କେମେଷ୍ଟ୍ରି ଶିକ୍ଷକ ନା ରଙ୍ଗିଲା ଶିକ୍ଷକ ! ପାଠା ପଢେଇବା ବାହାନାରେ ଛାତ୍ରୀଙ୍କ ସହ କରୁଥିଲେ ଏମିତି କାମ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ…

ନମସ୍କାର ବନ୍ଧୁଗଣ ତେବେ ବ୍ୟକ୍ତି ନିର୍ମାଣ ଓ ଚରିତ୍ର ଗଠନ ଦିଗରେ ଶିକ୍ଷାର ବିଶେଷ ଭୂମିକା ରହିଛି । ଶିକ୍ଷା ପରି ଏକ ପବିତ୍ର ଦାନ ସମ୍ଭବତଃ ଦୁନିଆରେ ଆଉ କିଛି ନାହିଁ । ଏହିପରି ଏକ ପବିତ୍ର ବୃତ୍ତିକୁ ଆପଣେଇ ଶିଷ୍ୟ ମନରୁ ଅଜ୍ଞାନ ଅନ୍ଧକାରକୁ ଦୂରେଇ ଦେଇ ପାରୁଥିବା ମହାନ୍‌ ବ୍ୟକ୍ତିବିଶେଷଙ୍କୁ ସମାଜ ‘ଗୁରୁ’ ଭାବରେ ଗ୍ରହଣ କରିଥାଏ । ପିତାମାତାଙ୍କ ପରେ ସେ ସ୍ବତନ୍ତ୍ର ସମ୍ମାନର ଅଧିକାରୀ ହୋଇଥାନ୍ତି ।

ବିନା ଗୁରୁରେ ଜ୍ଞାନଲାଭ କରିବା ଅସମ୍ଭବ । ସୁତରାଂ ମୋକ୍ଷ ରୂପକ ମାର୍ଗ ଦେଖାଉଥିବା ବ୍ୟକ୍ତି ‘ଗୁରୁ’ ହିଁ ଅଟନ୍ତି । ଗୁରୁ ଶିଷ୍ୟ ମନରୁ କେବଳ ଅଜ୍ଞାନତା ନୁହେଁ, ତା’ ଭିତରେ ଥିବା ଅହଂକାର କୁ ମଧ୍ୟ ଦୂର କରନ୍ତି । ଅଜ୍ଞାନତା ହିଁ ସୁଖ-ଦୁଃଖ, ଜୀବନ-ମୃତ୍ୟୁ ମଧ୍ୟରେ ବିଭେଦ ସୃଷ୍ଟି କରିଥାଏ । ମାତ୍ର ମନରୁ ଅଜ୍ଞାନତା ଦୂର ହୋଇଗଲେ ଜୀବନର ବାସ୍ତବ ସତ୍ୟକୁ ଉପଲବ୍ଧି କରିହୁଏ । ଏହାକୁ ଧ୍ୟେୟ କରି ବାଟଚାଲିଲେ ଜୀବନର ଚଲାପଥ ହୁଏ କୁସୁମିତ ।

ସବୁ ବାଧାବିଘ୍ନକୁ ସହିବା ପାଇଁ ମନରେ ଆସେ ଅଦମ୍ୟ ସାହସ । ଏହା ନେପଥ୍ୟରେ ରହିଥାଏ ଗୁରୁଙ୍କ ଅସାମାନ୍ୟ ତ୍ୟାଗ, ଉତ୍ସର୍ଗୀକୃତ ଭାବନା ଓ ଅସୁମାରି ସ୍ନେହପ୍ରେମ । ତେବେ ପ୍ରାଚୀନ ଗୁରୁ-ଶିଷ୍ୟର ମହାନ୍‌ ପରମ୍ପରା ଅତୀତ ଗହ୍ବର ମଧ୍ୟରେ ହଜିଯାଇଥିଲେ ମଧ୍ୟ ସେମାନଙ୍କ ପଦାଙ୍କ ଅନୁସରଣ କରିବା ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ । ଗୁରୁ ତାଙ୍କର ମହନୀୟ ବ୍ୟକ୍ତିତ୍ୱକୁ ବଜାୟ ରଖିବା ସହିତ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ପ୍ରତି ଯଥେଷ୍ଟ ସମ୍ମାନବୋଧ ରଖିଲେ ଯାଇ ଏ ପରମ୍ପରାକୁ ବଜାୟ ରଖି ହେବ ।

ତେବେ କିନ୍ତୁ ଏହି ସମାଜରେ ବର୍ତ୍ତମାନ ଗୁରୁ ଶିଷ୍ୟ ସମ୍ପର୍କ କୁ ମଧ୍ୟ କଳଙ୍କିତ ହୋଇ ସାରିଲାଣି । ତେବେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ର ଜଣେ କେମେଷ୍ଟ୍ରି ଶିକ୍ଷକ ଏହି ଗୁରୁ ଶିଷ୍ୟ ସମ୍ପର୍କ କୁ କଳଙ୍କିତ କରି ସାରିଛନ୍ତି । ତେବେ କେମେଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ ଲ୍ୟାବରେ ପଢ଼ାଇବା ସମୟରେ ବିଭିନ୍ନ ଆଳ ରେ ଛାତ୍ରୀ ମାନଙ୍କ ଶରୀର କୁ ଏବଂ ବିଭିନ୍ନ ଅଙ୍ଗ କୁ ଛୁଇଁବାକୁ ଚେଷ୍ଟା କରିଥାନ୍ତି ।

ତେବେ ଏହି ଘଟଣା ଯେତେବେଳେ ବଢିବାକୁ ଲାଗିଲା ସେତେବେଳେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏବଂ ଅନ୍ୟ ଶିକ୍ଷକ ମାନେ ଅଧକ୍ଷ ଙ୍କ ଠାରେ ଅଭିଯୋଗ କରିଥିଲେ । ଏହା ପରେ ଏକ ବୈଠକ ମଧ୍ୟ ବସା ଯାଇଥିଲା ଏବଂ ପରେ ସେହି ଶିକ୍ଷକ ନିଜର ଇସ୍ତଫା ମଧ୍ୟ ପ୍ରଦାନ କରିଥିଲେ ।

ତେବେ ଏହି ଘଟଣା ପ୍ରକାଶ ହେବା ପରେ ବିଦ୍ୟାଳୟ କୁ ପି ଏ, ଆଇଟିଟିଏ ଶ୍ରୀ ଅଭିମନ୍ୟୁ ମାଝୀ । ଡିସିପିଉ ଶ୍ରୀ ସୁରେଶ ପଟନାୟକ,ବିଦ୍ୟାଳୟ ଅଧକ୍ଷ । ଆଦି ଅନେକ ବଡ଼ ବଡ଼ ବ୍ୟକ୍ତି ଏହି ଅଭିଯୋଗ କୁ ତଦନ୍ତ କରୁଛନ୍ତି ଏବଂ ଦୋଷୀ କୁ ଦଣ୍ଡ କିପରି ଦିଆଯିବ ତାହା ମଧ୍ୟ ବିଚାର କରାଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *