ସିକ୍ୟୁରିଟି ଗାର୍ଡଙ୍କ ଦବଙ୍ଗଗିରି ! କହିଲେ ‘ମୁଁ ସିକ୍ୟୁରିଟି ନୁହେଁ….ମୁଁ ଏହି ବ୍ରାଞ୍ଚର ମାଲିକ, ମତେ ପଚାରିକି ତୁମେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ କଳିଙ୍ଗ ନଗର ଷ୍ଟେଡ ବ୍ୟାଙ୍କ ଇଣ୍ଡିଆ ଶାଖାରେ ସିକ୍ୟୁରିଟି ଗାର୍ଡ ମହିସା ସୋରେନ କହୁଛନ୍ତି ଯେ ଉକ୍ତ ଶାଖାର ମାଲିକ ବୋଲି, ତେବେ ଏ ନେଇ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଡୁବୁରି ଗ୍ରାମର ବିଜୟଲକ୍ଷ୍ମୀ ନାୟକଙ୍କ ATM କାର୍ଡ ହଜିଯାଇଥିଲା । ଏବଂ ସେ ହାର୍ଟ ଏବଂ କିଡ୍ନି ରୋଗରେ ପୀଡିତ ଥିଲେ । ସେଥିପାଇଁ ସେ ତାଙ୍କ ସ୍ଵାମୀ ରମେଶ ଚନ୍ଦ୍ର ନାୟକ ATM କାର୍ଡଟିକୁ ନୂଆ ଆବେଦନ କରିବା ନିମନ୍ତେ କଳିଙ୍ଗ ନଗର SBI ଶାଖା କୁ ଗତକାଲି ଆସିଥିଲେ ।

ମାତ୍ର ସେଠାରେ SBI ର କର୍ମଚାରୀ ଖରାପ ବ୍ୟବହାର କରିଥିଲେ । ଏବଂ ବ୍ୟାଙ୍କର ଶାଖା ପରିଚାଳକ ଦେଖା କରିଥିଲେ ମାତ୍ର କିଛି ଫଳପ୍ରଦ ହୋଇନଥିଲା । ଆଜି ପୁନ୍ନର୍ବାର କଳିଙ୍ଗ ନଗର ସ୍ଥିତ SBI ଶାଖାକୁ ରୋଗିଣା ସ୍ତ୍ରୀ ଙ୍କୁ ଧରି ପହଞ୍ଚିଥିଲେ । ମାତ୍ର ଆଜି ସକାଳେ ସିକ୍ୟୁରିଟି ଗାର୍ଡ ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଏବଂ ବିନା ଶାଖା ପରିଚାଳନା ଖାତିର ନକରି ସିକ୍ୟୁରିଟି ଗାର୍ଡ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅଟକାଇଥିଲେ ।

ମାତ୍ର ଏଠାରେ ପ୍ରଶ୍ନ ହେଉଛି ଯେ ଶାଖା ପ୍ରମୁଖ ସବନ୍ଧରେ ଉକ୍ତ ବ୍ୟାଙ୍କ ରେ ସିକ୍ୟୁରିଟି ଗାର୍ଡ ନିଜର ଦବଙ୍ଗଗିରି ଚଳାଇଲେ, ଏହା ସହିତ କହିଲେ ଯେ ସେ ଏହି ବ୍ୟାଙ୍କର ମାଲିକ ବୋଲି । ତେବେ ଏଠାରେ ଚାଲିଛି କ’ଣ ? ଏହାପରେ ଶାଖାପରିଚାଳନା ଗୋପାଳକୃଷ୍ଣ ପଣ୍ଡା ଗ୍ରାହକଙ୍କୁ ଡାକି ସମାଧାନ କରିଥିଲେ ।

ଶାଖା ପରିଚାଳକ ସୁରକ୍ଷା କର୍ମୀ ଉକ୍ତ ବ୍ୟାଙ୍କ କର୍ମଚାରୀ ଉପରେ କେଉଁ ପଦକ୍ଷପ ନେଉଛନ୍ତି SBI ଉପରିସ୍ଥ ଅଧିକାରୀ ତାହା ଦେଖିବା ବାକି ରହିଲା । ରୋଗୀ ମହିଳା ଏବାବଦକୁ କହିଛନ୍ତି ଯେ ସେ ଆଦୌ ଖଟରୁ ଓହ୍ଲାଇ ପାରନ୍ତି ନାହିଁ । ଏହା ସହିତ ସେ ଜଣେ ହାର୍ଟ ରୋଗୀ, ତଥା ତାଙ୍କର କିଡ୍ନି ୨ ଟି ଖରାପ ।

ତାଙ୍କ ସ୍ଵାମୀ କାଲି ପଇସା ନିମନ୍ତେ ବ୍ୟାଙ୍କ କୁ ଆସିଥିଲେ ମାତ୍ର ସେଠାରେ ବହୁତ ଦୁର୍ବ୍ୟବହାର ଦେଖାଇଲେ ବ୍ୟାଙ୍କରେ । ଏହାସହିତ ତାଙ୍କ ସ୍ଵାମୀ ଙ୍କୁ କହିଲେ ଯେ ତାଙ୍କ ସ୍ତ୍ରୀ ଙ୍କୁ ନ ଦେଖିଲେ ପଇସା ଦେବେ ନାହିଁ । ଏହାପରେ ବାଧ୍ୟରେ ମହିଳା ଙ୍କୁ ଗାଡିରେ ଟେକି ଆଣି ବସାଇ ବ୍ୟାଙ୍କ କୁ ନେଇ ଯାଇଥିଲେ ତାଙ୍କ ସ୍ଵାମୀ । ତେବେ ବନ୍ଧୁଗଣ ଏହି ଅଭାବନୀୟ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *