ଏତେ ଦିନ ପରେ ମୁହଁ ଖୋଲିଲେ ତପସ୍ୱିନୀ, କହିଲେ ‘ଖବରଦାର ,ମୋ ନାଁକୁ ବ୍ୟାଡ଼ଲି ବ୍ୟବହାର କରନି, ନହେଲେ ମୁଁ…’ ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ତ ଜାଣିଥିବେ ଯେ, ନିଜର କୁନି ପୁଅ କୁ ଧରି ନ୍ୟାୟ ପାଇବା ଆଶାରେ ଧାରଣାରେ ବସିଛନ୍ତି ଦୀପିକା । ଦୀପିକା ଙ୍କୁ ଦିନେଶ ଆପଣାଇବାକୁ ନାରାଜ ଅଛନ୍ତି । ଏପଟେ କିନ୍ତୁ ଦୀପିକା ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ତେବେ କିଛି ମାସ ତଳେ ବ୍ରହ୍ମପୁର ର ଝିଅ ତପସ୍ୱିନୀ ମଧ୍ୟ ନ୍ୟାୟ ପାଇବା ନିମନ୍ତେ ଏଭଳି ଧାରଣା ରେ ବସିଥିଲେ । ବର୍ତ୍ତମାନ ଦୀପିକା ମଧ୍ୟ ନ୍ୟାୟ ପାଇବା ପାଇଁ ନିଜ ସ୍ୱାମୀ ଦିନେଶ ଙ୍କ ଘର ସାମ୍ନା ରେ ଧାରଣା ଦେଇ ବସିଛନ୍ତି ।

ତେବେ ଏହାକୁ ନେଇ ଦିନେଶ ଙ୍କ ଆଡଭୋକେଟ ଏହା କହିଛନ୍ତି ଯେ, ଦୀପିକା ତପସ୍ୱିନୀ ଙ୍କ ଠାରୁ ଶିଖି ଏଭଳି କରୁଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ସ୍ୱୟଂ ତପସ୍ୱିନୀ । ତେବେ ଏହି ମାମଲା ବାବଦ ରେ କଣ କହିଛନ୍ତି ତପସ୍ୱିନୀ ଆସନ୍ତୁ ସେହି ସମ୍ବନ୍ଧରେ ଜାଣିବା ।

ତେବେ ଦୀପିକା ଏବଂ ଦିନେଶ ଙ୍କ ମାମଲାରେ ଯେତେବେଳେ ତପସ୍ୱିନୀ ଙ୍କୁ ଦିନେଶ ଙ୍କ ଆଡଭୋକେଟ ଆକ୍ଷେପ କରି କହିଛନ୍ତି ଯେ, ତାଙ୍କୁ ଠାରୁ ଶିଖି ଦୀପିକା ଏଭଳି ପଦକ୍ଷେପ ନେଇଛନ୍ତି । ଏହାକୁ ନେଇ ତପସ୍ୱିନୀ କହିଛନ୍ତି ଯେ, ତାଙ୍କ ବିଷୟରେ ଏଭଳି କଥା କହିବାକୁ କାହାର ବି ହକ୍ ନାହିଁ । ଏହା ସହିତ ସେ କହିଛନ୍ତି ଯେ, ସେ ତାଙ୍କର କିମ୍ବା ତାଙ୍କ ସ୍ୱାମୀ ର ଆଡଭୋକେଟ ନୁହଁନ୍ତି ।

ତେଣୁ ଏହି ସବୁ ରୁ ଯେତେ ସମ୍ଭବ ନିବୃତ୍ତ ରୁହନ୍ତୁ । ଭୁଲ କିଏ କରୁଛି ଓ ଠିକ କିଏ କରୁଛି ତା’ର ନିଷ୍ପତ୍ତି ନେବା ପାଇଁ ହାଇକୋର୍ଟ ଅଛି । ଯଦି ସେ କିଛି ଭୁଲ କରିଥିବେ ତେବେ ଏହାର ଦଣ୍ଡ ତାଙ୍କୁ କୋର୍ଟ ଦେବ । ତପସ୍ୱିନୀ କହିଛନ୍ତି ଯେ, ଭବିଷ୍ୟତ ରେ ଯଦି ତାଙ୍କ ନାଁ ର କୌଣସି ବି ପ୍ରକାରର ମିସ ୟୁଜ ହୁଏ କିମ୍ବା ଯଦି କୌଣସି ନ୍ୟୁଜ ଚ୍ୟାନେଲ ଓ ମିଡିଆ ତାଙ୍କ ନାଁ ର ବ୍ୟାଡଲି ୟୁଜ କରେ

ତେବେ ସେ ଏ ବାବଦରେ ସେ ଥାନା ରେ ଏତଲା ଦେବେ ଏବଂ ଅଦାଲତ ର ସାହାଯ୍ୟ ମାଗିବା ପାଇଁ ବାଧ୍ୟ ହେବେ । ତେଣୁ ତାଙ୍କୁ ଶାନ୍ତି ରେ ରହିବାକୁ ଦିଅନ୍ତୁ ଏବଂ ତାଙ୍କ ମାମଲା ରେ କୌଣସି ବି ହସ୍ତକ୍ଷେପ କରନ୍ତୁ ନାହିଁ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *