ବାତ୍ୟା ASANI ରେ ସମୁଦ୍ରରେ ଭାସି ଆସିଲା ସୁନା ରଥ, ଯେଉଁ ସୁନା ରଥରେ ଥିଲା ଦୁର୍ଲଭ ରତ୍ନମଣି ! ହେଲେ ତାହା ଏବେ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ସୁନା ରଥ ଭିତରେ କେଉଁଠି ଲୁଚି ରହିଛି ରତ୍ନ ପଥର? ଏହି ଡ୍ରାଗନ ତ ମିଳିଛି । କିନ୍ତୁ ମିଳିନାହିଁ ବୁଦ୍ଧ ଙ୍କ ମୂର୍ତ୍ତି ସହିତ ରତ୍ନ ଖଞ୍ଜିତ ବହୁ ମୂଲ୍ୟ ର ସେହି ପଥର । ଯେଉଁଥିରେ ଥାଇପାରେ କୌଣସି ଚମତ୍କାରୀ ଶକ୍ତି । ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ସେହି ସୁନା ର ରଥ । ଯାହା ଭାସି ଭାସି ଆସିଥିଲା ଆନ୍ଧ୍ରପ୍ରଦେଶ ର ସମୁଦ୍ର କୁଳ କୁ । ବଢ଼ିଥିଲା ଉତ୍କଣ୍ଠା କଣ ରହିଛି ଓ କାହିଁକି ଆସିଛି ଏହି ସୁନା ର ରଥ ଟି ।

ଜାଣିବା ପାଇଁ ସମସ୍ତଙ୍କ ମନରେ ଅନେକ କୌତୁହଳ ବିଜାତ ହୋଇଥିଲା । ଯେଉଁ ତଥ୍ୟ ଉପରେ ଗବେଷକ ମାନେ ନଜର ପକାଇଲେ ତାହା ଚମକାଇ ଦେବା ଭଳି ଅଟେ । ମ୍ୟାନମାର ର ଅନେକ ସ୍ଥାନରେ ଏଭଳି ଭାସମାନ ପାଗୋଡା ରହିଥାଏ । ଯାହାକୁ ସ୍ୱର୍ଣ୍ଣ ମନ୍ଦିର କୁହାଯାଏ । ଯେଉଁଥିରେ ଗୌତମ ବୁଦ୍ଧ ଙ୍କ ମୂର୍ତ୍ତି ସହିତ ମୂର୍ତ୍ତି ରେ ଏକ ରତ୍ନ ପଥର ମଧ୍ୟ ଲାଗି ରହିଥାଏ ।

କିନ୍ତୁ ଯେଉଁ ଅବସ୍ଥା ରେ ଏହି ସୁନା ର ରଥ ଟି ସମୁଦ୍ର ରେ ଭାସି ଭାସି ଆସି ପହଞ୍ଚିଛି, ଯାହାକୁ ଦେଖିବା ପରେ ଜଣା ପଡ଼ୁଛି ଏହା ସମ୍ପୂର୍ଣ୍ଣ ରୂପରେ ବିଖଣ୍ଡିତ ହୋଇ ଯାଇଛି । ଏହି ରଥର ଚତୁଃପାଶ୍ୱରେ ଡ୍ରାଗନ ର ଚିତ୍ର ରହିଛି । ମ୍ୟାନ୍ମାର ର ସଭ୍ୟତା ଓ ସଂସ୍କୃତି ଅନୁଯାୟୀ ପ୍ରତ୍ୟେକ ପାଗୋଡା ରେ ଏଭଳି ସ୍ୱର୍ଣ୍ଣିମ ରଙ୍ଗ ସଦୃଶ ତିଆରି କରାଯାଇଥାଏ ।

ଯେଉଁଥିରେ ଡ୍ରାଗନ ର ପ୍ରତିମୂର୍ତ୍ତି ସହିତ ଗୌତମ ବୁଦ୍ଧ ଙ୍କ ମୂର୍ତ୍ତି ଓ ମୂର୍ତ୍ତି ରେ ଲାଗି ରହିଥାଏ ଏକ ରତ୍ନ ପଥର । ତେବେ ପ୍ରଶ୍ନ ଉଠୁଛି ଯେ, ଯଦି ପାଗୋଡା ଆସିଛି ଏଥିରେ କୌଣସି ସ୍ଥାନରେ ଗୌତମ ବୁଦ୍ଧ ଙ୍କ ମୂର୍ତ୍ତି ଏବଂ ସେଥିରେ ରତ୍ନ ପଥର ଲୁଚି ରହିଛି କି? ଏହା ଅଛି ଅଥବା ସମୁଦ୍ର ରେ କେଉଁଠାରେ ପଡ଼ି ଯାଇଛି? ଏହା ବ୍ୟତୀତ ସନ୍ଦେହ କରାଯାଉଛି କି ହୁଏତ ଏହାକୁ ଦେଖି କୌଣସି ବ୍ୟକ୍ତି ରତ୍ନ କୁ ପାଇ ନେଇ ଯାଇଛନ୍ତି ବୋଲି ।

ତେବେ ଏହି ସୁନା ର ରଥ କୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି । ଯାହା ନିଶ୍ଚିତ ଭାବରେ ଲୋକ ମାନଙ୍କ ମନରେ କୌତୁହଳ ସୃଷ୍ଟି କରିଛି । ଏହା ବ୍ୟତୀତ ମନରେ ଅନେକ ପ୍ରଶ୍ନ ଉତ୍ପନ୍ନ ହେଉଛି ଯାହାର ଉତ୍ତର ବୋଧହୁଏ ଏହା ଉପରେ ଗବେଷଣା କରୁଥିବା ଲୋକମାନେ ହିଁ ଦେଇ ପାରିବେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *