୩ ଛୁଆ ବୁଡ଼ିଯିବା ଦେଖି ନଦୀକୁ ଡେଇଁ ପଡ଼ିଥିଲେ ବାପା…ଆଉ ତା’ପରେ ଯାହା ହେଲା ଦେଖିଲେ ଛାତି ଥରି ଉଠିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଛୁଆ ଉପରକୁ ବିପଦ ଆସୁଥିବା ଦେଖିଲେ ନିଜ ଜୀବନକୁ ବାଜି ଲଗାଇଦିଏ ବାପା ।  ନିଜକୁ ମରଣ ମୁହଁକୁ ଠେଲି ଛୁଆକୁ ସୁରକ୍ଷା ଦିଏ । ତେବେ ସେ ହେଉଛି ବାପା ନିଜ ଛୁଆ ପାଇଁ ପାର କରିଦିଏ ସେ ସବୁ ସୀମା । ମା ପରି ସିନା ଭଲପାଇବା ଦେଖାଇପାରେନା କିନ୍ତୁ ନିଜ ଛୁଆ ପାଇଁ ଛାତି ଭିତରେ ଲୁଚାଇ ରଖିଥାଏ ଅଜସହସ୍ର ଭଲପାଇବା । ଛୁଆ ଉପରକୁ କିଛି ବିପଦ ଆସିଲେ ଶକ୍ତ କାନ୍ଥ ହୋଇ ଠିଆ ହୁଏ ସେ ଆଗରେ ।

ଥରୁଟିଏବି ହେଲେ ପଛାଏ ନାହିଁ ନିଜକୁ ବିପଦ ମୁହଁକୁ ଠେଲିଦେବା ପୂର୍ବରୁ । ହଁ ସେଥିପାଇଁ ବୋଧେ ନା ତାର ବାପା । ଫୁଣି ଥରେ ଘଟିଛି ଅଘଟଣ ତେବେ ନାଗାବଳୀ ନଦୀରେ ଭାସିଯାଇ ଆଜି ପୁଣି ଜଣେ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି । ଭାସି ଯାଉଥିବା ପୁଅକୁ ଉଦ୍ଧାର କରିବା ପାଇଁ ବାପା ନଦୀ ଗର୍ଭକୁ ଡେଇଁଥିଲେ ମଧ୍ୟ ପୁଅକୁ ବଞ୍ଚାଇବାରେ ସକ୍ଷମ ହୋଇନାହାନ୍ତି ।ନଦୀରେ ଫସିଥିବା ବାପା ଗୋପାଳକ୍ରିଷ୍ଣା ରାଓକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୬ ବର୍ଷର ପୁଅ ଅମରେଶ ରାଓ ନିଖୋଜ ଅଛନ୍ତି ।

ତେବେ ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଗୋପାଳକ୍ରିଷ୍ଣା ନିଜ ପରିବାର ସହ ମା ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ପରେ ସଭିଏଁ ନାଗାବଳୀ ନଦୀ ଉପରେ ଥିବା ଝୁଲା ବ୍ରିଜ ବୁଲିବାକୁ ଯାଇଥିଲେ । କିଛି ସମୟ ବ୍ରିଜ ଉପରେ ବୁଲିବା ପରେ ନଦୀ ତଳକୁ ଓହ୍ଲାଇଥିଲେ । ନିଖୋଜ ଶିଶୁ ଅମରେଶ ନଦୀରେ ହାତ ଧୋଉଥିବା ବେଳେ ତଳକୁ ଖସି ଯାଇଥିଲେ ।

ଚିତ୍କାର ଶୁଣି ବାପା ଗୋପାଳକ୍ରିଷ୍ଣା ପୁଅକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଥିଲେ ମଧ୍ୟ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ । ପ୍ରବଳ ପାଣି ଯୋଗୁ ବାପା ମଧ୍ୟ ନଦୀରେ ଭାସି ଯାଇଥିଲେ । ଏକ ପଥରକୁ ଧରି ବାପା ନିଜ ଜୀବନ ବଞ୍ଚାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ରାୟଗଡ଼ା ପୁଲିସ ପହଞ୍ଚି ବାପା ଗୋପାଳ କ୍ରିଷ୍ଣାଙ୍କୁ ଉଦ୍ଧାର କରିଥିଲେ ।

ବହୁ ଖୋଜାଖୋଜି ପରେ ମଧ୍ୟ ଏଯାବତ ନିଖୋଜ ପୁଅର ସନ୍ଧାନ ମିଳି ପାରିନି । ତେବେ କିଛି ସମୟ ହେବ ଗୋଟିଏ ପରେ ଗୋଟିଏ ଅଘଟଣ ପରେ ଅଘଟଣ ଘଟିବାରେ ଲାଗିଛି । ତେବେ ସମୟ ବହୁତ ଖରାପ ରହିଛି । କେତେବେଳେ କେଉଁଠି ଦୁର୍ଘଟଣା ତ କେତେବେଳେ କେଉଁଠି କାହାର ହତ୍ୟା । ତେବେ କେତେବେଳେ ଖରା ଯୋଗୁଁ ଜୀଵନ ହାନି ତ କେତେବେଳେ ବର୍ଷା ଯୋଗୁଁ ବନ୍ୟା ର ଭୟ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *