‘ଏଇଟା ମଞ୍ଚ ତୁମ ଖଟ ନୁହଁ…ଲୋକତ ଚାହୁଁ ନାହାଁନ୍ତି, ତୁମେ ଏମିତି କାହିଁକି…’ କଣ କହିଲେ Daitari Panda

ବନ୍ଧୁଗଣ, ସୂଚନା ଅନୁଯାୟୀ ଯେତେବେଳେ ଭଦ୍ରକ ଜିଲ୍ଲା ଚରମ୍ପା ରେ ଚାଲିଥିଲା ଯାତ୍ରା ସେହି ସମୟରେ ଏକ ଅଭାବନୀୟ ଘଟଣାଦେଖିବାକୁ ମିଳିଥିଲା । ରାଜନନ୍ଦିନୀ ପାର୍ଟି ପକ୍ଷରୁ ନାଚ ପରିବେଷଣ କରୁଥିଲେ ରାନୀ ପ୍ରିୟଦର୍ଶନୀ । ମାତ୍ର ରାନୀ ଙ୍କ ନାଚ କୁ ଜଣେ ମହିଳା ବିରୋଧ କରିଥିଲେ ଏବଂ ରାନୀ ଙ୍କ ଉପରକୁ ଚପଲ ଫୋପାଡି ଥିଲେ । ଏହାକୁ ନେଇ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଟାଇଗର ଦୈତାରୀ ପଣ୍ଡା ।

ତେବେ ସେ କ’ଣ କହିଛନ୍ତି ଆସନ୍ତୁ ସେ ନେଇ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ସେ କହିଛନ୍ତି ଯେ ଏହିଭଳି ଅଭାବନୀୟ ଘଟଣା ଆଗରୁ ଘଟିଥିଲା ତଥା ଯାହାସବୁ ହେଇଥିଲା ତାହା ସମସ୍ତେ ଜାଣିଛନ୍ତି, ସମସ୍ତେ ସଚେତନ ଅଛନ୍ତି । ପୁଣି ଏହା ପୁନ୍ନରାବୃତି କରିବା କିଛି ଆବଶ୍ୟକ ନଥିଲା । ଦର୍ଶକ ନିଶ୍ଚିତ ଭାବରେ ଉତ୍ୟକ୍ତ ହୋଇ ଢେଲା ତଥା ଚପଲ ଫୋପାଡିବେ । ଯାହା ହେଲେ ମଧ୍ୟ ସେ ଜଣେ ଆର୍ଟିଷ୍ଟ ।

ଯଦି ତାଙ୍କୁ ଡାକି ଅଣାଗଲା ତେବେ ତାଙ୍କୁ ସେହି ପ୍ରକାରର ନିର୍ଦ୍ଧେଶ ଦେବା ନିହାତି ଭାବରେ ଉଚିତ ଯେ ଏହି ପ୍ରକାରର ଡ୍ୟାନ୍ସ ଏଠାରେ ହୋଇପାରିବ ନାହିଁ ବୋଲି । ମାତ୍ର ଏହା କରିଲେ ପୁଣି ବିବାଦ ଆରମ୍ଭ ହେବ । ଏଣୁ ବିନୀତ ଅନୁରୋଧ ଯେ ଏହିସବୁ ସିଷ୍ଟମ ବନ୍ଦ କରନ୍ତୁ । ଯାହାଫଳରେ ଯାତ୍ରା କଳା ବଞ୍ଚି ରହିବ କେତେ ଘଟଣା ତଥା ଦୁର୍ଘଟଣା ଘଟିଯାଉଛି ଯାହା ଦର୍ଶକ ଚାହୁଁନାହିଁ ତାହା କରିବେ ତେବେ ଜୋଟା ମାଡ ଖାଇବେ ନାହିଁ ତ ଆଉ କଣ ଖାଇବେ ?

ତେବେ ସୀମା ଭିୟତରେ ରହି ସବୁକିଛି କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ଯାତ୍ରା ଟାଇଗର ଦୈତାରୀ ପଣ୍ଡା । ମାତ୍ର ଯେତେବେଳେ ଦର୍ଶକ ଙ୍କର ପ୍ରବଳ ଭିଡ ଥିଲା ମଞ୍ଚ ଉପରେ ନୃତ୍ୟ କରୁଥିଲେ ଆଇଟମ ଡ୍ୟାନ୍ସର ରାନୀ ପ୍ରିୟଦର୍ଶନୀ । ଛୋଟ ଛୋଟ କଷ୍ଟୟୁମ ପିନ୍ଧିବା ସହିତ ସେ ଭଲ ମେକଅପ ମଧ୍ୟ ନେଇଥିଲେ ।

ସେ ଦର୍ଶକଙ୍କ ମନୋରଞ୍ଜନ କରିବା ନିମନ୍ତେ ବେସ ଠୁମକା ଉପରେ ଠୁମକା ଲଗାଉଥିଲେ ରାନୀ । ମାତ୍ର ଅଚାନକ ରାନୀ ଙ୍କ ନୃତ୍ୟ ଦେଖି ଉତ୍ୟକ୍ତ ହୋଇ ଉଠିଲେ ଜଣେ ମହିଳା ସ୍ଟେଜ କୁ ଚଢିଲେ ଏବଂ କହିଲେ ଯେ ଉଦଣ୍ଡ ନୃତ୍ୟ କାହିଁକି ପରିବେଶଣ କରୁଛ କହି ଆଉ ପାଦରୁ ଚପଲ କାଢି ଫୋପାଡିଥିଲେ । ଏ ନେଇ ବର୍ତ୍ତମାନ ରାନୀ ଚର୍ଚ୍ଚା ରେ ରହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *