ୍ଦ ଭଳି ନେତା ଥିଲେ ମଧ୍ୟ ରାଜ୍ୟସଭା ରେ ଦଳ ର ଚେହେରା ହେଉଛନ୍ତି ସସ୍ମିତ । ତୃତୀୟ ମହଲ ର ଅତି ବିଶ୍ୱସ୍ତ ଏବଂ କାମୀକିୟା ନେତା । ଏଥିପାଇଁ ତ ସେ ଦ୍ଵିତୀୟ ଥର ପାଇଁ ରାଜ୍ୟସଭା କୁ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ଶାସନ ରେ ଏବେ ଏହି ନେତା ମାନଙ୍କର ବେଶ ପ୍ରଭାବ ରହିଥିବା ଚର୍ଚ୍ଚା ହେଉଛି । ତେବେ ଏହି 5P ଙ୍କ ଶାସନ କେତେ ଦିନ ଚାଲୁଛି ତାହା ଦେଖିବାର କଥା ।

Leave a Reply

Your email address will not be published. Required fields are marked *