ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆସିଲା ବଡ ଖବର, ଆସିଗଲା ସ୍ମାର୍ଟ ଇଲେକ୍ଟ୍ରିକ ମିଟର, ମିଳିବ ଏହି ସବୁ ସୁବିଧା…

ନମସ୍କାର ବନ୍ଧୁଗଣ ତେବେ ଡିଜିଟାଲ ଯୁଗରେ ସବୁକିଛି ଡିଜିଟାଲ ହେଉଥିବା ବେଳେ ଏବେ ଆସିଯାଇଛି ସ୍ମାର୍ଟ ମିଟର । କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳରେ ଏହି ସେବା ଆରମ୍ଭ କରାଯାଇଛି । ଏହି ସ୍ମାର୍ଟମିଟର ଠିକ ଆପଣଙ୍କ ମୋବାଇଲର ସିମକାର୍ଡ ଭଳି । ଯେମିତି ମୋବାଇଲରେ ଆମେ ରିଚାର୍ଜ କରି ସୁବିଧା ନେଇଥାଉ ଠିକ ସେମିତି ଏହି ମିଟରରେ ବି ଆପଣ ରିଚାର୍ଜ କରି ବିଦ୍ୟୁତସେବା ନେଇପାରିବେ । କେବଳ ଏତିକି ନୁହେଁ ଏହି ମିଟରରେ ଉଭୟ ପ୍ରିପେଡ ଏବଂ ପୋଷ୍ଟପେଡ୍ ସେବା ମଧ୍ୟ ଉପଲବ୍ଧ ରହିଛି ।


ଅର୍ଥାତ ଆପଣ ଚାହିଁଲେ ରିଚାର୍ଜ କରି ବିଦ୍ୟୁତ୍ ଜାଳିପାରିବ ଅବା ପରେ ଯେତେ ପରିମାଣର ବିଦ୍ୟୁତ ଜାଳିଥିବେ ସେ ଅନୁସାରେ ଟଙ୍କା ପୈଠ କରିପାରିବେ । ପ୍ରଥମ ପର୍ଯ୍ୟାୟରେ କିଛି ଘରେ ଏହି ମିଟର ଲଗାଯାଇଛି । ତେବେ ଟାଟା ପକ୍ଷରୁ ସବୁସ୍ଥାନରେ ଏହି ମିଟର ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ମିଟରରେ ଥିବା ଚିପ୍ ମାଧ୍ୟମରେ ମୋବାଇଲ ସାହାଯ୍ୟରେ ଆପଣ ଜାଣିପାରିବେ ଆପଣ କେତେ ପରିମାଣର ଏବଂ କେତେ ମୂଲ୍ୟର ବିଦ୍ୟୁତ ବ୍ୟବହାର କରିଛନ୍ତି ।

ବର୍ତ୍ତମାନ ପାଇଁ ପ୍ରଥମ ଥର ପାଇଁ ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ସେବା ପ୍ରଦାନ କରାଯାଉଛି । ତେବେ ପରବର୍ତ୍ତୀ ସମୟରେ ଗ୍ରାହକଙ୍କ ପସନ୍ଦ ଅନୁସାରେ ପ୍ରିପେଡ କିମ୍ବା ପୋଷ୍ଟ ପେଡରେ ଏହାକୁ ପରିବର୍ତ୍ତନ କରାଯିବ । ତେବେ ଜୟପୁର ଗ୍ରାହକ ମଧ୍ୟ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବରୁ ବିଦ୍ୟୁତ ବିଲ କ୍ଷେତ୍ରରେ ଅନେକ ଅସୁବିଧା ହେଉଥିବା ବେଳେ ବର୍ତ୍ତମାନ ସେଭଳି ହେବ ନାହିଁ ବୋଲି ଆଶା ରଖିଛନ୍ତି ଉପଭୋକ୍ତା ।


ତେବେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଏଣିକି ଘର ମାନଙ୍କରେ ସ୍ମାର୍ଟ ମିଟର ଲଗାଯିବ । ପ୍ରଥମ ପର୍ଯ୍ୟାୟରେ ରାଉରକେଲା ଏବଂ ସମ୍ବଲପୁର ସହରରୁ ଏହାର ଶୂଭାରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ପ୍ରଥମେ ସରକାରଙ୍କ ପକ୍ଷରୁ ୪୫୦୦ ମିଟର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ତେବେ ଏହି ସ୍ମାର୍ଟ ମିଟରରେ ଯଦି କେହି ଗଫ୍‌ଲାତି କରିବାକୁ ଚେଷ୍ଟା କରନ୍ତି ତେବେ ତାହା ସହଜରେ ଜଣାପଡ଼ିବ । ଏହି ମିଟରକୁ କେହି ସ୍ଲୋ କିମ୍ବା ଟାମ୍ପରିଂ କରିପାରିବେ ନାହିଁ ସେଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ତେବେ ସ୍ମାର୍ଟ ମିଟର ସାଧାରଣ ଲୋକଙ୍କ ପାଇଁ କେତେ ଉପକାରୀ ହେବ ତାହା ତ ସମୟ କହିବ ।

କାରଣ ଏହି ସ୍ମାର୍ଟ ମିଟର ଲଗାଯିବା ପରେ ମୋବାଇଲ ଭଳି ପ୍ରିପେଡ୍‌ ମାଧ୍ୟମରେ ପ୍ରଥମେ ଟଙ୍କା ଭରିବାକୁ ପଡ଼ିବ । ଟଙ୍କା ସରିଗଲେ ଅଟୋମେଟିକ୍‌ ଭାବେ ବଦ୍ୟୁତ୍‌ କାଟ୍‌ ହୋଇଯିବ । ପୁଣି ରିଚାର୍ଜ କଲେ ବଦ୍ୟୁତ ସଂଯୋଗ ଦିଆଯିବ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *