ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ପପୁ ପମ୍ ପମ ଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରୀ ର ବହୁତ ଜଣାସୁଣା ଅଭିନେତା ହେବା ସହ ବହୁତ ଲୋକପ୍ରିୟ ହାସଲ ମଧ୍ୟ କରି ସାରିଛନ୍ତି । ତେବେ ସେ ହାସ୍ୟ ଅଭିନେତା ଭାବରେ ସୁପରିଚିତ ଅଟନ୍ତି ତାଙ୍କୁ ଛୋଟ ପିଲା ରୁ ଆରମ୍ଭ କରି ବୟସ୍କ ଲୋକ ମାନେ ବି ତାଙ୍କୁ ହାସ୍ୟ ଅଭିନେତା ଭାବରେ ବହୁତ ଭଲ ଭାବରେ ଜାଣନ୍ତି ।
ତେବେ ବର୍ତ୍ତମାନ ସେ କେବଳ କମେଡିୟାନ ନୁହନ୍ତି ସେ ସିନେମା ରେ ଭଲ ହିରୋ ଓ ଡିରେକ୍ସନ୍, ପ୍ରଡୁସର୍ ସବୁଥିରେ ନିଜର ଭଲ ଦକ୍ଷତା ଦେଖେଇ ସାରିଛନ୍ତି ପପୁ ପମ୍ ପମ୍ । ଏଭଳି ବି ନିଜେ ମ୍ୟୁଜିକ୍ ଡିରେକ୍ଟର ଭାବରେ ମଧ୍ୟ ନିଜର ନାଁ କୁ କମେଇ ସାରିଛନ୍ତି । ସେ ସୁନ୍ଦର ଗୀତ ଗାଇ ମଧ୍ୟ ଦର୍ଶକ ମାନଙ୍କ ମନ କୁ ନିଜର କରି ସାରିଛନ୍ତି । ତେବେ ତାଙ୍କୁ ନେଇ ଏମିତି କିଛି ଖବର ଆସି ଥିଲା ପପୁ ପମ ପମ ଙ୍କ ବିରୋଦ୍ଧରେ ଯାହା ବହୁତ ଦିନ ଧରି ଲୁଚି ଯାଇଥିଲେ ଅଭିନୟ ପରଦା ରୁ ।
ତେବେ ୨୦୧୬ କାଷ୍ଟିଂ କାଉଚ୍ ମାମଲାରେ କମେଡି କିଙ୍ଗ ପପୁ ପମପମଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ତତ୍ୱ ପ୍ରକାଶ ଶତପଥୀ ଓରଫ ପପୁ । ତାଙ୍କ ବିରୋଧରେ ମିଡିଆ ଟ୍ରାଏଲ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । କିଛି ଭୁଲ ନକରି ମଧ୍ୟ ସେ ୪୩ ଦିନ ଜେଲରେ ରହିିଲେ ।
ନାବାଳିକା ତାଙ୍କ ନାଁରେ ସିଧା ଅଭିଯୋଗ କରିନଥିଲେ । ବରଂ ନାବାଳିକାଙ୍କଠାରୁ ସାଦା କାଗଜରେ ଦସ୍ତଖତ ନିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଏବେ ସେହି ସବୁ କଥାକୁ ନାବାଳିକା ନିଜେ ମାନିଥିବା କହିଛନ୍ତି ପପୁ । ତେବେ ଆସନ୍ତୁ ଜାଣିବା କ’ଣ ହୋଇ ଥିଲା ତାଙ୍କ ସହ ଓ ସେ ଅଭିଯୋଗ ଦେଇଥିବା ନାବାଳିକା ଜଣଙ୍କ କିଏ ଆଉ ସିଏ କ’ଣ ପାଇଁ ଅଭିଯୋଗ ଆଣିଲେ ପପୁ ପମ ପମ ଙ୍କ ନାଁ ରେ । ଏହି ନାବାଳିକା ଜଣଙ୍କ ତାଙ୍କ ଘର ପାଖ ରୁ ।
ସେ ସବୁବେଳେ ପପୁ ପମ ପମ ଙ୍କ ସହ ଦେଖା କରୁଥିଲା ଯେହେତୁ ପପୁ ପମ ପମ ଜଣେ ହାସ୍ୟ ଅଭିନେତା ତେଣୁ ତାଙ୍କ ସହ ସେ ଝିଅ ଟି ଫୋଟ ଉଠାଏ । ଆଉ ସେ ଅଭିନୟ କରିବାକୁ ଚାହୁଁଥିଲା ତେଣୁ ସେ ସବୁବେଳେ ଅନୁରୋଧ କରେ ପପୁ ପମ ପମ ଙ୍କୁ । ଯେହେତୁ ଝିଅ ଟି ଦଶମ ଶ୍ରେଣୀ ରେ ପଢୁ ଥିଲା ତେଣୁ ପପୁ ପମ ପମ ତାଙ୍କୁ କହୁଥିଲେ କି ତୋର ଦଶମ ସରିଗଲେ ଭଲ ରେଜଲ୍ଟ ରଖିଲେ ତାଙ୍କୁ ଗୋଟେ ଭଲ ରୋଲ ଦେବେ ବୋଲି ।
ଏହି କଥା ସେହି ଝିଅ ର ମାଆ ବାପା ବି ଜାଣିଛନ୍ତି । କିନ୍ତୁ ହଠାତ୍ କ’ଣ ହେଲା କେଜାଣି ଏକ ଚ୍ୟାନେଲ ରେ ମୁହଁ ରେ କଳା କନା ବାନ୍ଧି କି କହିଲେ ଆଉ ପରେ ଏ ଝିଅ ବି ଅନ୍ୟ ଏକ ଚ୍ୟାନେଲ୍ ମନ ଇଚ୍ଛା କହିଲା ଏ ବିଷୟ୍ ରେ ପପୁ ପମ ପମ କିଛି ଜାଣି ନଥିଲେ । ତେବେ ଏହି ବିଷୟରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।