ଆଙ୍ଗୁଠି ଝିମିଝିମି ବା କାଲୁଆ ଲାଗୁଛି କି ? ହୋଇପାରେ କାର୍ପେଲ ଟନଲ ସିଣ୍ଡ୍ରୋମ୍‌…ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Rajendra Sahoo

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ପୁଣି ଥରେ ନେଇ ଆସିଛୁ ଏକ ନୂତନ ହେଲଦ୍ ଟିପ୍ସ । କାର୍ପେଲ ସିଣ୍ଡ୍ରୋମ ହେଉଛି ଏକ ପ୍ରକାର ସ୍ନାୟୁ ଜନିତ ସମସ୍ୟା । ଏହା ଯୋଗୁଁ କଚୋଟି, ଆଙ୍ଗୁଠିରେ ଝିମ୍ ଝିମ୍ ହେବା, ହାତ ଆଙ୍ଗୁଠି ଗୁଡିକ କାଲୁଆ ପଡ଼ିଯିବା ଭଳି ଦେଖା ଯାଇଥାଏ । ଏଥିରେ ବିଭିନ୍ନ ପ୍ରକାରର ସ୍ନାୟୁ ଯନ୍ତ୍ରଣା ହେବାର ଦେଖାଯାଇଥାଏ । ତେବେ ଆସନ୍ତୁ ବନ୍ଧୁଗଣ ଏହି କାର୍ପେଲ୍ ଟନଲ ସିଣ୍ଡ୍ରୋମ ବିଷୟରେ ଡକ୍ଟର ରାଜେନ୍ଦ୍ର ସାହୁ ଙ୍କଠାରୁ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା ।


ତେବେ କାର୍ପେଲ ଟନଲ ସିଣ୍ଡ୍ରୋମ ର ଯଦି ଲକ୍ଷଣ ଗୁଡିକୁ ଦେଖିବା, ତେବେ ଏହା ହାତ ଆଙ୍ଗୁଠି ମାନଙ୍କରେ ପ୍ରଥମେ ଝିମ ଝିମ ହେବାରୁ ଦେଖାଯାଇଥାଏ । ହାତର କଚୋଟି ଗୁଡିକ ରେ ଯନ୍ତ୍ରଣା ହେଲା ଭଳି ଲାଗିବା, ତାହାଛଡା ହାତରେ ଅଧିକ ମାତ୍ରାରେ ଦୁର୍ବଳତା ର ଅନୁଭବ ମଧ୍ୟ ହୋଇଥାଏ । ତେବେ ଅଧିକ ସମୟ ଧରି କାମ କରିବା ଦ୍ଵାରା କିମ୍ବା ଶରୀରରେ କ୍ୟାଲସିୟମ ର ଅଭାବ ଦେଖାଦେଲେ ବ୍ୟକ୍ତିର ଶରୀରରେ କାର୍ପେଲ ଟନଲ ସିଣ୍ଡ୍ରୋମ ଜନିତ ସମସ୍ଯା ସୃଷ୍ଟି ହୋଇଥାଏ ।

କିଛି କ୍ଷେତ୍ରରେ ଅଧିକ ସମୟ ଧରି କମ୍ପୁଟରରେ କାମ କରିବା ଦ୍ଵାରା ମଧ୍ୟ ହାତ ଗୁଡିକର ସ୍ନାୟୁ ଠିକ ଭାବରେ କମ କରିବା ବନ୍ଦ କରି ଦେଇଥାଏ । ତେବେ ସେହି ସମୟରେ ମଧ୍ୟ ହାତ ଗୁଡିକ ଝିମ ଝିମ ହେବାର ଦେଖା ଯାଇଥାଏ । ବନ୍ଧୁଗଣ ଶରୀରର ସମସ୍ତ ସ୍ନାୟୁ ମାନଙ୍କରେ ଏହି ପ୍ରକାରର ସମସ୍ଯା ଦେଖିବାକୁ ମିଳେ । କିନ୍ତୁ ସାଧାରଣତଃ ହାତର କଚୋଟି ମାନଙ୍କରେ ଏହା ଅଧିକ ତର ଦେଖାଦିଏ ।

ବନ୍ଧୁଗଣ ତାହାଛଡା ଏହା ପ୍ରାୟତଃ ମହିଳା ମାନଙ୍କ ଠାରେ ବା ଡାଇବେଟିସ ରୋଗୀ ହୋଇଗଲା କିମ୍ବା ଥାଇରଡ ରୋଗୀ ମାନଙ୍କ ଠାରେ ମଧ୍ୟ କାର୍ପେଲ ଟନଲ ସିଣ୍ଡ୍ରୋମ ଜନିତ ସମସ୍ଯା ଦେଖିବାକୁ ମିଳିଥାଏ । ତାହାଛଡା ଏହା ମହିଳା ମାନେ ଗର୍ଭ ଧାରଣ କରିଥବା ସମୟରେ ଅଧିକତର ହେବାର ଦେଖା ଯାଇଥାଏ । ବନ୍ଧୁଗଣ ଯଦି ବେକର ମୂଳରେ କୌଣସି ସ୍ଥାନରେ ସ୍ନାୟୁ ଚାପି ହୋଇଯାଇଥାଏ, ତେବେ ମଧ୍ୟ ସେହି ଯନ୍ତ୍ରଣାଟି ବେକରୁ ହୋଇ ଆଙ୍ଗୁଳି ପର୍ଯ୍ୟନ୍ତ ଆସିଥାଏ ।

ଯାହାଫଳରେ ଆଙ୍ଗୁଳି ଝିମ ଝିମ ହେବା ଆରମ୍ଭ ହୋଇଥାଏ । ଏହି ଭଳି ସମସ୍ଯା ଦେଖାଦେଲେ ଅବହେଳା ନ କରି ଡାକ୍ତର ଙ୍କର ପରମର୍ଶ ନେବା ଉଚିତ୍ । ତେବେ ଯାଇ ଡକ୍ଟର ଅଲ୍ଟ୍ରାସାଉଣ୍ଡ କରି ଏହାର କାରଣ ଓ ପ୍ରତିକାର ପାଇଁ ଆପଣଙ୍କୁ ଯଥୌଚିତ୍ ଔଷଧ ଦେଇ ଚିକିତ୍ସା ଆରମ୍ଭ କରିବେ । ତେବେ ଆପଣ ସାଧାରଣତଃ ଘରେ ଏହାର ଉପଚାର ପାଇଁ ଅର୍ଥାତ ଘରେ ଏହି ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଆପନ ନିଜ ହାତରେ ସ୍ପିଲ୍ଟ ବ୍ଯାନ୍ଡ ବାନ୍ଧି ରଖିପାରନ୍ତି ।

ତାହା ଛଡା ଆପଣଙ୍କୁ ଏହାର ଔଷଧ ମଧ୍ୟ ନିୟମିତ ନେବା ଉଚିତ୍ । ତାହାସହ ଯେଉଁ କାରଣରୁ ଏହି ସମସ୍ଯାଟି ଦେଖା ଦେଉଛି, ସେହି କାରଣ ମାନଙ୍କରୁ ମଧ୍ୟ ନିଜକୁ ରକ୍ଷା କରିବା ଉଚିତ । ତାହାଛଡା ଏହି ଯନ୍ତ୍ରଣା ସ୍ଥାନରେ ଲଗାଇବା ପାଇଁ କିଛି ଜେଲ ମଧ୍ୟ ରହିଛି, ଯାହାର ନିୟମିତ ବ୍ୟବହାର ମଧ୍ୟ ଆପଣ କରି ପାରନ୍ତି ।

ଦ୍ଵିତୀୟତଃ କିଛି କ୍ଷେତ୍ରରେ ସର୍ଜରୀ ମଧ୍ୟ କରାଯାଇଥାଏ । ଯାହାଦ୍ୱାରା କି କଚୋତି ପାଖରେ ଯେଉଁ ପରଦାଟି ସ୍ନାୟୁ ପାଖରେ ପଡି ଯାଇଥାଏ, ତାହାକୁ କାଟି ଦେବା ପରେ ରକ୍ତ ଯାତାୟାତ ରେ କୌଣସି ବାଧା ଦେଖା ଦେଇନଥାଏ । ସାଧାରଣତଃ ଏହି ସର୍ଜରୀ ପରେ ରୋଗୀ ପ୍ରାୟ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ପୁନଃ କୌଣସି ଏହି ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇନଥାଏ ।

ସାଧାରଣତଃ ଲୋକ ମାନେ ଏପରି ଆଙ୍ଗୁଳିରେ ଯନ୍ତ୍ରଣା ଦେଖା ଦେଲେ, ସେମାନେ ଏହାକୁ ଥଣ୍ଡାର କାରଣ କହି ହେଳା କରି ଦେଇଥାନ୍ତି । କିନ୍ତୁ ଯଦି ଆପଣ ଏଭଳି କୌଣସି ସମସ୍ଯା ର ସମ୍ମୁଖୀନ ହେଉଛନ୍ତି, ତେବେ ହେଲା ନକରି ନିଶ୍ଚୟ ଡକ୍ଟର ଙ୍କ ସହ ପରାମର୍ଶ କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *