ମଲା ସ୍ତ୍ରୀ ଶବକୁ 3 ଦିନ ଯାଏଁ ପ୍ରେମ ! କରୁଥିଲା ପ୍ରେମ ଭରା ବାର୍ତ୍ତାଳାପ, ଶବ ପାଇଁ ଆଣି ଦେଉଥିଲା ପାଉଁରୁଟି ଆଉ କହୁଥିଲେ ସେ ଉଠିଲେ…

ନମସ୍କାର ବନ୍ଧୁଗଣ ତେବେ ରାଜଧାନୀରେ ପୁଣି ଗଡିଲା ୨ଟା ମୁଣ୍ଡ । ସ୍ତ୍ରୀ ଓ ଶାଳୀକୁ ଧାରୁଆ ଅସ୍ତ୍ରରେ ହାଣି ହତୟଆ କଲା ସ୍ବାମୀ । ଘରୁ ଭିତରୁ ଉଦ୍ଧାର ହେଲା ରକ୍ତାକ୍ତ ମୃତଦେହ । ଏହି ଡବଲ ମର୍ଡର ଘଟଣା ଭୁବନେଶ୍ବର ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଦେହ ଜବତ କରିଛି । ମୃତକଙ୍କ ମଧ୍ୟରେ ପତ୍ନୀ ଗାୟତ୍ରୀ ସେଠୀ ଓ ସରସ୍ବତୀ ସେଠୀ ଥିବା ଜଣାପଡିଛି ।

ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ସୂଚନା ମିଳିଛି । ତେବେ ୪ ଦିନ ପୂର୍ବରୁ ଟାଙ୍ଗିଆରେ ହାଣି ବିଜୟ ଉଭୟଙ୍କୁ ହତୟଆ କରିଥିଲେ । ଘରୁ ପଚା ଗନ୍ଧ ବାହାରିବାରୁ ଶବକୁ ଗାଏବ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡି ଯାଇଥିଲେ । ଏହାପରେ ଜଣାପଡିଥିଲା ସଇତାନ ବିଜୟର ହତୟଆ କାହାଣୀ । ପାରିବାରିକ କଳହରୁ ବିଜୟ ସ୍ତ୍ରୀ ଓ ଶାଳୀଙ୍କୁ ହତୟଆ କରିଥିବା ଅନୁମାନ କରାଯାଉଛି ।

ବିବାହର ୧୧ ବର୍ଷ ପରେ ବି ବିଜୟ ବାପା ହୋଇ ପାରିନଥିଲେ । ଏହାକୁ ନେଇ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁ ସମୟରେ ଝଗଡା ହେଉଥିଲା । ଗୁରୁବାର ଦିନ ଏମିତି କିଛି ହୋଇଥିବା ଓ ରାଗରେ ବିଜୟ ଦୁଇ ଭଉଣୀଙ୍କୁ ହତୟଆ କରିଥିବା ଅନୁମାନ କରାଯାଉଛି । ତେବେ ସୂଚନାଯୋଗ୍ୟ ଯେ ମୃତ ଶାଳୀ ସରସ୍ବତୀ ସେଠୀ ଦୁଇ ମାସ ତଳେ ବିବାହ କରିଥିଲେ ।

ଘରୋଇ ହସ୍ପିଟାଲରେ ଚାକିରି କରୁଥିବାରୁ ସେ ଭୁବନେଶ୍ବରରେ ଏକ ହଷ୍ଟେଲରେ ରହୁଥିଲେ । ଗତ ଗୁରୁବାର ଦିନ ବିଜୟ ଯାଇ ତାଙ୍କୁ ଘରକୁ ଆଣିଥିଲେ । ଅପରାହ୍ଣରେ ସରସ୍ବତୀ ଏବଂ ତାଙ୍କ ଭଉଣୀ ଘର ଲୋକଙ୍କ ସହ ଶେଷ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ ଫୋନ ଅଫ୍ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପତ୍ନୀ ନିଖୋଜ ଥିବା ନେଇ ସରସ୍ବତୀଙ୍କ ସ୍ବାମୀ ଥାନାରେ ନିଖୋଜ ଏତଲା ଦେଇଥିଲେ ।

ପରିବାର ଲୋକେ ଆସି ବିଜୟଙ୍କ ପଡୋଶୀଙ୍କୁ ପଚରାଉଚରା କରି ନିରାଶ ହୋଇଥିଲେ । ଏହାପରେ ସେମାନେ ବିଜୟଙ୍କ ଘର ଉପରେ ନଜର ରଖିଥିଲେ । ଆଜି ବିଜୟ ଘରକୁ ଆସିଥିବା ବେଳେ ତାଙ୍କ ଶ୍ବଶୁର ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଧରିଥିଲେ । କେବଳ ଏତିକି ନୁହେଁ ହତୟଆ ପରେ ଏକ ଚିଠି ମଧ୍ୟ ଲେଖିଥିଲା ଅଭିଯୁକ୍ତ । ଯେଉଁଥିରେ ଉଲ୍ଲେଖ ଥିଲା- ‘ମୁଁ ହତୟଆ କରିଛି ।

ହତୟଆକାଣ୍ଡ ପାଇଁ ମୁଁ ଦାୟୀ । ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାତନା ଦେଉଥିବାରୁ ହତୟଆ କରିଛି ।’ ଶାଳୀ ଓ ସ୍ତ୍ରୀକୁ ହତୟଆ କରିବା ପରେ ପୋଲିସ ଉଦ୍ଦେଶ୍ୟରେ ଏମିତି ଚିଠି ଲେଖିଥିଲା ଅଭିଯୁକ୍ତ ବିଜୟ ସେଠୀ । ତେବେ କିନ୍ତୁ ସେ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଉଥିଲେ ବୋଲି ମଧ୍ୟ କୁହନ୍ତି ତେବେ ସ୍ତ୍ରୀ କୁ ମାରିବା ପରେ ମଧ୍ୟ ସେ ନିଜ ସ୍ତ୍ରୀ ପାଇଁ ବ୍ରେଡ଼ ନେଇକି ଯାଉଥିଲେ ଖାଇବା ଧୋଇ ଦେଉଥିଲେ ଏବଂ ପୁଣି ସଞ୍ଜରେ ମଧ୍ୟ ସେଭଳି ବ୍ରେଡ଼ ଆଉ ପାଣି ନେଇକି ଧୋଇ ଦେଉଥିଲେ ନିଜ ସ୍ତ୍ରୀ ର ଶବ ପାଖରେ ।


ତେବେ ବେଳେ ବେଳେ ମଣିଷ କ୍ରୋଧରେ ବହୁତ ବଡ଼ ଭୁଲ କରି ଦେଇଥାଏ ଯାହା ପାଇଁ ସେ ପଛରେ ପଶ୍ଚାତାପ ମଧ୍ୟ କରୁଛନ୍ତି ହେଲେ ବର୍ତ୍ତମାନ ପଶ୍ଚାତପ କଲେ କଣ ହେବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *