ହଷ୍ଟେଲ ଘରେ ରହିବେ Tapaswini, ତପସ୍ଵିନୀଙ୍କ ପାଇଁ ଗୁଣ୍ଡ ପକେଇ ଦେଖନ୍ତୁ କେମିତି ଘର ସଫା କଲେ ଶ୍ଵଶୁର, ଦେଖନ୍ତୁ Video

ବନ୍ଧୁଗଣ ଡିମ୍ପଲ ଓ ସୁମିତଙ୍କ ପାରିବାରିକ ବିଚ୍ଛେଦ ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ପ୍ରଥମ ଦିନରୁ ହିଁ ଡିମ୍ପଲ ନିଜର ନ୍ୟାୟ ପାଇବା ପାଇଁ ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇ ବସି ରହିଥିଲେ । ଧୀରେ ଧୀରେ ତାଙ୍କୁ ଜନସାଧାରଣ ମାନଙ୍କ ସମର୍ଥନ ମିଳିଥିଲା । ଏହା ପରେ ତାଙ୍କୁ ଜନସାଧାରଣ ଘର ଦାଣ୍ଡରୁ ବାରଣ୍ଡାରେ ନେଇ ବସେଇଲେ । ବନ୍ଧୁଗଣ ଦୀର୍ଘ ଦୁଇ ମାସ ଧରି ଧାରଣାରେ ବସିବା ପରେ ତପସ୍ଵିନୀଙ୍କୁ ନ୍ୟାୟ ମିଳିଛି ।

ହେଲେ ତପସ୍ଵିନୀ ଶଶୁରଙ୍କ ପାଇଁ ଖୁସି ନାହାନ୍ତି । କାରଣ ତପସ୍ଵିନୀଙ୍କର ଗୋଟିଏ ଜିଦି ଯେ ସେ ତାଙ୍କ ସ୍ଵାମୀ ସୁମିତଙ୍କ ସହ ବେଡରୁମରେ ରହିବେ ହେଲେ ଡିମ୍ପଲଙ୍କ ଶଶୁର କହୁଛନ୍ତି ଉପର ରୁମରେ ରହିବା ପାଇଁ । ବନ୍ଧୁଗଣ ଉପର ଘରଟି ହଷ୍ଟେଲ ବୋଲି ଡିମ୍ପଲ କହୁଛନ୍ତି ଓ ବର୍ତ୍ତମାନ ସେହି ଘରଟି ଅସଜଡା ହୋଇ ରହିଛି ।

ସେହି ଉପର ଘରେ ଗୋଟେ ମଣିଷ ରହିବା ପାଇଁ ଉପଯୋଗୀ ନାହିଁ । ତପସ୍ଵିନୀ ନିଜ ଓକିଲଙ୍କ ସହ ଆଲୋଚନା କରିଛନ୍ତି ଓ ଯିଏ ପ୍ରୋଟେକ୍ସନ ଅଫିସର ସେ ମଧ୍ୟ କହିଛନ୍ତି ସେ ଘର ମଣିଷ ରହିବା ପାଇଁ ଉପଯୋଗୀ ନୁହେଁ । ତେବେ ବର୍ତ୍ତମାନ ତପସ୍ଵିନୀ ପୁଣି କୋର୍ଟ ଦ୍ଵାରସ୍ତ ହୋଇଛନ୍ତି । ତେବେ ଏହି ଦୁଇଜଣଙ୍କ ମାମଲା ପ୍ରଥମେ ତଳ କୋର୍ଟରେ ଚାଲିଥିଲା କିନ୍ତୁ ତଳ କୋର୍ଟ କିଛି ସଠିକ ରାୟ ଦେଇ ପାରି ନଥିଲା ।

ଏହା ପରେ ଏହି ଦୁଇଜଣ ଜିଲ୍ଲା କୋର୍ଟରେ ପିରିସନ ଦାଖଲ କରିଥିଲେ ଓ ଗତ କାଲି ଜିଲ୍ଲା କୋର୍ଟ ଏକ ବଡ ରାୟ ଶୁଣାଇ ଥିଲା । ତେବେ ଗତ କାଲି କୋର୍ଟ ତପସ୍ଵିନୀଙ୍କୁ ତାଙ୍କ ଶଶୁର ଘରେ ରହିବାର ରାୟ ଶୁଣାଇବା ପରେ ମଧ୍ୟ ତପସ୍ଵିନୀ ଘର ବାହାରେ ଶୋଇଥିଲେ । ହେଲେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଯେଉଁ ଉପର ହଷ୍ଟେଲ ରୁମରେ ତପସ୍ଵିନୀ ରହିବେ ବୋଲି ପ୍ରମୋଦ ସାହୁ କହିଥିଲେ ସେହି ଘରଟି ଅପରିଷ୍କାର ଥିବାରୁ ତାକୁ ସଫା କରାଯାଉଛି ଓ ସେହି ଘରକୁ ସଫା କରାଉଛନ୍ତି ପ୍ରମୋଦ ସାହୁ । ଅନେଲ ଲୋକ ଘରଟି ଅତି ସୁନ୍ଦର ଭାବରେ ସଫା କରୁଛନ୍ତି ଓ ସେହି ସ୍ଥାନରେ ପ୍ରମୋଦ ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି । ଘରଟି ଅପରିଷ୍କାର ଥିବା କାରଣରୁ ତପସ୍ଵିନୀ ରହୁ ନଥିଲେ ବୋଧେ ଏବେ ରହିଯିବେ ସେହି ଆଶାରେ ପ୍ରମୋଦ ସାହୁ ଘର ସଫା କରୁଛନ୍ତି ।

ହେଲେ ତପସ୍ଵିନୀ ନିଜ ସ୍ଵାମୀଙ୍କ ବେଡରୁମରେ ରହିବାକୁ ଚାହୁଁଛନ୍ତି । ତେବେ ଏହି ହଷ୍ଟେଲ ରୁମ ସଫା ହେବା ପରେ ମଧ୍ୟ ତପସ୍ଵିନୀ ରହିବେ ନା ନାହିଁ ତାହା ଆଗାମୀ ସମୟରେ ଜଣା ପଡିଯିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *