‘ମୁଁ ସୁଭଦ୍ରାକୁ ନିଜ ଝିଅ ଭାବରେ ରଖିବି..ପୋଷ୍ୟ କନ୍ୟା ନୁହେଁ, ବୁଢ଼ୀ ହେବା ଯାଏଁ ତା…’ ସୁଭଦ୍ରାକୁ ଝିଅ ରୂପେ ଗ୍ରହଣ ସୁରେଶ୍ଵରୀ ଯାହା କହିଲେ ଆପଣ ବି କରିବେ ପ୍ରଶଂସା…

ବନ୍ଧୁଗଣ ଆପଣ ମାନେ ବାଲେଶ୍ଵର ଜିଲ୍ଲା ର ସୁଭଦ୍ରାଙ୍କ କାହାଣୀ ତ ନିଶ୍ଚିତ ଭାବରେ ଜାଣିଥିବେ । ସୁଭଦ୍ରା କୁ ପିଲାବେଳୁ ତାଙ୍କ ବାପା ଆଣିଥିଲେ ଏବଂ ଲାଳନ ପାଳନ କରିଥିଲେ । କିନ୍ତୁ ରୋଗଗ୍ରସ୍ତ ହୋଇ ଅଧାରେ ବାପା ତାଙ୍କୁ ଛାଡ଼ି ଚାଲିଗଲେ । ଅଛୁଆଁ ଛୁଆଁ ଭିତ୍ତି ରେ ତାଙ୍କ ପାଖକୁ କେହି ଆସୁ ନାହାନ୍ତି । ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ଙ୍କୁ ଏଭଳି କିଛି ଚିଠି ଲେଖିଥିଲେ । ସୁଭଦ୍ରା ବର୍ତ୍ତମାନ ନବମ ଶ୍ରେଣୀ ରେ ପାଠ ପଢୁଛନ୍ତି ।

ପାଠ ପଢ଼ା ସହିତ ଘରର ସମସ୍ତ କାମ ମଧ୍ୟ କରୁଛନ୍ତି । ତାଙ୍କ ସାହା ହେଉଛି କେବଳ ତାଙ୍କର ବିଧବା ମାଆ । ସୁଭଦ୍ରା କାହାଠାରୁ ସାହାଯ୍ୟ ନପାଇ ଶେଷରେ ମୁଖ୍ୟମନ୍ତ୍ରୀ ଙ୍କୁ ଏଭଳି ଚିଠି ଲେଖିଥିଲେ । ତେବେ ଏହି ଖବର ମିଳିବା ପରେ ଅନେକ ସ୍ୱଚ୍ଛସେବୀ ସଙ୍ଗଠନ ଏବଂ ପ୍ରଶାସନ ଗୁଡ଼ିକ ତରଫରୁ ତାଙ୍କୁ ସାହାଯ୍ୟ ମଧ୍ୟ ମିଳି ସାରିଛି ।

ବର୍ତ୍ତମାନ ସୁଭଦ୍ରା ହେଉଛନ୍ତି ଓଡ଼ିଶା ର ଜଣେ ଚର୍ଚ୍ଚିତ ଚେହେରା । ଅଭିନେତ୍ରୀ ସୋନାକ୍ଷୀ ମଧ୍ୟ ତାଙ୍କୁ ନିଜ ଭଉଣୀ ବୋଲି ଆଖ୍ୟା ଦେଇ ଗ୍ରହଣ କରିଥିଲେ । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସମାଜସେବୀ ସୁରେଶ୍ୱରୀ ସୁଭଦ୍ରା ଙ୍କୁ ନିଜ ଝିଅ ରୂପରେ ଗ୍ରହଣ କରିଛନ୍ତି ।

ସେ କହିଛନ୍ତି ଯେ, ଯେତେବେଳେ ସେ ଏହି ନ୍ୟୁଜ ଟି କୁ ଦେଖିଥିଲେ ସେତେବେଳେ ହିଁ ସେ ଚାହିଁଥିଲେ ଯେ ସୁଭଦ୍ରା କୁ ଝିଅ ରୂପରେ ଗ୍ରହଣ କରିବେ ବୋଲି ଏବଂ ସେ ସମ୍ପୂର୍ଣ୍ଣ ରୂପରେ ବୁଢ଼ୀ ହେବା ପର୍ଯ୍ୟନ୍ତ ତା’ର ସବୁ ଦାୟିତ୍ବ ଗ୍ରହଣ କରିବେ । ସେ ତାକୁ ଝିଅ ହିଁ କରିଛନ୍ତି ପୋଷ୍ୟ କନ୍ୟା ନୁହେଁ ।

ସୁଭଦ୍ରା ର ପାଠପଢ଼ା ଠାରୁ ନେଇ ବାହାଘର ଖର୍ଚ୍ଚ ସବୁ ସେ ତୁଲାଇବେ । ଯେତେ ଯାହା ହୋଇଯାଉ ସେ ବିବାହ ପର୍ଯ୍ୟନ୍ତ ତା’ର ସବୁ ଖର୍ଚ୍ଚ ଉଠାଇବେ ଏବଂ ତାକୁ ନିଜ ଝିଅ ଭଳି ପାଳିବେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *