ମୋ ବାପା ଚଳନ୍ତି ଠାକୁର ! ଦେଖନ୍ତୁ ଅକାତ କାତ ପାଣିଲେ ନିଜ 2 ପିଲାଙ୍କୁ ବଞ୍ଚେଇବା ପାଇଁ ବାପା କେମିତି କରୁଛି ସଂଘର୍ଷ ଦେଖିଲେ ଲୋମ ଟାଙ୍କୁରି ଉଠିବ…

ନମସ୍କାର ବନ୍ଧୁଗଣ ତେବେ ତେବେ କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି । ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।


ତେବେ ଏହିଭଳି ଏକ ଘଟଣା ର ଲାଇଭ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଦେଖିବା ପରେ ଆପଣ ଙ୍କର ଛାତି ଥରି ଉଠିବ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ । ନିଆଁ ଆଉ ପାଣି । ତା ପାଖରେ ସମସ୍ତେ ତୁଚ୍ଛ । କିନ୍ତୁ ଭଲପାଇବା ଆଗରେ ଏମାନେ ଶକ୍ତିହୀନ ହୁଅନ୍ତି । ହୁଏତ ଏ କଥା କେହି ବୁଝିବେନି ।

କିନ୍ତୁ ଆମେ ଯେଉଁ ଘଟଣା ସମ୍ବଳିତ ଭିଡିଓଟି ପାଇଛୁ ତାହାକୁ ଦେଖିଲା ପରେ ଆପଣ ହୁଏତ ଆମ କଥାକୁ ବିଶ୍ବାସ କରିବେ । ଗୋଟିଏ ଭରା ନଈରୁ ବାପଟିଏ ନିଜ ଦୁଇ ପିଲାଙ୍କୁ ଉଦ୍ଧାର କରି ଆଣିବାର ଦୃଶ୍ୟ ସତରେ ଯେତିକି ଭୟଙ୍କର ସେତିକି ରୋମାଞ୍ଚକର । ତେବେ କେବେ ଅଭିମାନ, ତ କେବେ ସ୍ବାଭୀମାନ । କେବେ ଆକାଶ ତ କେବେ ମାଟିଠୁ ମହାନ୍ ।

ଇଏ ସେଇ, ଯାହା କାନ୍ଧରେ ମୁଁ ଯାତରା ଦେଖେ ଇଏ ସେଇ ଯାହା ପିଠିରେ ମୁଁ ଘୋଡାରେ ବସେ । ଇଏ ସେଇ ଯାହାକୁ କୁଣ୍ଢାଇବାକୁ ଡର ଲାଗେ ମତେ । ତଥାପି ମା’ ମାଟି, ବାପା ଆକାଶ ବାପା ଥିଲେ ମୁଁ ଫୁ କରେ ସହସ୍ର ବତାସ । ତେବେ ଏହା ଗୋଟେ କବିର କବିତା ହେଇପାରେ । ହେଇପାରେ କାହାର ନିଜସ୍ବ ଓ ବ୍ୟକ୍ତିଗତ ଭାବାନ୍ତର । କିନ୍ତୁ ଆପଣଙ୍କ ସମ୍ମୁଖରେ ଥିବା ଏ ଦୃଶ୍ୟ ପାଇଁ ଏ କବିତାଟି ହିଁ ପ୍ରଯୁଜ୍ୟ ବୋଲି କୁହା ଯାଇପାରେ ।


ନଦୀର ଧର୍ମ ବୁହାଇନେବା । ସେ ବୁଝେନା ସମ୍ପର୍କ, ସେ ବୁଝେନା ଆବେଗ । କିନ୍ତୁ ବାପା ବୁଝନ୍ତି, ପିତୃତ୍ବର ଅର୍ଥ । ବାପା ବୁଝନ୍ତି ତାଙ୍କ ଜୀବନଠୁ ବଡ଼ ତାଙ୍କ ଆତ୍ମଜମାନଙ୍କ ଜୀବନ ।
ସେଇଥିପାଇଁ, ଏ ବଢିଲା ନଈର ପ୍ରଚଣ୍ଡ ସୁଅରେ ଡେଇଁ ପଡିଛନ୍ତି ବାପା । ଭାସି ଯାଉଥିବା ପିଲା ଯୋଡିଙ୍କ ପାଇଁ ମୃତ୍ୟୁର ଫାଶକୁ ଆଲିଙ୍ଗନ କରିଛନ୍ତି, ମୁହୂର୍ତ୍ତେ ପାଇଁ । ନିଜର ଦୁଇ ପ୍ରଲମ୍ବିତ ଭୂଜରେ ଆବୋରି ନେଇଛନ୍ତି ପିଲା ଦୁହିଁଙ୍କୁ ।

ଆଲିଙ୍ଗିତ ମୃତ୍ୟୁ ତାଙ୍କ ପାଖରେ ହାର ମାନିଛି । ପିତାର କର୍ତ୍ତବ୍ୟ ଦେଖି ଯମ ବି ଦଉଡି ଫେଇଛି । ବାପାଙ୍କ ସହ ପୁଅ ହଳକ, ମୃତ୍ୟୁର ଜଳରୁ, ଜୀବନକୁ ଛାଣି ହୋଇ ଆସିଛନ୍ତି । ତେବେ ବାପା ନଥିଲେ କଣ ହୋଇଥାନ୍ତା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *