Kapil Dev ଙ୍କ ଟୀମ ଇଣ୍ଡିଆକୁ ଦେଲେ ଚେତାବନୀ ! କହିଲେ ‘ନିଜର ଏହି ଦୁର୍ବଳତା ଶୀଘ୍ର ଦୂର କର ନହେଲେ ତୁମେ….’

ବନ୍ଧୁଗଣ, ସୂଚନା ଅନୁଯାୟୀ ଟିମ ଇଣ୍ଡିଆ କୁ କପିଲ ଦେବ ଦେଇଛନ୍ତି ଚେତାବନୀ । ଏହି ଚେତାବନୀ ସମ୍ବନ୍ଧରେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ତେବେ ଟି-20 ବିଶ୍ଵକପ 2022 ରେ ଭାରତୀୟ ଦଳ ଅକ୍ଟୋବର 30 ରେ ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପକ୍ଷରେ ଖେଳିବ, ଏହି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ବହୁତ ଭଲ ରହିଛି ଯେଉଁଠାରେ ଟିମ ଇଣ୍ଡିଆ ଓପନିଂ ମ୍ୟାଚ ଜିତି ଗୃପ ବି ର ଶୀର୍ଷ ରେ ରହିଛି ।

ଏଥି ସହିତ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ଶେଷ ମ୍ୟାଚ ରେ 104 ରନ ବ୍ୟବଧାନରେ ବାଂଲାଦେଶ କୁ ପରାସ୍ତ କରିଛି । ଭାରତୀୟ ଦଳରେ ବଡ ମ୍ୟାଚ ପୂର୍ବରୁ ଭାରତର ପୂର୍ବତନ ୱାର୍ଲ୍ଡ ବିଜେତା କପିଲ ଦେବ ବିଶେଷ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ କେଉଁ ଦୁର୍ବଳତାକୁ ଦୂର କରିବାକୁ ପଡିବ ? ଟି-20 ବିଶ୍ଵକପ 2022 ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ କପିଲ ଦେବ କହିଛନ୍ତି ଯେ ଭାରତୀୟ ଦଳର ବଲିଙ୍ଗ ରେ ଉନ୍ନତି ଆସିଛି ।

ସେ ଅନୁଭବ କରି କହିଛନ୍ତି ଯେ ବ୍ୟାଟିଂରେ ଆହୁରି ଅଧିକ ଭଲ ସ୍କୋର ହୋଇପାରିଥାନ୍ତା । ଅଷ୍ଟ୍ରେଲିଆରେ ଫିଲ୍ଡ ବଡ ତେଣୁ ସ୍ପିନର ମାନେ ସାମାନ୍ୟ ସୁବିଧା ଜନକ ସ୍ଥିତିରେ ଅଛନ୍ତି । ମାତ୍ର ସେ ଚିନ୍ତା କରିଛନ୍ତି ଯେ ବଲିଙ୍ଗରେ ତାଙ୍କୁ ସାମାନ୍ୟ କାମ କରିବା ଆବଶ୍ୟକ । କପିଲ ଦେବ ଏହା ମଧ୍ୟ କହିଛନ୍ତି ଯେ ନେଦରଲ୍ୟାଣ୍ଡ ଭଳି ଦଳ ବିରୁଦ୍ଧରେ ସଠିକ ଯୋଜନା ରହିବା ଆବଶ୍ୟକ ।

ଏହିଭଳି ମ୍ୟାଚରେ ନୋ ବଲ ଏବଂ ୱାଇଟ ବଲ ହେବା ଉଚିତ ନୁହେଁ । ମୋଟ ଉପରେ ସେ କହିଛନ୍ତି ଯେ ବଲିଙ୍ଗ ଭଲ ଥିଲା ମାତ୍ର ସେଠାରେ କିଛି ଅଭାବନୀୟ ଦୃଶ୍ୟ ରହିଥିଲା ଯାହା ଦୃଶ୍ୟମାନ ହେଉଥିଲା । ତେବେ ଏହିଭଳି ଭାବରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି କପିଲ ଦେବ ।

ଏହାକୁ ନେଇ ଟିମ ଇଣ୍ଡିଆ ବର୍ତ୍ତମାନ ଜୋରସର ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଏବଂ ସେ ସମସ୍ତ କଥା ର ଧ୍ୟାନ ଦେଇ ଉକ୍ତ ହିସାବରେ ପ୍ରଦର୍ଶନ କରିବେ ବୋଲି ଦେଶବାସୀ ଙ୍କ ଆଶା । ଚଳିତ ବର୍ଷ ବିଶ୍ଵକପ କୁ ନେଇ ବହୁତ ଉତ୍କଣ୍ଠା ଅଛନ୍ତି କ୍ରିକେଟପ୍ରେମୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *