ଫେରାର ହୋଇଗଲେ Software Engineer ଶ୍ଵେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ? CCTV ଫୁଟେଜରେ ସାଂଘାତିକ ତଥ୍ୟ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଶ୍ୱେତା ଙ୍କ ବଏଫ୍ରେଣ୍ଡ ସୌମ୍ୟଜିତ ଙ୍କ ଘର ଆଗର ସିସିଟିଭି ଫୁଟେଜ ଓଟିଭି ର ହସ୍ତଗତ ହୋଇଛି । ଗତକାଲି ରାତି ୧୦:୧୭ ବେଳେ ସୌମ୍ୟଜିତ ଙ୍କ ଘରୁ ଦୁଇ ଜଣ ବ୍ୟକ୍ତି ବାଇକ ରେ କୁଆଡ଼େ ବାହାରି ଯାଇଥିଲେ । ପରେ ବାଇକ ରେ କେବଳ ଜଣେ ଫେରିଥିଲେ । ତେବେ ସୌମ୍ୟଜିତ ଙ୍କ ଘରୁ କିଏ ସେହି ଦୁଇ ଜଣ ଯିଏ ବାହାରକୁ ଯାଇଥିଲେ ଏବଂ କାହାକୁ ଛାଡ଼ି ଅନ୍ୟ ବ୍ୟକ୍ତି ଜଣକ ଫେରିଥିଲେ ତାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି ।

କାଲି ରାତି ରେ ପରିବାର ଲୋକେ ସୌମ୍ୟଜିତ ଙ୍କୁ ଫେରାର କରାଇଥିବା ଚର୍ଚ୍ଚା ହେଉଛି । ତେବେ ଏ ନେଇ ସଠିକ ତଥ୍ୟ ମିଳିନାହିଁ । ଏହି ପ୍ରସଙ୍ଗ ରେ ସୌମ୍ୟଜିତ ଙ୍କ ପରିବାର ପକ୍ଷ ରୁ କେହି ମୁହଁ ଖୋଲୁ ନାହାନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ରେ ମିଡିଆ ଯେତେବେଳେ ସୌମ୍ୟଜିତ ଙ୍କ ପରିବାର ସଦସ୍ୟ ଙ୍କ ପ୍ରତିକ୍ରିୟା ନେବା ପାଇଁ ଆସିଥିଲା ସେଦିନ ତାଙ୍କ ଘର ଲୋକେ ଅକ୍ପ କବାଟ ଖୋଲିଥିଲେ ଓ ହଠାତ ବନ୍ଦ କରିଦେଲେ ଏବଂ କହିଲେ ଯେ, ଆମର କୌଣସି ପ୍ରକାର ପ୍ରତିକ୍ରିୟା ଦେବାର ନାହିଁ ।

ଏପରିକି ତାଙ୍କୁ ଟେଲିଫୋନ ରେ ଯୋଗାଯୋଗ କରିବା ପରେ ତାଙ୍କ ନାଁ ପଚାରିବା ପୂର୍ବରୁ ରଙ୍ଗ ନମ୍ବର କହି ଫୋନ କାଟି ଦେଇଥିଲେ । ଏହାପରେ ଆଜି ସକାଳେ ଯେତେବେଳେ ତାଙ୍କ ଘରକୁ ଯାଇଥିଲେ ସେତେବେଳେ ଘର ଭିତରୁ ଜଣେ କେହି ମହିଳା ବାହାରକୁ ଆସି କହିଲେ ଯେ, ଘରେ କେହି ନାହାନ୍ତି ବୋଲି ।

କିଛି ସମୟ ପରେ ଘରୁ ପରିବାର ଲୋକେ ବହାରକୁ ବାହାରି ଥିଲେ ଏବଂ କିଛି କହିବା ପାଇଁ ସମ୍ପୂର୍ଣ୍ଣ ରୂପରେ ମନା କରି ଦେଇଥିଲେ ଏବଂ କହିଥିଲେ ଯେ, ସେ କୌଣସି କାମ ରେ ବହାରକୁ ଯାଉଛନ୍ତି ସେମାନେ ସ୍ଵୟଂ ପ୍ରତିକ୍ରିୟା ରଖିବା ବେଳେ ମିଡିଆ କୁ ଡକାଇବେ । ତେବେ ମିଡିଆ ସୌମ୍ୟଜିତ ଙ୍କ କିଛି ପଡ଼ୋଶୀ ଙ୍କ ପ୍ରତିକ୍ରିୟା ମଧ୍ୟ ନେଇଛି । ଯେଉଁଥିରେ ତାଙ୍କ ପଡ଼ୋଶୀ ମାନେ କହିଛନ୍ତି ଯେ, ସୌମ୍ୟଜିତ ଙ୍କ ପରିବାର ନାଁ ରେ ପୁର୍ବରୁ ତିନି ଥର ଏଫଆଇଆର ଦିଆ ସରିଛି ।

ସେମାନେ କେବେବି ପଡ଼ୋଶୀ ମାନଙ୍କ ସହିତ ଭଲ ସଂପର୍କ ରଖି ନାହାନ୍ତି । ପ୍ରାୟ ସମୟ ଝଗଡା ହିଁ କରନ୍ତି । ଯଦିଓ ତାଙ୍କ ପଡ଼ୋଶୀ ଶ୍ୱେତା ଙ୍କ କେସ ସମ୍ବନ୍ଧରେ କିଛି ଜାଣି ନାହାନ୍ତି କିନ୍ତୁ ଏହା କହିଛନ୍ତି ଯେ, ସୌମ୍ୟଜିତ ଙ୍କ ପରିବାର ପଇସା ଲୋଭୀ ଅଟନ୍ତି । ହୋଇପାରେ ସେମାନେ ଯୌତୁକ ମାଗିଥାଇ ପାରନ୍ତି ।

ତେବେ ପଡୋଶୀ ମାନଙ୍କ ଠାରୁ ଏଭଳି ଅଭିଯୋଗ ଶୁଣିବା ପରେ ସନ୍ଦେହ ର ଦୃଷ୍ଟି ନିଶ୍ଚିତ ଭାବରେ ସୌମ୍ୟଜିତ ଙ୍କ ପରିବାର ଆଡ଼କୁ ଯାଉଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *