ଧ୍ଵଜ ଯୋଗ କାରଣରୁ ସ୍ପେଶାଲ ହେବ ଏ ଥରର ହୋଲିକା ଦହନ, ଏହି ୫ ଟି ରାଶିର ଚମକିବ ଭାଗ୍ୟ

ପୁରା ଦେଶରେ ବର୍ତ୍ତମାନ ହୋଲିର ପ୍ରସ୍ତୁତି ଜୋର ଶୋର ରେ ଚାଲିଛି । ଆପଣଙ୍କୁ ଜଣାଇ ଦେଉଛୁ କି ଏହି ବର୍ଷ 9 ମାର୍ଚ୍ଚରେ ହୋଲିକା ଦହନ ହେବ ଓ 10 ମାର୍ଚ୍ଚରେ ହୋଲି ପାଳନ କରାଯିବ । କିନ୍ତୁ ଏହି ବର୍ଷ ହୋଲିକା ଦହନ ବହୁତ ଖାସ ହେବାର ଅଛି କାରଣ ଏହି ଦିନ ଧ୍ଵଜ ଯୋଗ ବନୁଛି । ଏହି କାରଣରୁ ବୃହସ୍ପତି ନିଜର ରାଶି ଧନୁରେ ଅଛନ୍ତି ଓ ତାଙ୍କର ଦ୍ରୁଷ୍ଟି ଚନ୍ଦ୍ରମା ଉପରେ ପଡୁଛି । ଏହି ଯୋଗ କାରଣରୁ ୫ ଟି ରାଶିଙ୍କୁ ଅତ୍ୟଧିକ ଲାଭ ହେବାର ଯୋଗ ଅଛି ।

ବୃଷ ରାଶି

ଏହି ରାଶିର ଜାତକରେ ଚନ୍ଦ୍ରମା ଚତୁର୍ଥ ଭାବରେ ଗୋଚର କରିବେ । ଆପଣଙ୍କୁ ପରିବାରରେ ଓ କାର୍ଯ୍ୟ କ୍ଷେତ୍ରରେ ପଜିଟିଭ ରେଜଲ୍ଟ ମିଳିବ । ଆପଣଙ୍କ ଦ୍ଵାରା ନିଆଯାଇଥିବା ନିର୍ଣ୍ଣୟର ଭଲ ପ୍ରଭାବ ଦେଖିବାକୁ ମିଳିବ । ଏହା ସହିତ ଆପଣଙ୍କୁ ଧନଲାଭର ପୁରା ଯୋଗ ଅଛି ।

କନ୍ୟା ରାଶି

ଏହି ରାଶିରେ ଚନ୍ଦ୍ରମା ଦ୍ଵାଦଶ ଭାବରେ ଗୋଚର କରିବେ । ଆପଣଙ୍କର ଅଟକି ରହିଥିବା କାମ ପୂର୍ଣ୍ଣ ହେବାର ଯୋଗ ଅଛି । ଆପଣଙ୍କ ମନ ଓ ଜୀବନରେ ଶାନ୍ତି ରହିବ । ଆପଣଙ୍କ ଜୀବନରେ ଯେଉଁ ସମସ୍ଯା ଚାଲିଛି ତାହା ଶେଷ ହୋଇଯିବ ।

ତୁଳା ରାଶି

ଏହି ରାଶିରେ ଚନ୍ଦ୍ରମା ଏକାଦଶ ଭାବରେ ଗୋଚର କରିବେ । ଏହା ଦ୍ଵାର ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ସରକାରୀ ଚାକିରି ପାଇଁ ଯଦି ଚେଷ୍ଟା କରୁଛନ୍ତି ତେବେ ସେଥିରେ ମଧ୍ୟ ସଫଳତା ମିଳିବାର ଯୋଗ ଅଛି । ଯେଉଁ ମାନଙ୍କର ଆର୍ଥିକ ସ୍ଥିତି କମ୍ଜୋର ଅଛି ସେମାନଙ୍କୁ ଆର୍ଥିକ ଲାଭ ହେବାର ଯୋଗ ଅଛି ।

ମକର ରାଶି

ଏହି ରାଶିର ଅଷ୍ଟମ ଭାବରେ ଚନ୍ଦ୍ରମା ପ୍ରବେଶ କରିବେ । ଏହା ଦ୍ଵାରା ଆପଣଙ୍କ ପୁରୁଣା ରୋଗ ଭଲ ହୋଇଯିବ । ସୁଖ ସୁବିଧାରେ ବୃଦ୍ଧି ହେବ । ଆପଣଙ୍କୁ ନିଜର ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଧନ କମାଇବାର ଅବସର ମିଳିବ ।

ମୀନ ରାଶି

ଏହି ରାଶିର ଜାତକଙ୍କୁ ଜବ ଓ ବ୍ୟବସାୟରେ ଲାଭ ହେବ । ଯେଉଁ ଲୋକ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଞ୍ଚନ୍ତି ତାଙ୍କ ପାଇଁ ଏହି ସମୟ ଉତ୍ତମ ଅଟେ । ଧନପ୍ରାପ୍ତିର ବିଭିନ୍ନ ଅବସର ପ୍ରାପ୍ତି ହେବ । ମନ ପ୍ରସନ୍ନ ରହିବ ।

Leave a Reply

Your email address will not be published. Required fields are marked *