ସ୍ତ୍ରୀ ତୃପ୍ତିକୁ ଭୁଲ ମାଗିଲ, ଶ୍ୱଶୁରକୁ ଭୁଲ ମାଗିଲ…ମୋ ଇଜ୍ଜତ ର ମୁଲ ଦେବ କିଏ.. ?

“ମୋ ଇଜ୍ଜତ ର ମୂଲ ଦେବ କିଏ?ତୁମେ ପିତଳ ମୁଁ କଣ ମାଟିହାଣ୍ଡି?ତମେ ଚିକଚିକ କରିବ ଆଉ ମୁଁ ପୁଣି ଭାଂଗିଯିବି! ତାହା ମୁଁ କେବେବି ହେବାକୁ ଦେବିନି । ମୁଁ ତୁମ ନାଁ ରେ ମାନହାନୀ ମକଦ୍ଦମା କରିବି । ” ତେବେ ବନ୍ଧୁଗଣ ଏମିତି କିଛି ଚିନ୍ତା କରି ପ୍ରଥମେ ହାଇକୋର୍ଟ ଏବଂ ଏହାପରେ ଜିଲ୍ଲା ଦୌରା ଜଜ୍ ରେ ପହଞ୍ଚି ମାନହାନୀ ମକଦ୍ଦମା କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ପୁଣି କର ଲେଉଟାଉଛି ପତି ପତ୍ନୀ ଓ ପ୍ରକୃତି ଙ୍କ ବିବାଦ ।

ବେଶ କିଛି ଦିନ ହେବ ଥମି ଯାଇଥିବା ଏହି ବିବାଦ ଏବେ ପୁଣିଥରେ ଚର୍ଚ୍ଚା କୁ ଆସିଛି । ଚର୍ଚ୍ଚା ସେତେବେଳେ ହେଉଛି ଯେତେବେଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ମାନହାନୀ ମକଦ୍ଦମା କରିଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅଭିନେତା ବାବୁସାନ ଯେତେବେଳେ କ୍ୟାମେରା ସାମ୍ନା କୁ ଆସି ଭିଡିଓ ଜରିଆରେ ତାଙ୍କ ପତ୍ନୀ ଓ ଶ୍ୱଶୁର ଙ୍କୁ ଭୁଲ ମାଗିଲେ ଏବଂ ତାଙ୍କର ଅସଜଡା ଘରକୁ ସଜାଡ଼ିବାକୁ ଚାହିଁଲେ ।

ମାଆ ଅପରାଜିତା ଏବଂ ବାପା ଉତ୍ତମ ମହାନ୍ତି ଙ୍କ ମାନସିକ ସ୍ଥିତି କୁ ଠିକ କରିବା ନିମନ୍ତେ ବାବୁସାନ ଏଭଳି ନିଷ୍ପତ୍ତି ନେଲେ । ବାବୁସାନ ଭାବିଥିଲେ କି ଏଭଳି ଏକ ଭିଡିଓ ପୋଷ୍ଟ କରିବା ପରେ ସବୁ ରାଗ ଏବଂ ଅଭିମାନ ଭୁଲି ସ୍ତ୍ରୀ ତୃପ୍ତି ଶତପଥୀ ଓ ତାଙ୍କ ପୁଅ ଘରକୁ ଫେରି ଆସିବେ । ଏହା ଦ୍ବାରା ତାଙ୍କ ଅସଜଡ଼ା ଘର ପୁଣିଥରେ ସଜାଡ଼ି ହୋଇଯିବ ।

ଏହି ଭିଡିଓ କୁ ଦେଖିବା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ କହିବା କଥା ଯଦି ସ୍ତ୍ରୀ ଆଉ ଶ୍ୱଶୁର ଙ୍କୁ ଭୁଲ ମାଗି ପାରିଲେ ତେବେ ମୋତେ କାହିଁକି ନୁହେଁ ? ପତ୍ନୀ ଓ ଶ୍ୱଶୁର ଙ୍କୁ ଯଦି କ୍ଷମା ମାଗି ପାରୁଛନ୍ତି ତେବେ ବନ୍ଧୁ କୁ କାହିଁକି ନୁହେଁ ?

ଯେଉଁଥିପାଇଁ ପ୍ରକୃତି ମିଶ୍ର ମାନହାନୀ ମକଦ୍ଦମା କରିଲେ ଏବଂ ପ୍ରକୃତି କହିଛନ୍ତି ମୋ ଇଜ୍ଜତ ର ମୂଲ କିଏ ଦେବ ଯାହା ରାସ୍ତା ଉପରେ ତୃପ୍ତି ସାରି ଦେଇଛନ୍ତି । ତେବେ ପ୍ରକୃତି ଙ୍କ ଏଭଳି ପଦକ୍ଷେପ କେଉଁ ନୂଆ ରୂପ ଧାରଣ କରିବ ତାହା ଆଗାମୀ ଦିନ ରେ ଜଣା ପଡ଼ିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *