ବୈତରଣୀ ବନ୍ୟା ପାଣିରେ ଦେଇ ଭାସି ଯାଉଛି ଅଜଣା ବ୍ୟକ୍ତିର ଶବ, ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଭାଇରାଲ ହେଉଥିବା ଭିଡିଓରେ ଏକ ଗାଁ ନଇରେ ଭାସୁଛି ଅଜଣା ଶବ । ନଇ ପାଖରେ ଗାଁ ସାରା ଲୋକ ମାନଙ୍କର ଭିଡ ଜମିଛି । କୁଆଡୁ ଆସିଲା ଏ ଶବ ଏ ଶବକୁ କିଏ ମାରିଛି କେମିତି ହୋଇଛି ମୃତ୍ୟୁ କିଏ ଏଭଳି ନିଷ୍ଠୁରତାର ସହ ମାରି ନଇରେ ଫୋପାଡି ଦେଇଛି ।
ତେବେ ବର୍ତ୍ତମାନ ଶବ ଭାସି ଭାସି ଆସି ଗାଁ ନଇରେ ଲାଗିଛି ।

ତେବେ ଖୋଲା ନଇରେ ଭାସି ଆସିଛି ଏକ ମୃତ ଶବ । ଲଘୁଚାପ ଜନିତ ବର୍ଷାରେ ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଦେଖା ଦେଇଛି । ତେବେ ଏଭଳି ସ୍ଥିତିରେ ଏ ଶବଟି ଭାସି ଭାସି ଆସି ଗାଁରେ ଲାଗିଥିଲା । ତେବେ ଏହି ବନ୍ୟା ଜଳ କଣ୍ଟିଧାଇ ଏସ୍କେପ ଦେଇ ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅଞ୍ଚଳକୁ ପ୍ରବେଶ କରିଛି ।

କଣ୍ଟିଧାଇରୁ ଉତ୍ପନ୍ନ ହେଉଥିଲା ଖୋଲା ନଇ ବାଟେ ସୋମବାର ଦିନ ଏକ ଅଜଣା ଶବ ଭାସି ଆସୁଥିବା ଦୃଶ୍ୟ ସ୍ଥାନୀୟ ଲୋକ ଦେଖୁଥିଲେ । ତେବେ ଶବଟିକୁ ଦେଖି ସମସ୍ତେ ଭୟବିତ ହେବା ସହିତ ଶବଟି ବନ୍ୟା ଜଳରେ କେଉଁଠୁ ଭାସି ଆସିଥିଲା ତାକୁ ନେଇ ଚର୍ଚ୍ଚା କରିଥିଲେ ।  ତେବେ ସ୍ଥାନୀୟ ବାସିନ୍ଧା ଅନୁମାନ କରିଛନ୍ତି ଯେ ଏହି ଆଖ ପାଖ ଅଞ୍ଚଳରୁ ଭାସି ଆସିଛି ଏ ଶବଟି ।

ତେବେ ଶବଟି ପେଟେଇ ଭାସୁ ଥିବା ବେଳେ ଭାସି ଭାସି ବନ୍ୟାର ପ୍ରଖର ସ୍ରୋତରେ ଖୋଲା ନଇ ଦେଇ ତଳକୁ ଭାସୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ସେପଟେ ବୈତରଣୀରେ ବନ୍ୟା ଆସିବା ଯୋଗୁଁ ଧାମନଗର ବ୍ଲକର ୧୦ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ପାଣି ଘେରରେ ରହିଛନ୍ତି । ଏହାସହ ସୋହଡା ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।

ସେହିପରି ଭଣ୍ଡାରିପୋଖରୀ ବ୍ଲକର ୫ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୮.୨୫ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ସୂଚନାନୁଯାୟୀ, ଷୋଳମପୁର ନିକଟରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଭଣ୍ଡାରିପୋଖରୀ- ଯାଜପୁର ରାସ୍ତା ଓ ବେଦପୁର ନିକଟରେ ବନ୍ୟା ଜଳ ଚାଲୁଥିବାରୁ ଧାମନଗର-ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଚାଷଜମି ଗୁଡ଼ିକ ଜଳମଗ୍ନ ହୋଇଛି । ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *