ଠକିଦେଲେ ନବୀନ ଫାଇଦା ନେବ ତ ବିଜେପି ?

ନମସ୍କାର ବନ୍ଧୁଗଣ ତେବେ ଲଲିପପ ଦେଖେଇ ଠକିଦେଲେ କି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ଅଦଳ ବଦଳ କଲେ ମନ୍ତ୍ରୀ ମଣ୍ଡଳ ହେଲେ କଲେନି ସଙ୍ଗଠନ । ବର୍ତ୍ତମାନ ରାଗରେ ରଥୀ ମହାରଥୀ । ଅସନ୍ତୋଷ ର ଫାଇଦା ନେବ କିଏ? ବିରୋଧୀ କଂଗ୍ରେସ ନା ବିଜେପି । ଚର୍ଚ୍ଚା ବିଜେପି ଆଡ଼କୁ ଢଳି ପାରନ୍ତି ଶଙ୍ଖ ଦଳର ତୁଙ୍ଗ ନେତା । ତେବେ ଓଡିଶା ରାଜନୈତିକ ଇତିହାସରେ ଏକ ନୂଆ ରେକର୍ଡ କରିବା ପାଇଁ ପ୍ରଥମ ଥର ସବୁ ମନ୍ତ୍ରୀ ଙ୍କୁ ଇସ୍ତଫା ଦେବାକୁ କହିଲେ ନବୀନ ପଟ୍ଟନାୟକ ।

ତେବେ ସୁନାପିଲା ପରି ସବୁ ମନ୍ତ୍ରୀ ଇସ୍ତଫା ମଧ୍ୟ ଦେଲେ । ପରେ ମନ୍ତ୍ରୀ ମଣ୍ଡଳରୁ ନଅ ଜଣ ମନ୍ତ୍ରୀ ଫେରିଲେ । ସେତେବେଳେ ଚର୍ଚ୍ଚା ହେଲା ଯେଉଁ ନେତା ମାନେ ମନ୍ତ୍ରିମଣ୍ଡଳରୁ ବିଦା ହେବେ ସେମାନେ ସଂଗଠନ କଥା ବୁଝିବେ ହେଲେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହୋଇଗଲା ଏବଂ ମାସାଧିକ ମଧ୍ୟ ବିତି ଗଲାଣି ତେବେ ସେମାନଙ୍କୁ ସାଂଗଠନିକ ଦାୟିତ୍ୱ ଦେବା କଥା କେହି ଉଠାଉ ନାହାନ୍ତି ।

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ବରଗଡ଼ ଵଟଲି ରୁ ବିଜୟୀ ହୋଇ ମନ୍ତ୍ରୀ ହୋଇଥିଲେ ସୁଶାନ୍ତ ସିଂହ । ଦଳ ରେ ବେଶ ଦବଦବା ମଧ୍ୟ ଥିଲା । ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ପାର୍ଟି ତାଙ୍କୁ ଅନେକ ଆଶା ମଧ୍ୟ ଦେଖାଇ ଥିଲା । ସେ ଭାବି ଥିଲେ ସଂଗଠନ ର ବଡ଼ ପଦରେ ବସିବେ ଆଉ ରାଜ କରିବେ ହେଲେ ପ୍ରଥମ ଝଟକା ଲାଗିଲା ଯେତେବେଳେ ସୁଶାନ୍ତ ସିଂହ ଙ୍କ ବିରୋଧୀ ଭାବେ ଜଣାଶୁଣା ରିତା ସାହୁ ଙ୍କୁ ମନ୍ତ୍ରୀ କଲେ ନବୀନ ।

ତେବେ ଏକଦା ନିଜକୁ ପାୱାର ଫୁଲ ବୋଲି ଭାବୁଥିବା ସୁଶାନ୍ତ କେତେ ଯେ ପାୱାର ଫୁଲ ତାହା ଏହିଥିରୁ ଜଣା ପଡୁଛି । ତେବେ ନବୀନଙ୍କ ମନ୍ତ୍ରୀ ମଣ୍ଡଳ ରେ ଜଣେ ପାୱାର ଫୁଲ ମନ୍ତ୍ରୀ ଆଇନ,ନଗର ଉନ୍ନୟନ ଭଳି ବଡ଼ ବିଭାଗର ମନ୍ତ୍ରୀ ଥିଲେ ପ୍ରତାପ ଜେନା ମାହାଙ୍ଗା ଡବଲ ମର୍ଡର ର ମାମଲା ରେ ତାଙ୍କ ନାଁ ଆସିବା ଏବଂ କୋର୍ଟ ରେ ଏହା ବିଚାରଧୀନ ଥିବାରୁ ବିରୋଧୀଙ୍କ ଚାପରେ ଆସି ମନ୍ତ୍ରୀ ମଣ୍ଡଳ ରୁ ସେ ବାଦ ହେଲେ ।

ଉପକୂଳ ରୁ ଟାଣୁଆ ନେତା ପ୍ରତାପ ବାବୁ ଙ୍କୁ ଦଳ ସଂଗଠନ ରେ ବଡ଼ ପଦବୀ ମିଳିବ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ବର୍ତ୍ତମାନ ଏହା ଚର୍ଚ୍ଚା ରେ ସୀମିତ ରହିଛି । ପୂର୍ବତନ କୃଷି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ନୟାଗଡ଼ ରୁ ଆସୁଥିବା ଏହି ଯୁବ ନେତା ଙ୍କ ଛାତ୍ର ସଂଗଠନ ଏବଂ ଉପକୂଳ ରାଜନୀତି ରେ ବେଶ ଦବଦବା ରହିଛି ହେଲେ ପରି ହତ୍ୟା ମାମଲାରେ ତାଙ୍କ ନାଁ ଆସିବା ପରେ ବିରୋଧୀ ଖୁବ ତୁମ୍ବି ତୁଫାନ କରିଥିଲେ ।


ସମସ୍ତେ ଭାବିଥିଲେ ମନ୍ତ୍ରୀ ମଣ୍ଡଳ ରୁ ଯିବା ପରେ ତାଙ୍କୁ ସଂଗଠନ ରେ ବଡ଼ ଦାୟିତ୍ୱ ମିଳିବ ହେଲେ ଅରୁଣ ଙ୍କ ସେହି ଆଶା ବର୍ତ୍ତମାନ ପର୍ଯ୍ୟନ୍ତ ଆଶା ରେ ହିଁ ରହି ଯାଇଛି । ତେବେ ଏହି ଭଳି ଅନେକ ବଡ଼ ବଡ଼ ନେତା ମାନେ ବିଜେପି ର ସଂସ୍ପର୍ଶରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ତେବେ ଯଦି ଏହି ମାନଂକୁ କୌଣସି ବଡ଼ ପଦବୀ ନ ମିଳେ ତେବେ ହୁଏତ ସେମାନେ ଅନ୍ୟ ବିକଳ୍ପ କୁ ବାଛି ପାରନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *