‘ପୋଲିସ ଚାଁହୁନି Sonali କୁ ଆରେଷ୍ଟ କରିବାକୁ,ଆଉ କେତେ ଏଭିଡ଼େନ୍ସ ମିଳିଲେ…’ Soumya ଙ୍କ ଆତ୍ମହତ୍ୟା ମାମଲାରେ ମୁହଁ ଖୋଲିଲେ ଆଡଭୋକେଟ Bana Mohanty, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ୟବସାୟୀ ସୌମ୍ୟ ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତକାଲି ଏକ ଅଡିଓ ରେକର୍ଡିଂ ସାମନାକୁ ଆସିଥିଲା । ଯେଉଁଥିରେ ଆତ୍ମହତ୍ୟା ପୂର୍ବରୁ ସୋନାଲି ଓ ସୌମ୍ୟ କଥା ହେଉଥିବା ଶୁଣିବାକୁ ମିଳିଥିଲା । ରେକର୍ଡିଂଟି ସାମନାକୁ ଆସିବା ପରେ ସୋନାଲିଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ବର୍ତ୍ତମାନ ସୋନାଲିଙ୍କୁ ଜୋରଦାର୍ ବିରୋଧ କରାଯାଉଛି ଓ ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରିବାକୁ ଦାବି ହେବାରେ ଲାଗିଛି ।


ତେବେ ସୌମ୍ୟ ଙ୍କ ଓକିଲ ତଥା ପୁରୁଷ କମିଶନ ଅଧ୍ୟକ୍ଷ ତଥା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କର ପ୍ରତିକ୍ରିୟା ସାମନାକୁ ଆସିଛି । ତେବେ ସେମାନଙ୍କ କହିବା କଥା କି ପୋଲିସ ଅଫିସର୍ ମାନେ ତଦନ୍ତ କରୁଛନ୍ତି ତାଙ୍କ ଘରେ ମଧ୍ୟ ପୁଅ ଅଛନ୍ତି । ସରକାର ତାଙ୍କୁ ପାୱାର ଦେଇଛନ୍ତି । ତେବେ ସେ ଯେତେବେଳେ ଚାକିରି ରେ ଜଏନ୍ କରିଥିଲେ ଶପଥ ନେଇଥିଲେ ନିରପେକ୍ଷ ଭାବରେ ତଦନ୍ତ କରିବେ ।

ଯଦି ପ୍ରକୃତରେ ସେମାନଙ୍କର ଟ୍ରେନିଂ ଠିକ୍ ଅଛି ନିରପେକ୍ଷ ଭାବରେ ତଦନ୍ତ କରାଯାଉ । ଏଯାଏଁ ପୁରୁଷ ମାନଙ୍କ ପାଇଁ କୌଣସି ପ୍ରକାର ଆଇନ୍ ର ବ୍ୟବସ୍ଥା ନାହିଁ । ଯଦି ଝିଅଟି ଆତ୍ମହତ୍ୟା କରିଥାନ୍ତେ ପୁରୁଷ ର ପରିବାର ର ସମସ୍ତ ଲୋକମାନେ ବର୍ତ୍ତମାନ ଜେଲ୍ ରେ ଥାନ୍ତେ । ପୁରୁଷ ଯେଉଁଠାରେ ନିର୍ଯାତନା ପାଉଛନ୍ତି ସେଠାରେ ମଧ୍ୟ ନିରପେକ୍ଷ କରିବା ଦରକାର ।

ଯଦି ଗୋଟେ ଝିଅ ଓ ପୁଅ ଉଭୟଙ୍କୁ ଭଲ ପାଉଛନ୍ତି ତାଙ୍କ ଭିତରେ ସମ୍ପର୍କ ନିବିଡତା ହେଉଛି ସେମାନେ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ପରେ ଗୋଟେ ଝିଅ ଯଦି ଆଉ କେଉଁଠି ପଇସା ବାଲା ପୁଅ ଟେ ଦେଖୁଛନ୍ତି ସେତେବେଳେ ସେ ଯାହାକୁ ଭଲ ପାଉଥିବେ ତାଙ୍କୁ ଭୁଲି ଯାଇ ଆଉ ଜଣଙ୍କୁ ଭଲ ପାଇଁ ଯାଆନ୍ତି । ଯେଉଁ ଚିଠି ରେ ସୌମ୍ୟ ଲେଖିଛନ୍ତି ସେ ପ୍ରମାଣ ଦେଇକି ଯାଇଛନ୍ତି ଉକ୍ତ ମହିଳାଙ୍କୁ ଯଥା ଶୀଘ୍ର ଗିରଫ କରାଯାଉ ।


କିନ୍ତୁ ବର୍ତ୍ତମାନ ସୁଦ୍ଧା ସୋନାଲି ବାହାରେ ଅଛନ୍ତି । ଏହା ଛଡା ଓକିଲ ଵନ ମହାନ୍ତି କହିଛନ୍ତି କି ଆଉ କେତେ ପ୍ରମାଣ ମିଳିଲା ପରେ ସେ ସୋନାଲି କୁ ଗିରଫ କରିବେ । ସୌମ୍ୟ ର ଚିଠି ଏବଂ ତା ଭଉଣୀ ର ମାଆ ବାପା ଙ୍କ ବୟାନ ମଧ୍ୟ ନିଆ ଯାଉ ସବୁ ପ୍ରମାଣ ଅଛି କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ଏପର୍ଯ୍ୟନ୍ତ । ତେବେ ସୋନାଲି କୁ ୩୦୬ ଦଫା ରେ ଗିରଫ କରିବା ଉଚିତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *