ଶ୍ରୀ ମନ୍ଦିରରୁ ଖସିଲା ପଥର, ଓଡ଼ିଶାକୁ ଆସୁଛି କି କିଛି ବଡ ବିପଦ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ହୁଏତ ଲାଗୁଛି କଳିଯୁଗ ର ଅନ୍ତ ଘଟିବାର ସମୟ ଆସିଲାଣି । ବର୍ତ୍ତମାନ ମାଡ଼ି ଆସୁଛି କି ଘୋର ବିପତ୍ତି? ବଡ଼ ଦେଉଳରୁ ପଥର ଖସିବା ନେଇ ମାଳିକାରେ ଉଲ୍ଲେଖ ଭବିଷ୍ୟବାଣୀ ଥିବା ବେଳେ ଏଥର ପଥର ଖସିଛି ରତ୍ନ ସିଂହାସନ ଉପରେ । ପଥର ଖସି ପଡିଛି ଶ୍ରୀ ଜଗନ୍ନାଥଙ୍କ ଉପରେ!ପୁରୀ ଶ୍ରୀମନ୍ଦିରରେ ଘଟିଯାଇଛି ଏହି ବଡ଼ ଅଘଟଣ । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସି ପଡ଼ିଥିବା ।


ତେବେ ପୁରୀ ଶ୍ରୀମନ୍ଦିରରେ ଘଟିଯାଇଛି ଏକ ବଡ଼ ଅଘଟଣ । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା ଚାଲିଛି । ଏହି ପଥର ଖଣ୍ଡକୁ ଶ୍ରୀମନ୍ଦିର ଗାରଦରେ ଜବତ କରି ରଖାଯାଇଛି । ତେବେ ବଡ଼ ଠାକୁରଙ୍କ ପଛ ପରିକ୍ରମାରେ ଏହି ଖଣ୍ଡ ପଡ଼ିଥିବା ସୂଚନା ମିଳିଛି । ସୌଭାଗ୍ୟବଶତଃ ଏହା ଦ୍ୱାରା ବଡ଼ ଠାକୁରଙ୍କ ଶ୍ରୀଅଙ୍ଗ କିନ୍ତୁ ସୁରକ୍ଷିତ ରହିଛି ।

ମିଳିଥିବା ସୂଚନା ଅନୁସାେ. ଗର୍ଭଗୃହ ରତ୍ନବେଦିରେ ବଡ଼ଠାକୁର ବସିଥିବା ପଛପଟ ପରିକ୍ରମା ମାର୍ଗରୁ ମଙ୍ଗଳବାର ପ୍ରାୟ ୧୧ଟା ସମୟରେ ଏହି ପଥର ଠାବ କରାଯାଇଥିଲା । ଏହାର ଓଜନ ଦେଢ଼ କିଲୋ ହେବ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ଗଳିପଡ଼ିଥିବା ଖଣ୍ଡ ପଥର ନୁହେଁ ବୋଲି ପ୍ରଶାସନ ଦାବି କରିଛି । ଏହା ଏକ ଚୂନ ଖଣ୍ଡ ହୋଇପାରେ ।

ଯୁକ୍ତିରେ ଦର୍ଶାଯାଇଛି ଯେ, ଶ୍ରୀମନ୍ଦିର ଗର୍ଭଗୃହ କାନ୍ଥ ପଥରରେ ନିର୍ମିତ ହୋଇଛି । ଗର୍ଭଗୃହ କାନ୍ଥରେ ପଥର ଖଣ୍ଡ ଯୋଡ଼ା ଯାଇଛି । ଗର୍ଭଗୃହ ଉପରେ ଶ୍ରୀମନ୍ଦିର ପ୍ରଥମ ମହଲା ନିବୁଜ ରହିଛି । ଗର୍ଭଗୃହର ପ୍ରଥମ ମହଲା ସମ୍ପୂର୍ଣ୍ଣ ପଥର ଖଣ୍ଡରେ ନିର୍ମିତ ହୋଇଛି । ଏହା ସହ ଗର୍ଭଗୃହରେ କୌଣସି ସ୍ଥାନରେ ଚୂନ କିମ୍ବା ପଥର ଲାଗିନାହିଁ ।


ଏହି ସବୁ ସ୍ଥାନରେ ଚୂନ ଲାଗି ନଥିବାରୁ ଚୂନ ଖଣ୍ଡ କେଉଁଠୁ ଆସିଲା ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସାମ୍ନାକୁ ଆସି ଘଟଣାର ସତ କହିଛନ୍ତି । ପଥର ନୁହେଁ, ତାହା ପ୍ଲାଷ୍ଟ ବୋଲି କହିଛନ୍ତି ଜିଲ୍ଲାପାଳ । ତାଙ୍କ କହିବା ମୁତାବକ, ‘ଆଜି ଦେଉଳ କମାଣ୍ଡର ରିପୋର୍ଟ ଦାଖଲ କରିବେ । ଏଏସଆଇକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ’


ତେବେ ପ୍ରାୟ ଦେଢ଼ କିଲୋଗ୍ରାମ ଓଜନର ପ୍ଲାଷ୍ଟର ଖସିଥିବା ସୂଚନା ମିଳିଛି । ଗର୍ଭଗୃହ ରତ୍ନବେଦିରେ ବଡ଼ଠାକୁର ବସିଥିବା ପଛପଟ ପରିକ୍ରମା ମାର୍ଗରୁ ମଙ୍ଗଳବାର ପ୍ରାୟ ୧୧ଟା ସମୟରେ ଏହି ପଥର ଠାବ କରା ଯାଇଥିଲା । ଅନ୍ୟପଟେ ଗଳି ପଡ଼ିଥିବା ଖଣ୍ଡ ପଥର ନୁହେଁ ବୋଲି ପ୍ରଶାସନ ଦାବି କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *