ଘରେ ପଶିଛି ବନ୍ୟା ପାଣି, ସେହି ପାଣିରେ ଖେଳୁଛି ଭୟଙ୍କର ବିଷାକ୍ତ ସାପ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ରାଜ୍ୟରେ ଲଗାଣ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ଯାହା ପାଇଁ ତଳିଆ ଅଞ୍ଚଳରେ ଥିବା ଲୋକେ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି । ତେବେ ଏହି ଭିଡିଓ ଉପରେ ଥରେ ନଜର ପକାନ୍ତୁ ଆଉ ଦେଖନ୍ତୁ ବନ୍ୟା ପାଣିରେ କିପରି ଭାସି ଯାଉଛି ବିଷାକ୍ତ ସାପ । ନଦୀ ବଢି ଯେତିକି ଚିନ୍ତା ବଢାଉଛି ଠିକ ସେତିକି ପାଣିରେ ଭାସୁଥିବା ବିଷାକ୍ତ ସାପ ତା ତହରୁ ଅଧିକ ବେସୀ ଡରାଇଲେଣି ।

ଘର ଦାଣ୍ଡ ଆଗରେ ବୁଲୁଛନ୍ତି ରଣା, ନାଗ, ବୋଡା ଭଳି ବିଷଧର ସାପ ମାନେ । ତେବେ ଏହି ଭିଡିଓ ରେ ଦେଖନ୍ତୁ କେମିତି ପାଣି ଉପରକୁ ମୁଣ୍ଡ ଦେଖାଇ ସାପ ଭାସି ଯାଉଛି । ବଢି ପାଣି ଆସିଲା ପରେ କେମିତି ରହିଛି ସ୍ଥିତି ଥରେ ନଜର ପକାନ୍ତୁ । ଥରେ ଚିନ୍ତା କରନ୍ତୁ ତ ଆପଣଙ୍କ ଘରେ ବର୍ଷା ପାଣି ପସିଛି ଆଉ ଘରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ଯାଏଁ ସମସ୍ତେ ଅଛନ୍ତି ଆଉ ସେହି ଗୋଳି ପାଣି ଭିତରେ ବିଷାକ୍ତ ସାପ ବି ଅଛି ।

ଏମିତି ରହିଥିବା ତଳିଆ ଅଞ୍ଚଳର ଲୋକଙ୍କର ଅବସ୍ଥା ଆପଣ ନିଶ୍ଚୟ ଅନୁମାନ କରି ପାରୁଥିବେ । ବଢି ପାଣି ଆସିବା ପରେ ଏମିତି ଭୟରେ ଜୀବନ ବିତୁଛି ଜୀବନ । ବଢି ପାଣି ଗାଁ ଗାଁ ରେ ପସିବାରୁ ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି । ଅନେକ ଦିନ ହେଲାଣି ବିଦ୍ୟୁତ ମଧ୍ୟ ନାହି ଗାଁ ଗାଁ ମାନଙ୍କରେ ।

ଘରେ ପାଣି ପସିଛି ଯାହା ପାଇଁ ଲୋକେ ନା ଠିକ ସେ ଖାଇବାକୁ ପାଉଛନ୍ତି ନା ପିଇବାକୁ ପାଣି ବୁନ୍ଦାଏ ଅଛି । ରନ୍ଧା ଚୁଲି ପାଣି ଭିତରେ ବୁଡିଛି ଆଉ ଶୋଇବା ଶେଯ ବି ପାଣିରେ ବୁଡିଛି । ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ଙ୍କ ଯାଏଁ ସବୁ ସେହି ଗୋଟେ ଘର ଭିତରେ ଦିନ ହେଉ କି ରାତି ସେହି ବିଷାକ୍ତ ସାପ ଆଉ କଙ୍କଡା, ବିଛା ଓ ଅନ୍ୟ ବିଷାକ୍ତ କୀଟ ଭୟରେ କବାଟ ବନ୍ଦ କରି ରଖୁଛନ୍ତି ।

ଯଦି ଏମିତି ବିପଦ ଜନକ ସମୟରେ ସାପ ବା ବିଛା ଜନିତ କୌଣସି ଦୁର୍ଘଟଣା ଘଟେ ତେବେ କଣ କରିବେ ଜାଣି ରଖନ୍ତୁ । ସାପ ବା ବିଛା ଉପରେ କୌଣସି ଆଘାତ ଲାଗିଲେ ସେମାନେ ଦଂଶନ କରିଥାନ୍ତି ବା ଆକ୍ରମଣ କରିଥାନ୍ତି । ତେଣୁ ଏହା ଉପରେ ଧ୍ୟାନ ରଖନ୍ତୁ । ଅଧିକ ସତର୍କ ପରେ ବି ଯଦି ଦଂଶନର ଶିକାର ହୁଅନ୍ତି ତେବେ ସ୍ଥିର ରହିବା ସହ ଶରୀରକୁ ସ୍ଥିର ରଖନ୍ତୁ ।


ତେବେ ଅଧିକ ବ୍ୟସ୍ତ ବା ବିବ୍ରତ ହୁଅନ୍ତୁ ନାହି । ଯେଉଁ ସ୍ଥାନକୁ ସାପ କାମୁଡିଛି ତଳକୁ ଝୁଲାଇ ରଖନ୍ତୁ ଯେମିତି ବିଷ ହୃଦୟକୁ ନ ପହଞ୍ଚେ । କାମୁଡିଥିବା ସ୍ଥାନକୁ ସାବୁନରେ ଧୋଇବା ପରେ ଯେଉଁ ଜାଗାରେ କାମୁଡିଛି ତା ଉପରକୁ ବାନ୍ଧି ଡାକ୍ତରଙ୍କ ପାଖକୁ ଯାଅନ୍ତୁ । ଅନ୍ଧବିଶ୍ଵାସ ବା ଗୁଣୀ ଗାରିଡି ଦ୍ଵାରା ପ୍ରଭାବିତ ହୁଅନ୍ତୁ ନାହି ଆଉ ମାନସିକ ସ୍ଥିତିକୁ ଦୃଢ ରଖନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *