ରେଖା ସ୍ଵୀକାର କରିଲେ ଅମିତାଭ ବଚ୍ଚନଙ୍କ ପାଇଁ ନିଜର ପ୍ରେମ, କହିଲେ – ମୁଁ ତାଙ୍କୁ ଭଲ ପାଏ, ଫରକ ପଡେ ନାହିଁ କି

ବଲୀଉଡରେ ଯେତେବେଳେ ବଡ ବଡ କଳକାରମାନଙ୍କ ବିଷୟରେ ଚର୍ଚ୍ଚା କରା ଯାଇଥାଏ, ତେବେ ଅମିତାଭ ବଚ୍ଚନଙ୍କ ନାମ ସବୁଠୁ ଉପରେ ଆସିଥାଏ । କହିବାକୁ ଗଲେ ଅମିତାଭ ବଚ୍ଚନ ବର୍ତ୍ତମାନ ନିଜର ପରିବାର ସହିତ ଏକ ସୁଖମୟ ଜୀବନ ବିତାଉଛନ୍ତି । ସୋସିଆଲ ମିଡିଆରେ ସେ ପ୍ରାୟତଃ ନିଜର ନାତୁଣୀ ସହ ଫଟୋ ଶେୟାର କରିଥାନ୍ତି । କିନ୍ତୁ ଯେମିତି କି ଆପଣ ଜାଣିଛନ୍ତି ଗୋଟିଏ ଏମିତି ସମୟ ଥିଲା ଯେତେବେଳେ ଅମିତାଭ ବଚ୍ଚନ ରେଖାଙ୍କୁ ଭଲ ପାଉଥିଲେ ଓ ତାଙ୍କୁ ବିବାହ ବି କରିବାକୁ ଚାହୁଁଥିଲେ କିନ୍ତୁ ଏହା ସମ୍ଭବ ହୋଇ ପାରିଲା ନାହିଁ ।

 

ଏହା ପରେ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ବିବାହ ପରେ ବି ରେଖା ଓ ଅମିତାଭ ବଚ୍ଚନଙ୍କ ଅଫେୟାର ବହୁତ ଚର୍ଚ୍ଚାରେ ଥିଲା । ଏହା ପରେ ଯେତେବେଳେ ସିମୀ ଗ୍ରେୱାଲ ନିଜର ଶୋ Rendezvous with Simi Garewalରେ ରେଖାଙ୍କୁ ଜୟା ବଚ୍ଚନ ଓ ଅମିତାଭ ବଚ୍ଚନଙ୍କ ବିଷୟରେ ପ୍ରଶ୍ନ କରିଲେ ତେବେ ରେଖା ଆତ୍ମବିଶ୍ଵାସର ସହ ଏହାର ଜବାବ ଦେଇଥିଲେ ।

ଏମିତି ଥିଲା ରେଖାଙ୍କ ଜବାବ

ସିମୀ ରେଖାଙ୍କୁ ତାଙ୍କର ଓ ଜୟା ବଚ୍ଚନଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ କରିଲେ । ତେବେ ରେଖା କହିଲେ କି, “ମୁଁ ଜଣେ ମହିଳା ହେବା କାରଣରୁ ମୋତେ ଲାଗୁ ନାହିଁ କି ଜୟା କୌଣସି ବେଚାରୀ ଓ ଇଂସେକ୍ୟୁର ମହିଳା ଅଟନ୍ତି ।” ଏହା ଉପରେ ସିମୀ କହିଲେ, “ହଁ ଗୋଟିଏ ମହିଳା ସେତେବେଳେ ସୁରକ୍ଷିତ ଅନୁଭବ କରିଥାଏ ଯେତେବେଳେ ଗୋଟିଏ ପୁରୁଷ (ସ୍ଵାମୀ) ତାକୁ ସୁରକ୍ଷିତ ଅନୁଭବ କରାଇଥାଏ ।“ ଏହି ପ୍ରଶ୍ନ ଦ୍ଵାରା ସିମୀ ଜୟା ଓ ଅମିତାଭଙ୍କ ସମ୍ପର୍କକୁ ସଂକେତ ଦେଉଥିଲେ । ରେଖା ଏହାର ଜବାବ ଦେଲେ କି, ନା ଏମିତି ଜରୁରୀ ନୁହେଁ “ ।

କହିଲେ – ବର୍ତ୍ତମାନ ବି କରୁଛି ପ୍ରେମ

ଅନ୍ୟ ପଟେ ସିମୀ ଯେତେବେଳେ ରେଖାଙ୍କୁ ତାଙ୍କର ଓ ଅମିତାଭ ବଚ୍ଚନଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ ପଚାରିଲେ ତେବେ ରେଖା ଜବାବ ଦେଲେ, “ମୋତେ କୌଣସି ପ୍ରକାରର ଫରକ ପଡେ ନାହିଁ କି ଲୋକମାନେ କଣ ଚିନ୍ତା କରୁଛନ୍ତି । ମୁଁ ଅମିତାଭଙ୍କୁ ନିଜ ପାଇଁ ପ୍ରେମ କରୁଛି କାହାକୁ ଦେଖାଇବା ପାଇଁ ନୁହେଁ । ମୁଁ ତାଙ୍କୁ ଭଲ ପାଉଛି ଓ ସେ ମୋତେ, ଲୋକମାନେ କୁହନ୍ତି ବିଚାରୀ ରେଖା ପାଗଳ ଅଟନ୍ତି । କିନ୍ତୁ ମୋତେ ଫରକ ପଡେ ନାହିଁ କି କିଏ କଣ ଚିନ୍ତା କରୁଛି ।“

ଶୁଟିଙ୍ଗ ସମୟରେ ଆରମ୍ଭ ହୋଇଥିଲା ଅଫେୟାର

କହିଦେଉଛୁ କି ଅମିତାଭ ଓ ରେଖାଙ୍କ ଯୋଡି ବଲୀଉଡର ସବୁଠୁ ଫେମସ ଯୋଡି ଥିଲା । ଅନସ୍କ୍ରୀନ ହିଟ ହେବା ପରେ ସେମାନେ ରିୟଲ ଲାଇଫରେ ବି ପରସ୍ପର ର ପାଖାପାଖି ଆସି ଯାଇଥିଲେ । କିନ୍ତୁ କିଛି ଅସୁବିଧା କାରଣରୁ ତାଙ୍କୁ ଅଲଗା ହେବାକୁ ପଡିଥିଲା । ଦୁଇ ଜଣଙ୍କ ଅଫେୟାର ଫିଲ୍ମ ‘ଦୋ ଅନଜାନେ’ର ଶୁଟିଙ୍ଗରୁ ଆରମ୍ଭ ହୋଇଥିଲା । ଏହା ପରେ ଦୁଇ ଜଣ ଫିଲ୍ମ ‘ସିଲସିଲା’ରେ ନଜର ଆସିଲେ । ଦର୍ଶକମାନଙ୍କୁ ରେଖା ଓ ଅମିତାଭଙ୍କ ଯୋଡି ବହୁତ ପସନ୍ଦ ଆସିଲା । କିଛି ଲୋକ ତ ରିୟଲ ଲାଇଫରେ ବି ତାଙ୍କୁ ଏକା ସହିତ ଦେଖିବାକୁ ଚାହୁଁଥିଲେ । କିନ୍ତୁ ସମୟ ଚକ୍ରରେ ଫସି ଦୁଇ ଜଣ ଅଲଗା ହୋଇଗଲେ ।

ଲଗାନ୍ତି ଅମିତାଭଙ୍କ ନାମର ସିନ୍ଦୁର

କହିବାକୁ ଗଲେ ଯେତେବେଳେ ଅମିତାଭ ରେଖାଙ୍କ ପ୍ରେମରେ ପଡିଲେ ତେବେ ତାଙ୍କର ବିବାହ ଜୟା ବଚ୍ଚନଙ୍କ ସହ ହୋଇ ସାରିଥିଲା । ବିବାହ ପରେ ବି ଦୁଇ ଜଣ ପରସ୍ପରର ପାଖପାଖି ଥିଲେ । କିନ୍ତୁ ଲୋକମାନେ ମାନନ୍ତି କି ଜୟାଙ୍କ ପୂର୍ବରୁ ରେଖା ଓ ଅମିତାଭଙ୍କ ବିବାହ ହୋଇ ସାରିଥିଲା । ଲୋକମାନଙ୍କ ମାନିବା ଅଟେ କି ଦୁଇ ଜଣ ଚୁପଚାପ ବିବାହ କରିସାରିଥିଲେ । ଏହି କାରଣ ଅଟେ କି ରେଖା ଆଜି ବି ମଙ୍ଗଳସୂତ୍ର ପିନ୍ଧୁଛନ୍ତି ଓ ନିଜ ମୁଣ୍ଡରେ ସିନ୍ଦୁର ବି ଲଗାଉଛନ୍ତି

Leave a Reply

Your email address will not be published. Required fields are marked *