ଡାକ୍ତର କଲେ ଏହି ଭୟଙ୍କର ଖୁଲାସା…କହିଲେ ବ୍ୟକ୍ତିଙ୍କ ପେଟରୁ କିପରି ବାହାର କରାଗଲା ଷ୍ଟିଲ ଗ୍ଲାସ ? ଦେଖନ୍ତୁ Video

ବନ୍ଧୁଗଣ ତେବେ ଆପଣ ମାନେ ତ ଜାଣି ଥିବେ ଯେ, ଗଞ୍ଜାମ ଜିଲ୍ଲା ର ଭୁଗୁଡ଼ା ବ୍ଲକ ବାଲିକୁଦ ଅଞ୍ଚଳର ଜଣେ ବ୍ୟକ୍ତି ଙ୍କ କ୍ଷେତ୍ରରେ ଘଟିଛି ଏକ ଅଭାବନୀୟ ଘଟଣା । ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ହସ୍ପିଟାଲ ରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟ ଭିତରୁ ଗ୍ଲାସ କଢ଼ା ଯାଇଛି । ବ୍ୟକ୍ତି ଜଣକ ଗୁଜୁରାଟ ର ସୁରଟ କୁ ଯାଇ ସେଠାରେ ସୂତାକଳ ରେ କାମ କରୁଥିଲେ । ପ୍ରାୟ ୧୦ ଦିନ ପୂର୍ବରୁ ସେ ନିଜ ସାଙ୍ଗ ମାନଙ୍କ ସହିତ ମଅଦ୍ୟୟପାନ କରୁଥିବା ସମୟରେ

ସେମାନେ ମଅଦ୍ୟୟପାନ କରି ତାଙ୍କ ମଳଦ୍ୱାର ରେ ଷ୍ଟିଲ ର ଗଲା କୁ ଭର୍ତ୍ତି କରି ଦେଇଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ସୁରଟ ଛାଡ଼ି ନିଜ ଗାଁ କୁ ଫେରି ଆସିଥିଲେ । ପରେ ତାଙ୍କର ପେଟ ଏବଂ ଗୋଡ଼ ଭୀଷଣ ମାତ୍ରାରେ ଫୁଲିବାରେ ଲାଗିଥିଲା । ପୀଡ଼ା ଅସହ୍ୟ ହେବା ପରେ ସେ ଡାକ୍ତର ଙ୍କ ସହିତ ପରାମର୍ଶ କରିଥିଲେ ଏବଂ ସମ୍ପୂର୍ଣ୍ଣ ଘଟଣା ସମ୍ବନ୍ଧରେ କହିଥିଲେ ।

ଏକ୍ସରେ ପରେ ଡାକ୍ତରୀ ଟିମ୍ ଦ୍ଵାରା ଅସ୍ତ୍ରୋପଚାର କରି ଉକ୍ତ ବ୍ୟକ୍ତି ଙ୍କ ପେଟ ଭିତରୁ ଷ୍ଟିଲ ଗ୍ଲାସ ଟି କୁ ବାହାର କରାଯାଇଛି । ଅପରେସନ ପରେ ବ୍ୟକ୍ତି ଜଣକ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବାର ଜଣା ପଡ଼ିଛି । ଏହି ସମ୍ବନ୍ଧରେ ସର୍ଜନ ଙ୍କୁ ଉକ୍ତ ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ଘଟଣା ସମ୍ବନ୍ଧରେ କହିଛନ୍ତି । ତେବେ ସର୍ଜନ ଙ୍କ କହିବାନୁଯାୟୀ, ବ୍ୟକ୍ତି ଜଣକ ମଦ ପିଉଥି ସମୟରେ ତାଙ୍କ ସାଙ୍ଗ ମାନେ ଏଭଳି ନୀଚ କାର୍ଯ୍ୟ କରିଛନ୍ତି ।

ଯେତେବେଳେ ବ୍ୟକ୍ତି ଙ୍କ ମଳ ଦ୍ୱାର ରେ ତାଙ୍କ ସାଙ୍ଗ ମାନେ ଷ୍ଟିଲ ଗ୍ଲାସ ଟି କୁ ପୁରାଇଲେ ସେତେବେଳେ ତାଙ୍କୁ ଯନ୍ତ୍ରଣା ନିଶ୍ଚିତ ଭାବରେ ହୋଇଥିବ କିନ୍ତୁ ସେ କାହାକୁ କିଛି ନ କହି ସୁରଟ ରୁ ତାଙ୍କ ନିଜ ଘର ଗଞ୍ଜାମ କୁ ଚାଲି ଆସିଛନ୍ତି । ପେଟ ଯନ୍ତ୍ରଣା ହେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହେଲେ କିନ୍ତୁ ସେ ଘଟଣା ସମ୍ବନ୍ଧରେ କିଛି କହୁ ନଥିଲେ । ଏକ୍ସ ରେ ହେବା ପରେ ଯେତେବେଳେ ଜଣା ପଡ଼ିଲା ପେଟ ଭିତରେ ଗ୍ଲାସ ଅଛି ସେତ ସେ ନିଜର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ ।

ଏହି ଗ୍ଲାସ ଟି କୁ ୪ ୫ ଜଣ ସର୍ଜନ ବାହାର କରିଥିଲେ । ଯେହେତୁ ମଳଦ୍ୱାର ବାଟେ କାଢ଼ିବା ସମ୍ଭବ ହୋଇ ନଥିଲା ତେଣୁ ପେଟ ବାଟେ ଏହି ଗ୍ଲାସ ଟି କୁ ଅପରେସନ ମାଧ୍ୟମରେ କଢ଼ା ଯାଇଥିଲା । ପ୍ରାୟ ଦୁଇ ଘଣ୍ଟା ପରେ ଅପରେସନ ସକ୍ସେସଫୁଲ ହୋଇଥିଲା । ତେବେ ସର୍ଜନ ଜଣକ କହିଛନ୍ତି ସେ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିଥିଲେ ଆଗରୁ ଏଭଳି ଘଟଣା ସେ କେଉଁଠି କେବେବି ଶୁଣି ନଥିଲେ କି ଦେଖି ନଥିଲେ ।

Leave a Reply

Your email address will not be published. Required fields are marked *