‘ମା ତୁ କାନ୍ଦେନି, ତ କଥା ମୁଁ ବୁଝିବି, ତୋ ପୁଅକୁ ଚାକିରୀ ଦେବି…’ BMC ଗାଡି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ କଣ କହିଲେ BMC ମେୟର ଦେଖନ୍ତୁ

ବନ୍ଧୁଗଣ, ସୂଚନା ଅନୁଯାୟୀ ଭଉବନେଶ୍ଵରରେ ଘଟିଯାଇଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲି ଯାଇଛି । ତେବେ ଏହି ଦୁର୍ଘଟଣାରେ ସ୍ଵାମୀ ଙ୍କୁ ହରାଇଥିବା ସ୍ତ୍ରୀ ଜଣଙ୍କ ବହୁତ ଭାଙ୍ଗି ପଡିଛନ୍ତି ତେବେ ତାଙ୍କୁ ଆଶ୍ଵାସନା ଦେବାକୁ ଯାଇ ମେୟର ସୁଲୋଚନା କହିଛନ୍ତି ଯେ ଆମ୍ଭେ ସବୁ ସାଥିରେ ଅଛୁ ନିଜକୁ ସମ୍ଭାଳ । ଖବର ଅନୁଯାୟୀ ବିଏମସି ଅଳିଆବୁହା ଗାଡି ଧକ୍କା ରେ ଜଣଙ୍କ ମୃ-ତ୍ୟୁ ପରେ ଦେଖା ଦେଇଛି ଅଶାନ୍ତି ।

ଆଉ ପୁଣିଥରେ ଅଶାନ୍ତ ହୋଇ ଉଠିଛି ଦାରୁଡିଙ୍ଗ । ସ୍ଥାନୀୟ ଲୋକେ ରାସ୍ତା ରୋକ କରିବା ସହିତ ହୋ ହାଲା ମଧ୍ୟ କରିଥିଲେ । ମେୟର ଜଣେ ମହିଳା ହୋଇ ଆଉ ଜଣେ ମହିଳା ଙ୍କ ଦୁଃଖକୁ ବୁଝି ପାରିଛନ୍ତି, ପାଖରେ ସ୍ଵାମୀ ଙ୍କ ମୃତଦେହ ଶୋଇଛି, କିଭଳି ଥିବ ତାଙ୍କର ମାନସିକ ଅବସ୍ଥା ? ଏହାକୁ ବୁଝି ପାରିଛନ୍ତି ଭୁବନେଶ୍ବରର ମେୟର ସୁଲୋଚନା  ଦାସ ।

ସ୍ଵାମୀ କୁ ହରାଇଥିବା ମା’ କୁ କୋଳରେ କୋଳାଇ ନେଇ ଆଖିର ଲୁହକୁ ପୋଛି ଦେଉଛନ୍ତି । ଆଉ ମା’ ଙ୍କ ପୁଅ କୁ ଖୋଜି ଆଣି କହିଛନ୍ତି ଯେ ଯାହା ହୋଇଛି ସେଥିପାଇଁ ଦୁଃଖିତ, ମାତ୍ର ବାପା କୁ ଆଉ ଆଣିପାରିବୁ ନାହିଁ । ସୁଖ ଦୁଃଖ ରେ ମେୟର ଛିଡା ହେବେ ବୋଲି କହିଛନ୍ତି ଏବଂ ତାକୁ ଚାକିରି ମଧ୍ୟ ଦେବେ ବୋଲି କହିଛନ୍ତି ।

ଏହିଭଳି କିଛି ସାନ୍ତ୍ଵନା ଜନକ କଥା କହି ଶାନ୍ତ କରିଦେଇଛନ୍ତି ରାମ ଙ୍କ ପରିବାରକୁ ଭୁବନେଶ୍ବରର ମେୟର । ଆଜି ସକାଳେ ଭୁବନେଶ୍ଵର ଉପକଣ୍ଠ ଦାରୁଠେଙ୍ଗ ରେ ଥିବା ଭୁଆଶୁଣି ଡ୍ରମ୍ପିୱାର୍ଡ ରେ ଅଳିଆ ଗାଡି ଧକ୍କାରେ ଆଜି ସକାଳୁ ବେଣ୍ଟୁଆ ଗ୍ରାମର ରାମ ଗାଗାରାଇ ଙ୍କ ପରଲୋକ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ରାସ୍ତା ଉପରେ ଶହ ଶହ ଗାଡି ମଟର ଅଟକି ରହିଥିଲା, ଘଟଣା ସ୍ଥଳରେ ବିଏମସି କମିଶନର, ମେୟର ଏବଂ ବିଧାୟକ ସୁରେଶ ରାଉତରାୟ ସମସ୍ତେ ପହଞ୍ଚିଥିଲେ ଆଉ ଆଲୋଚନା ପରେ ମୃତକଙ୍କ ପରିବାରକୁ ନଗତ 5 ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଏବଂ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରିବାକୁ ମେୟର ସୁଲୋଚନା ଦାସ ଘୋଷଣା କରିଥିଲେ । ଟ୍ରାଫିକ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଡ୍ରମ୍ପି ବ୍ୟବସ୍ଥା ବନ୍ଦ ରହିବ ବୋଲି ମେୟର ଘୋଷଣା କରିଛନ୍ତି । ବର୍ତ୍ତମାନ ମୃ-ତଦେହ ବ୍ୟବଛେଦ ନିମନ୍ତେ ଯାଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *