ଟଙ୍କା କମାଇବାର ମନ୍ତ୍ର ଓ ଅଚୁକ ଉପାୟ, ଏବେହିଁ ଜାଣିନିଅନ୍ତୁ

ଏହି ମହଙ୍ଗା ଦୁନିଆରେ ସମସ୍ତେ ଟଙ୍କା କମାଇବାକୁ ବହୁତ ଚେଷ୍ଟା କରିଥାନ୍ତି କାରଣ ଟଙ୍କା ବିନା ଆପଣଙ୍କର କୌଣସି ସ୍ଵପ୍ନ ପୁରା ହୋଇ ପାରିବ ନାହିଁ । ଏଥିପାଇଁ ଆପଣ ଟଙ୍କା କମାଇବା ପାଇଁ ବହୁତ ଉପାୟ କରିଥାନ୍ତି । କିନ୍ତୁ ଏତେ ଚେଷ୍ଟା କରିବା ସତ୍ତ୍ୱେ ଆପଣଙ୍କୁ ଅସଫଳତା ଓ ନିରାଶା ର ସାମ୍ନା କରିବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଟଙ୍କା କମାଇବାର ମନ୍ତ୍ର କହିବାକୁ ଯାଉଛୁ ।

ନିୟମିତ ଏହାର ଜପ କରିବା ଦ୍ଵାରା ଆପଣଙ୍କୁ ଧନପ୍ରାପ୍ତିର ବିଭିନ୍ନ ଅବସର ମିଳିବ । ଏହା ସହିତ ଆପଣଙ୍କୁ ଟଙ୍କା କମାଇବାର କିଛି ଅଚୁକ ଉପାୟ ମଧ୍ୟ କହିବୁ । ତେବେ ଆସନ୍ତୁ ଜାଣିବା ।

ଟଙ୍କା କମାଇବାର ପ୍ରଥମ ମନ୍ତ୍ର

କରାଗ୍ରେ ବସତେ ଲକ୍ଷ୍ମୀ: କରମଧ୍ୟେ ସରସ୍ଵତୀ !
କରମୂଳେ ତୁ ଗୋବିନ୍ଦ: ପ୍ରଭାତେ କର ଦର୍ଶନମ !!

ଅର୍ଥ-ଏହି ମନ୍ତ୍ର ରେ କୁହାଯାଇଛି କି ଆପଣଙ୍କ ହାତର ଅଗ୍ର ଭାଗରେ ଦେବୀ ଲକ୍ଷ୍ମୀ, ମଧ୍ୟ ଭାଗରେ ସରସ୍ଵତୀ ଓ ମୂଳ ଭାଗରେ ଗୋବିନ୍ଦ ବାସ କରନ୍ତି । ସବୁଦିନ ସକାଳେ ଉଠି ନିଜର ଦୁଇ ହାତକୁ ଦେଖି ଏହି ମନ୍ତ୍ରର ଜପ କରନ୍ତୁ । ପ୍ରତିଦିନ ଏହି ମନ୍ତ୍ରର ଜପ କରିବା ଦ୍ଵାରା ଆପଣଙ୍କୁ ଧନପ୍ରାପ୍ତି ହେବାକୁ ଲାଗିବ ।

ଟଙ୍କା କମାଇବାର ଦ୍ଵିତୀୟ ମନ୍ତ୍ର

ମଙ୍ଗଲମ ଭଗବାନ ବିଷ୍ଣୁ ମଙ୍ଗଲମ ଗରୁଡ ଧ୍ଵଜ !
ମଙ୍ଗଲମ ପୁଣ୍ଡରୀକାକ୍ଷ ମଙ୍ଗଲାୟ ତନୋ ହରୀ !!

ଅର୍ଥ-ଭଗବାନ ବିଷ୍ନୁଙ୍କର ମଙ୍ଗଳ ହେଉ, ଯାହାର ଧ୍ବଜରେ ଗରୁଡ ଅଛି ତାହାର ମଙ୍ଗଳମୟ ହେଉ, ଯାହାର କମଳ ପରି ନେତ୍ର ଅଟେ ତାହାର ମଙ୍ଗଳମୟ ହେଉ, ସେହି ପ୍ରଭୁ ହରୀଙ୍କର ମଙ୍ଗଳମୟ ହେଉ ।

ଟଙ୍କା କମାଇବା ତୃତୀୟ ମନ୍ତ୍ର

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବୋ ମହେଶ୍ଵର !
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମେ ଶ୍ରୀ ଗୁରୁବେ ନମଃ !!

ଅର୍ଥ- ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ ଓ ଗୁରୁ ହିଁ ମହେଶ୍ଵର । ଗୁରୁ ହିଁ ସାକ୍ଷାତ ପରଂବ୍ରହ୍ମ । ଏମିତି ଗୁରୁଙ୍କୁ ମୁଁ ପ୍ରଣାମ କରୁଛି ।

ଟଙ୍କା କମାଇବାର ଅଚୁକ ଉପାୟ

୧. ଅଧା ଲିଟର ଗାଈ ର କ୍ଷୀର ଆଣନ୍ତୁ ଓ ଏହାକୁ ଭଗବାନ ଗଣେଶ ଓ ମା ଲକ୍ଷ୍ମୀଙ୍କ ପୂଜାରେ ରଖନ୍ତୁ । ପୂଜା ସାରିବା ପରେ ହିଁ କ୍ଷୀରକୁ କୌଣସି ଗରିବଙ୍କୁ ଦାନ କରି ଦିଅନ୍ତୁ । ଏହାକୁ କେବଳ ବୁଧବାର ଦିନ ହିଁ କରନ୍ତୁ । ଜଲ୍ଦି ଆପଣଙ୍କ ପାଖକୁ ଟଙ୍କା ଆସିବାକୁ ଲାଗିବ ।

୨. ସକାଳେ ଉଠି କୁଳି ନ କରି ଚା ବା ପାଣି ପିଅନ୍ତୁ ନାହିଁ, ଏହା ଛଡା କେବେ ବି ଅଇଁଠା ହାତରେ ଗାଈ ବା ବ୍ରାହ୍ମଣଙ୍କୁ ସ୍ପର୍ଶ କରନ୍ତୁ ନାହିଁ ।

୩. ଘରେ ଦେବୀ ଦେବତାଙ୍କ ଫଟୋରେ ଚଢାଯାଇଥିବା ମାଳ ଶୁଖିଗଲେ ତୁରନ୍ତ ଘରୁ ବାହାର କରି ଦିନନ୍ତୁ । କାରଣ ଶୁଖିଲା ଫୁଲର ମାଳ ଘରେ ରଖିବା ହାନିକାରକ ହୋଇଥାଏ ।

Leave a Reply

Your email address will not be published. Required fields are marked *